ଆଜି ପୃଥିବୀ ନିକଟତର ହେବ ଶନି

ଆଜି ପୃଥିବୀ ନିକଟତର ହେବ ଶନି

ଭୁବନେଶ୍ବର : ବର୍ତ୍ତମାନ ଆକାଶରେ ଶନି ଗ୍ରହ ଆକର୍ଷଣୀୟ ଭାବରେ ଦୃଶ୍ୟମାନ ହେଉଛି। ଶନି ଏବଂ ପୃଥିବୀ ସୂର୍ଯ୍ୟ ଚାରିପଟେ ସେମାନଙ୍କର କକ୍ଷପଥରେ ଘୂରିବା ସମୟରେ ଅଗଷ୍ଟ ୨ ତାରିଖ ଅର୍ଥାତ୍ ଆସନ୍ତାକାଲି ସବୁଠାରୁ ଅଧିକ ନିକଟତର ହେବେ। ଶନି ଗ୍ରହ ପୃଥିବୀର ଅତି ନିକଟତର ହେଉଥିବାରୁ ଏହା ବହୁତ ଉଜ୍ଜ୍ୱଳ ଦେଖାଯାଉଛି। ଶନି ପୃଥିବୀର ଅତି ନିକଟତର ହୋଇଥିବାରୁ ଖାଲି ଆଖିରେ ସାଧାରଣ ଦିନ ତୁଳନାରେ ଅଧିକ ଉଜ୍ଜଳ ଦେଖାଯିବା ସହ ଏହାର ବଳୟ ଏବଂ ଉପଗ୍ରହ ସାଧାରଣ ଦୂରବୀକ୍ଷଣ ଦ୍ୱାରା ସୁନ୍ଦର ଦେଖାଯାଉଛି। ପୃଥିବୀଠାରୁ ଶନିର ଦୂରତା କ୍ରମାଗତ ଭାବରେ ବଦଳିଥାଏ। କାରଣ ଦୁଇଟି ଗ୍ରହ କ୍ରମାଗତ ଭାବରେ ବିଭିନ୍ନ ଗତିରେ ସୂର୍ଯ୍ୟ ଚାରିପଟେ ସେମାନଙ୍କର କକ୍ଷପଥରେ ଯାତ୍ରା କରନ୍ତି। ପୃଥିବୀ ସୂର୍ଯ୍ୟ ଚାରିପଟେ ଥରେ ଘୂରିବାକୁ ୩୬୫ ଦିନ ବା ଏକ ବର୍ଷ ସମୟ ନେଉଥିଲାବେଳେ ଶନି ସୂର୍ଯ୍ୟ ଚାରିପଟେ ଥରେ ଘୂରିବାକୁ ୨୯.୫ ବର୍ଷ ସମୟ ନିଏ। ତେଣୁ ପ୍ରତି ଏକ ବର୍ଷ ଏବଂ ୧୩ ଦିନରେ ଶନି ଏବଂ ପୃଥିବୀ ନିକଟତର ହୋଇଥାନ୍ତି ଓ ଗ୍ରହ ଦୁଇଟି ସୂର୍ଯ୍ୟର ଗୋଟିଏ ପଟରେ ରୁହନ୍ତି। ଶନି ଓ ସୂର୍ଯ୍ୟ ମଝିରେ ପୃଥିବୀ ରହିଥାଏ। ସେ ସମୟରେ ପୃଥିବୀ ଓ ଶନିର ହାରାହାରି ଦୂରତା ୧୨୦ କୋଟି କିମି ରହିବ। ଯାହା ସୂର୍ଯ୍ୟ ଠାରୁ ପୃଥିବୀ ଦୂରତାର ପ୍ରାୟ ୮ ଗୁଣ ଅଧିକ। ଚଳିତ ବର୍ଷ ଏହା ଅଗଷ୍ଟ ୨ ତାରିଖ ରାତିରେ ଭାରତୀୟ ସମୟ ଦିନ ୧୧ଟା ୩୦ରେ ଏହା ଘଟିବ। ଅନ୍ୟପକ୍ଷରେ ଆଉ ୬ ମାସ ପରେ ପୃଥିବୀ ସୂର୍ଯ୍ୟର ପଛ ପାଖକୁ ଚାଲିଗଲେ ପୃଥିବୀ ଓ ଶନିର ସର୍ବାଧିକ ଦୂରତା ୧୭୦ କୋଟି କିମି ରହିବ। ଯାହା ସୂର୍ଯ୍ୟ ଠାରୁ ପୃଥିବୀ ଦୂରତାର ପ୍ରାୟ ୧୧ ଗୁଣ ଅଧିକ। ୨୦୨୦ ମସିହା ଜୁଲାଇ ୨୦ରେ ଶନି ପୃଥିବୀର ନିକଟତର ହୋଇଥିଲା ଏବଂ ଆଗାମୀ ୨୦୨୨ ମସିହା ଅଗଷ୍ଟ ୧୪ ତାରିଖରେ ଏପରି ଘଟିବ। ଅଗଷ୍ଟ ୨ ତାରିଖ ଦିନ ସୂର୍ଯ୍ୟାସ୍ତ ହେବା ସହ ଶନି ଗ୍ରହ ପୂର୍ବ ଦିଗବଳୟରେ ଉଦୟ ହୋଇ ଧୀରେ ଧୀରେ ପଶ୍ଚିମ ଦିଗକୁ ଗତିକରି ୧୨ ଘଣ୍ଟା ପରେ ଅର୍ଥାତ୍‌ ଭୋର ସମୟରେ ଅସ୍ତ ହେବ। ମେଘ ମୁକ୍ତ ପରିଷ୍କାର ଆକାଶରେ ଅଗଷ୍ଟ ମାସ ପ୍ରତି ରାତିରେ ସଂଧ୍ୟା ଠାରୁ ସକାଳ ଯାଏ ଶନି ସହ ବୃହଷ୍ପତି ଖାଲି ଆଖିରେ ଦେଖାଯିବ।

Share Now:

Kalinga News Beuro

Next Post

ଭିନ୍ନ ଜାତିରେ ବାହା ହେବାରୁ ୨୫.୬୦ ଲକ୍ଷ ଟଙ୍କା ଜରିମାନା

Mon Aug 2 , 2021
ଆନନ୍ଦପୁର : ଅନ୍ୟ ଜାତିର ଝିଅକୁ ବିବାହ କରିବାରୁ ଜଣେ ଯୁବକଙ୍କୁ ଗ୍ରାମସଭାରେ ୨୫ ଲକ୍ଷ ୬୦ ହଜାର ଟଙ୍କା ଜରିମାନା କରାଯାଇଛି। ଏହାଛଡ଼ା ତାଙ୍କୁ ନିଆଁପାଣି ବାସନ୍ଦ କରାଯାଇଛି। ଏଭଳି ଘଟଣା ଘଟିଛି ଘସିପୁରା ବ୍ଲକ୍‌ ଖାଳିଆମେଣ୍ଟା ପଞ୍ଚାୟତ ନିଆଳିଝରଣ ଗ୍ରାମରେ। ପ୍ରାପ୍ତ ସୂଚନା ଅନୁସାରେ, ଏହି ଗ୍ରାମର ମହେଶ୍ବର ବାସ୍କେ ନିକଟସ୍ଥ ନାଗାଡ଼ାହି ଗ୍ରାମର ଜଣେ ଯୁବତୀଙ୍କୁ ୬ ମାସ ତଳେ ବିବାହ କରିଥିଲେ। ଯୁବତୀ ଜଣଙ୍କ […]
ଅନ୍ୟ ଜାତିରେ ବାହା ହେବାରୁ ଜରିମାନା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial