ବାତ୍ୟା ‘ବିପର୍ଯ୍ୟୟ’ର ପ୍ରଭାବ : ଗୁଜରାଟ ଉପକୂଳରେ ଭୀଷଣ ବତାସ, ଉଚ୍ଚ ଜୁଆର,ମୁମ୍ବାଇରେ ବର୍ଷା

ବାତ୍ୟା ‘ବିପର୍ଯ୍ୟୟ’ର ପ୍ରଭାବ

ଅହମଦାବାଦ: ଜୁନ୍‌ ୧୫ ତାରିଖରେ ଅତି ଭୀଷଣ ସାମୁଦ୍ରିକ ବାତ୍ୟା ‘ବିପର୍ଯ୍ୟୟ’ ପ୍ରବାହିତ ହେବାର ସମ୍ଭାବନା ଥିବାରୁ ଆଜି ଭାରତୀୟ ପାଣିପାଗ ବିଭାଗ ଗୁଜରାଟର ସୌରାଷ୍ଟ୍ର ଓ କଚ୍‌ ଉପକୂଳରେ ‘ଅରେଞ୍ଜ୍‌ ଆଲର୍ଟ’ ଜାରି କରିଛି। ଜୁନ୍‌ ୧୫ ତାରିଖ ମଧ୍ୟାହ୍ନ ସୁଦ୍ଧା ‘ବିପର୍ଯ୍ୟୟ’ ଗୁଜରାଟର ଜଖୌ ବନ୍ଦର ନିକଟରେ ସୌରାଷ୍ଟ୍ର-କଚ୍‌ ଏବଂ ସଂଲଗ୍ନ ପାକିସ୍ତାନ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଗୁଜରାଟ ଓ ମୁମ୍ବାଇ ଉପକୂଳରେ ଭୀଷଣ ବତାସ, ଉଚ୍ଚ ଜୁଆର ଓ ବର୍ଷା ହେଉଛି।
ଟୁଇଟ୍‌ କରି ଭାରତୀୟ ପାଣିପାଗ ବିଭାଗ ଲେଖିଛି, ସୌରାଷ୍ଟ୍ର ଓ କଚ୍‌ ଉପକୂଳ ନିମନ୍ତେ ବାତ୍ୟା ସତର୍କତା ସ୍ୱରୂପ ଅରେଞ୍ଜ୍‌ ମେସେଜ୍‌ ଦିଆଯାଇଛି। ଆଜି ସକାଳ ୫.୩୦ ସୁଦ୍ଧା ଅତି ଭୀଷଣ ସାମୁଦ୍ରିକ ବାତ୍ୟା ‘ବିପର୍ଯ୍ୟୟ’ ୧୯.୨ ଅକ୍ଷାଂଶର ଉତ୍ତର ଓ ୬୭.୭ ଦ୍ରାଘିମାର ପୂର୍ବ ନିକଟ ପୂର୍ବ-କେନ୍ଦ୍ରୀୟ ଏବଂ ତତ୍‌ସଂଲଗ୍ନ ଉତ୍ତର-ପୂର୍ବ ଆରବ ସାଗର ଉପରେ କେନ୍ଦ୍ରୀଭୂତ ହୋଇଛି। ସ୍ଥଳଭାଗରୁ ଏହା ଦେବଭୂମି ଦ୍ବାରକାର ଦକ୍ଷିଣ ଦକ୍ଷିଣ-ପଶ୍ଚିମରୁ ପ୍ରାୟ ୩୮୦ କିଲୋମିଟର୍‌ ଦୂରରେ ରହିଛି। ଜୁନ୍‌ ୧୫ ତାରିଖ ମଧ୍ୟାହ୍ନ ସୁଦ୍ଧା ଏହା ଜଖୌ ବନ୍ଦର ଅତିକ୍ରମ କରିବାର ସମ୍ଭାବନା ରହିଛି। ସମ୍ପ୍ରତି ପୂର୍ବ-କେନ୍ଦ୍ରୀୟ ଆରବ ସାଗର ଉପରେ ଥିବା ବାତ୍ୟା ‘ବିପର୍ଯ୍ୟୟ’ ଗତ ୬ ଘଣ୍ଟା ଧରି ଘଣ୍ଟାପ୍ରତି ୫ କିଲୋମିଟର୍‌ ବେଗରେ ଉତ୍ତର ଦିଗକୁ ଗତି କରୁଛି। ୧୪ ତାରିଖ ସକାଳ ପର୍ଯ୍ୟନ୍ତ ଏହା ଉତ୍ତର ଆଡ଼କୁ ଗତିଶୀଳ ହେବାର ବିଶେଷ ସମ୍ଭାବନା ରହିଛି। ତା’ପରେ ଏହା ଉତ୍ତର-ଉତ୍ତରପୂର୍ବ ଆଡ଼କୁ ଗତିକରି ସୌରାଷ୍ଟ୍ର ଏବଂ କଚ୍‌ ଆଡ଼କୁ ମୁହାଁଇବ।

Share Now:

Kalinga News Beuro

Next Post

ବିଦ୍ୟୁତ୍ କାଟର ପ୍ରତିବାଦ: ଶକ୍ତିମନ୍ତ୍ରୀଙ୍କ ଘର ଆଗରେ ବିଞ୍ଚଣା ଓ ଲଣ୍ଠନ ଧରି ବିକ୍ଷୋଭ

Mon Jun 12 , 2023
ଭୁବନେଶ୍ୱର: ରାଜ୍ୟରେ ବିଦ୍ୟୁତ୍ କାଟ ବିରୋଧରେ ଶକ୍ତିମନ୍ତ୍ରୀଙ୍କ ଘର ଆଗରେ ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଅଘୋଷିତ ବିଦ୍ୟୁତ କାଟକୁ ବିରୋଧ କରି ହାତରେ ବିଞ୍ଚଣା ଓ ଲଣ୍ଠନ ଧରି ବିକ୍ଷୋଭ କରୁଛି ଛାତ୍ର କଂଗ୍ରେସ। ଅସହ୍ୟ ଗରମରେ ସାରା ରାଜ୍ୟ ଆଉଟୁପାଉଟୁ ହେଉଥିବା ବେଳେ ଅଘୋଷିତ ବିଜୁଳି କାଟ ଲୋକଙ୍କ କଷ୍ଟ ବଢ଼ାଉଛି। ମନ ଇଛା ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍ କାଟ କରୁଛନ୍ତି ବିତରଣ […]
ବିଦ୍ୟୁତ୍ କାଟର ପ୍ରତିବାଦ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial