ଛତିଶଗଡ଼ରେ ଏନ୍‌କାଉଣ୍ଟର୍‌ : ମହିଳା ମାଓବାଦୀ ନିହତ

ଛତିଶଗଡ଼ରେ ଏନ୍‌କାଉଣ୍ଟର୍‌

କାଙ୍କେର୍‌: ଆଜି ଛତିଶଗଡ଼ର କାଙ୍କେର୍‌ ଜିଲ୍ଲା ଅନ୍ତର୍ଗତ ଜଙ୍ଗଲରେ ନିରାପତ୍ତା ବଳଙ୍କ ସହିତ ଗୁଳି ବିନିମୟ କରି ଜଣେ ମହିଳା ମାଓବାଦୀ ନିହତ ହୋଇଥିବା କଥା ଆଜି ପୁଲିସ କହିଛି। ବସ୍ତର ରେଞ୍ଜ୍ ପୁଲିସ ଇନ୍‌ସ୍‌ପେକ୍ଟର୍‌ ସୁନ୍ଦରରାଜ ପି. କହିଛନ୍ତି, ନିରାପତ୍ତା ବଳ ମାଓବାଦୀ ନିରୋଧୀ ଅଭିଯାନରେ ବାହାରିଥିବା ବେଳେ ଛୋଟେବେଥିୟା ଥାନା ଅନ୍ତର୍ଗତ ବିନାଗୁଣ୍ଡା ଗ୍ରାମ ନିକଟ ଜଙ୍ଗଲରେ ଆଜି ସକାଳ ପ୍ରାୟ ୭ଟା ବେଳେ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ରାଜନନ୍ଦଗାଓଁ-କାଙ୍କେର୍‌ ଡିଭିଜନ୍‌ର (ଆର୍‌କେବି) ନକ୍ସଲ୍‌ ନେତା ଓ ୨୦ରୁ ୨୫ଜଣ ସଶସ୍ତ୍ର କ୍ୟାଡର୍‌ଙ୍କ ଉପସ୍ଥିତି ସଂକ୍ରାନ୍ତରେ ମିଳିଥିବା ତଥ୍ୟକୁ ଆଧାର କରି ରବିବାର ଦିନ ଏହି ଅଭିଯାନ ଆରମ୍ଭ ହୋଇଥିଲା। ଏହି ଅଭିଯାନରେ ‘ଡିଷ୍ଟ୍ରିକ୍ଟ୍‌ ରିଜର୍ଭ ଗାର୍ଡ’ (ଡିଆର୍‌ଜି) ଏବଂ ‘ବର୍ଡର୍‌ ସିକ୍ୟୁରିଟି ଫୋର୍ସ’ (ବିଏସ୍‌ଏଫ୍‌)ର ୧୩୨ ବାଟାଲିୟାନ୍‌ର ଯବାନମାନେ ସାମିଲ ହୋଇଥିଲେ ବୋଲି ପୁଲିସ ଇନ୍‌ସ୍‌ପେକ୍ଟର୍‌ ସୁନ୍ଦରରାଜ ପି. କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, ଗୁଳି ବିନିମୟ ବନ୍ଦ ହେବା ପରେ ‘ୟୁନିଫର୍ମ’ ପିନ୍ଧିଥିବା ଜଣେ ଅଜ୍ଞାତ ମହିଳା ମାଓବାଦୀଙ୍କ ଶବ ମିଳିଥିଲା। ତାଙ୍କର ଅତି ପାଖରେ ପଡ଼ିଥିଲା ଗୋଟାଏ .୩୦୩ ରାଇଫଲ୍‌। ଘଟଣାସ୍ଥଳରେ ତଲାସ ଅଭିଯାନ ଚାଲିଛି ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଜୁନ୍‌ ୭ ତାରିଖରେ ଛତିଶଗଡ଼ର ବିଜାପୁର ଜିଲ୍ଲା ଅନ୍ତର୍ଗତ ଜଙ୍ଗଲରେ ନିରାପତ୍ତା ବଳ ଓ ନକ୍ସଲ୍‌ବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହାଥିଲା ‘କୋବ୍ରା’ ଏବଂ ‘ଏସ୍‌ଟିଏଫ୍‌’ର ମିଳିତ ଅଭିଯାନ। ସେତେବେଳେ ଛତିଶଗଡ଼ର ବିଜାପୁର ଓ ସୁକମା ଜିଲ୍ଲାର ସୀମାନ୍ତ ଅଞ୍ଚଳରେ କେତେଗୁଡ଼ିଏ ବିସ୍ଫୋରଣ ଓ ଗୁଳି ଫୁଟିବା ଶବ୍ଦ ଶୁଭିଥିଲା।

Share Now:

Kalinga News Beuro

Next Post

ବାତ୍ୟା ‘ବିପର୍ଯ୍ୟୟ’ର ପ୍ରଭାବ : ଗୁଜରାଟ ଉପକୂଳରେ ଭୀଷଣ ବତାସ, ଉଚ୍ଚ ଜୁଆର,ମୁମ୍ବାଇରେ ବର୍ଷା

Mon Jun 12 , 2023
ଅହମଦାବାଦ: ଜୁନ୍‌ ୧୫ ତାରିଖରେ ଅତି ଭୀଷଣ ସାମୁଦ୍ରିକ ବାତ୍ୟା ‘ବିପର୍ଯ୍ୟୟ’ ପ୍ରବାହିତ ହେବାର ସମ୍ଭାବନା ଥିବାରୁ ଆଜି ଭାରତୀୟ ପାଣିପାଗ ବିଭାଗ ଗୁଜରାଟର ସୌରାଷ୍ଟ୍ର ଓ କଚ୍‌ ଉପକୂଳରେ ‘ଅରେଞ୍ଜ୍‌ ଆଲର୍ଟ’ ଜାରି କରିଛି। ଜୁନ୍‌ ୧୫ ତାରିଖ ମଧ୍ୟାହ୍ନ ସୁଦ୍ଧା ‘ବିପର୍ଯ୍ୟୟ’ ଗୁଜରାଟର ଜଖୌ ବନ୍ଦର ନିକଟରେ ସୌରାଷ୍ଟ୍ର-କଚ୍‌ ଏବଂ ସଂଲଗ୍ନ ପାକିସ୍ତାନ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଗୁଜରାଟ ଓ ମୁମ୍ବାଇ […]
ବାତ୍ୟା ‘ବିପର୍ଯ୍ୟୟ’ର ପ୍ରଭାବ

ଆହୁରି ପଢ଼ନ୍ତୁ