ମିଥ୍ୟା ଖବର ପ୍ରସାରଣ କରୁଥିବା ‘ୱେବ୍‌ ପୋର୍ଟାଲ୍‌’ ଓ ‘ୟୁଟ୍ୟୁବ୍‌ ଚାନେଲ୍‌’ ଉପରେ ସରକାରଙ୍କ ନିୟନ୍ତ୍ରଣ ନ ଥିବାରୁ ଉଦ୍‌ବେଗ ପ୍ରକାଶ କଲେ ସୁପ୍ରିମକୋର୍ଟ

Supreme court of India

ନୂଆଦିଲ୍ଲୀ: ନିୟନ୍ତ୍ରଣକାରୀ ବ୍ୟବସ୍ଥା ନ ଥିବାରୁ ଅବାଧରେ ଅସତ୍ୟ ସମ୍ବାଦ (ଫେକ୍ ନ୍ୟୁଜ୍) ପରିବେଶଣ କରିବା ସହ ସମ୍ମାନହାନୀ କରିଚାଲୁଥିବା ‘ୱେବ୍‌ ପୋର୍ଟାଲ୍‌’ ଏବଂ ‘ୟୁଟ୍ୟୁବ୍‌ ଚାନେଲ୍‌’ଗୁଡ଼ିକର କାର୍ଯ୍ୟକଳାପ ଉପରେ ସୁପ୍ରିମ୍‌ କୋର୍ଟ ଆଜି ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଭାରତର ପ୍ରଧାନ ବିଚାରପତି ଏନ୍‌. ଭି. ରମନାଙ୍କ ନେତୃତ୍ବାଧୀନ ଖଣ୍ଡପୀଠ କହିଛନ୍ତି, ସେମାନେ କେବଳ କ୍ଷମତାଶୀଳଙ୍କ କଥା ଶୁଣି ବିନା କୌଣସି ଉତ୍ତରଦାୟିତ୍ବରେ ବିଚାରପତି ଏବଂ ପ୍ରତିଷ୍ଠାନଗୁଡ଼ିକ ବିରୋଧରେ ଯାହା ନାହିଁ ତାହା ଲେଖନ୍ତି। ଭାରତର ପ୍ରଧାନ ବିଚାରପତି ରମନା, ବିଚାରପତି ସୂର୍ଯ୍ୟକାନ୍ତ ଓ ବିଚାପତି ଏ. ଏସ୍‌. ବୋପନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଆହୁରି ମଧ୍ୟ କହିଛନ୍ତି, ମିଥ୍ୟା ଖବର ପ୍ରସାରଣ ଏବଂ ୱେବ୍‌ ପୋର୍ଟାଲ୍‌ ଓ ୟୁଟ୍ୟୁବ୍‌ ଚାନେଲ୍‌ ଉପରେ କୌଣସି ନିୟନ୍ତ୍ରଣ ନାହିଁ। ୟୁଟ୍ୟୁବ୍‌ ଚାନେଲ୍‌ ଖୋଲିଲେ ଜାଣିପାରିବେ ମିଥ୍ୟା ଖବର କେମିତି ଅବାଧରେ ପ୍ରସାରିତ ହୋଇଚାଲୁଛି। ସେହିପରି, ଯେ କେହି ମଧ୍ୟ ‘ୟୁଟ୍ୟୁବ୍‌’ରେ ଚାନେଲ୍‌ ଚଳାଇ ପାରୁଛି। ସଲିସିଟର୍‌ ଜେନେରାଲ୍‌ ତୁ‌ଷାର ମେହେଟ୍ଟାଙ୍କୁ ସୁପ୍ରିମ୍‌ କୋର୍ଟ ପ୍ରଶ୍ନ କରିଥିଲେ ଯେ, ଏହି ସବୁ ବ୍ୟକ୍ତିଗତ ଗଣମାଧ୍ୟମ ଚାନେଲ୍‌ଗୁଡ଼ିକୁ ନିୟନ୍ତ୍ରଣ କରିବା ଲାଗି ଆପଣ କେବେ ଉଦ୍ୟମ କରିଛନ୍ତି? ପ୍ରତ୍ୟୁତ୍ତର ଦେଇ ମେହେଟ୍ଟା କହିଲେ, ଭାରତର ପ୍ରଧାନ ବିଚାରପତି ଚିହ୍ନିତ କରିଥିବା ସମସ୍ୟାଗୁଡ଼ିକ ପ୍ରତି ଧ୍ୟାନ ଦେଇ କେନ୍ଦ୍ର ସରକାର ନୂତନ ‘ସୂଚନା ଓ ପ୍ରଯୁକ୍ତିବିଦ୍ୟା ନିୟମ’ କରିଛନ୍ତି। କିନ୍ତୁ, ଏହି ନୂତନ ନିୟମଗୁଡ଼ିକୁ ଚାଲେଞ୍ଜ୍‌ କରି ହାଇକୋର୍ଟମାନଙ୍କରେ ଅନେକ ପିଟିସନ୍‌ ଦାଖଲ କରାଯାଇଛି। ସେ ସବୁ ପିଟିସନ୍‌ଗୁଡ଼ିକୁ ସୁପ୍ରିମ୍‌ କୋର୍ଟଙ୍କ ନିକଟକୁ ପଠାଇ ଦେବା ପାଇଁ କେନ୍ଦ୍ର ସରକାର ଆବେଦନ କରିଛନ୍ତି। ଏହା ବ୍ୟତିରେକେ, ‘କେବଲ୍‌ ରୁଲ୍‌ସ୍‌ ଆମେଣ୍ଡମେଣ୍ଟ୍‌’ ବିରୋଧରେ ‘ଏନ୍‌ବିଏସ୍‌ଏ’ ଫାଇଲ୍‌ କରିଥିବା ପିଟିସନ୍‌ର ମଧ୍ୟ ସୁପ୍ରିମ୍‌ କୋର୍ଟ ଶୁଣାଣି କରିବେ। ୬ ସପ୍ତାହ ପରେ ତାହାର ଶୁଣାଣି ହେବ ବୋଲି ସୁପ୍ରିମ୍‌ କ‌ୋର୍ଟ କହିଛନ୍ତି।

Share Now:

Kalinga News Beuro

Next Post

ଜୁଆ ଆଡ଼ାରେ ଚଢ଼ଉ, ୧୦ ଗିରଫ: ମାସିକିଆ ଭଡ଼ାରେ ଲାଗିଥିଲା କଲ୍ୟାଣମଣ୍ଡପ

Thu Sep 2 , 2021
ଜମୁଥିଲା ମଦ ମାଂସର ଆସର, ୩ ଲକ୍ଷ ଟଙ୍କା ଜବତ ବାଲିଅନ୍ତା: ଜୁଆ ଆଡ଼ା ପାଇଁ ମାସିକିଆ ଭଡ଼ାରେ ଲାଗିଥିଲା କଲ୍ୟାଣମଣ୍ଡପ। ମାସିକ ୩୦ ହଜାର ଟଙ୍କା ଭଡ଼ା ଦିଆଯାଉଥିଲା। ମଦ ମାଂସର ଆସର ସାଙ୍ଗକୁ ରାତି ସାରା ଚାଲୁଥିଲା ଜୁଆ ଖେଳ। ଜୁଆଡ଼ିଙ୍କ ମନୋରଞ୍ଜନ ପାଇଁ ବଡ଼ ଟିଭି ପରଦାରେ ସିନେମା ଦେଖିବା ଭଳି ବ୍ୟବସ୍ଥା ବି ଥିଲା। କୁମାର ପୂର୍ଣ୍ଣିମା ପର୍ଯ୍ୟନ୍ତ ଚାଲିଥାନ୍ତା ଜୁଆ ଆଡ଼ା। କିନ୍ତୁ […]
ଜୁଆ ଆଡ଼ାରେ ଚଢ଼ଉ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial