ଡ୍ରେନ୍‌ ଉପରେ ଶୌଚାଳୟ : ଏବେ ବର୍ଷା ହେଲେ ରାସ୍ତାରେ ଭାସିବ ମଇଳା

ଡ୍ରେନ୍‌ ଉପରେ ଶୌଚାଳୟ

ଜଟଣୀ: ରାସ୍ତାକଡ଼ରେ ଝୁମ୍ପୁଡ଼ି କରି ବର୍ଷ ବର୍ଷ ଧରି ରହୁଛନ୍ତି। ପାଇଖାନା କରିଛନ୍ତି ଡ୍ରେନ୍‌ ଉପରେ। ଡ୍ରେନ୍‌ ଉପରେ ପଟା, ବାଉଁଶ ପକାଇ ଜରିପାଲ ଟାଣି ତିଆରି କରିଛନ୍ତି ଅସ୍ଥାୟୀ ପାଇଖାନା। ପିଲାଠୁ ବୟସ୍କଯାଏ ପରିବାର ସମସ୍ତେ ସେହି ପାଇଖାନା ବ୍ୟବହାର କରୁଛନ୍ତି। ଏହା ବର୍ଷ ବର୍ଷର କଥା। ବର୍ଷା ଦିନ ଆସିଲେ, ଡ୍ରେନ୍‌ ମଇଳା ରାସ୍ତାରେ ଭାସେ। ତେଣୁ ଯାତାୟାତ ପାଇଁ ଉକ୍ତ ରାସ୍ତା ଉପରେ ନିର୍ଭର କରୁଥିବା ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୁଅନ୍ତି। ଜଟଣୀ ପୌରପାଳିକ ୧୯ ନମ୍ବର ୱାର୍ଡ ଧୋବିଘାଟ ସାହିର ଏହି ଚିତ୍ର ସହରର ସ୍ୱଚ୍ଛତା ପ୍ରତି ଅଙ୍ଗଳି ଉଠାଇଆସୁଛି। ମାତ୍ର ବର୍ଷ ବର୍ଷ ଧରି ଏମିତି କଦର୍ଯ୍ୟ ପରିବେଶ ସୃଷ୍ଟି ହେଉଥିଲେ ବି ପୌରପାଳିକା କର୍ତ୍ତୃପକ୍ଷ ନିରବ। ତେଣୁ ଏହି ରାସ୍ତାରେ ଯାତାୟାତ କରୁଥିବା ଲୋକେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।
ସ୍ଥାନୀୟ ସ୍ଥାୟୀ ବାସିନ୍ଦାଙ୍କ ଅଭିଯୋଗ ଅନୁସାରେ ବହୁ ବର୍ଷ ହେଲା ଜବରଦଖଲ କରି ଏଠାରେ ପ୍ରାୟ ୩୦/୪୦ ପରିବାର ଝୁମ୍ପୁଡ଼ି କରି ରହୁଛନ୍ତି। ସେମାନଙ୍କୁ ପ୍ରଶାସନ ପକ୍ଷରୁ ବିଦ୍ୟୁତ୍, ପାନୀୟ ଜଳ ଯୋଗାଇ ଦିଆଯାଇଛି। ସେମାନଙ୍କର ରାସନ୍ କାର୍ଡ, ଭୋଟର କାର୍ଡ ବି ଅଛି। କେବଳ ରେଳବାଇ ଅଧୀନରେ ଅଞ୍ଚଳଟି ଥିବାରୁ ସେମାନଙ୍କୁ ସ୍ଥାୟୀ ଘର ଦିଆଯାଇନାହିଁ। ଏମିତିକି ସେମାନଙ୍କ ପାଇଁ ସର୍ବସାଧାରଣ ଶୌଚାଳୟ କରାଯାଇନାହିଁ। ବାରମ୍ବାର ଅଭିଯୋଗ କରିବା ପରେ ବି ସେମାନଙ୍କୁ ଏଠାରୁ ଉଚ୍ଛେଦ କରି ଅନ୍ୟତ୍ର ଥଇଥାନ କରାଯାଉନାହିଁ। ଫଳରେ ସେମାନେ ଡ୍ରେନ୍‌ ଉପରେ ପାଇଖାନା କରି ପରିବେଶ ପ୍ରଦୂଷିତ କରୁଛନ୍ତି। ଏମିତିକି ରାସ୍ତାକୁ ଜବରଦଖଲ କରି ଯାତାୟାତରେ ସମସ୍ୟା ସୃଷ୍ଟି କରୁଛନ୍ତି। ଏବେ ବର୍ଷା ଦିନ ଆସିଲା। ଡ୍ରେନ୍‌ ପାଣି ଉଛୁଳିବ ଏବଂ ରାସ୍ତା ସାରା ମଳ ଭାସିବ। ଏନେଇ କାଉନ୍‌ସିଲର ପି. ରାଜକୁମାରୀ କୁହନ୍ତି ଯେ ଡ୍ରେନ୍ ଉପରେ ଅସ୍ଥାୟୀ ଶୌଚାଳୟ ହୋଇଥିବା ଘଟଣା ସମ୍ପର୍କରେ ସେ ଅବଗତ ନାହାନ୍ତି। ଯଦି ଏପରି ହୋଇଥିବ, ଯଥାଶୀଘ୍ର ସେଗୁଡ଼ିକୁ ଭଙ୍ଗାଯିବ ବୋଲି ସେ କହିଛନ୍ତି।

Share Now:

Kalinga News Beuro

Next Post

ୟୁନିଅନ ବ୍ୟାଙ୍କ୍ ଡକାୟତି ଘଟଣାରେ ଲୁଟେରା ଟିମର ୬ ଜଣ ଗିରଫ

Wed Jul 5 , 2023
ବାଲେଶ୍ଵର: ତାଳସାରି ସାମୁଦ୍ରିକ ଥାନା ଅଧୀନରେ ଥିବା ଚନ୍ଦନେଶ୍ଵର ୟୁନିଅନ ବ୍ୟାଙ୍କ୍ ଡକାୟତି ଘଟଣାରେ ବାଲେଶ୍ଵର ପୁଲିସକୁ ବଡ଼ ସଫଳତା ମିଳିଛି। ପୁଲିସର ସ୍ୱତନ୍ତ୍ର ଟିମ୍ ବ୍ୟାଙ୍କ୍ ଲୁଟେରା ଟିମର ୬ ଜଣଙ୍କୁ ଗିରଫ କରିଛି ବୋଲି ଏସପି ସାଗରିକା ନାଥ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଗିରଫ ୬ ଅଭିଯୁକ୍ତଙ୍କ ମଧ୍ୟରେ ୩ ଲୁଟେରା କମର୍ଦ୍ଦା ଥାନା ଅଧୀନ ନାଚିନ୍ଦା, ରାଉତମନ୍ଦାରୁଣୀ ଓ ବାହାର୍ଦ୍ଦା ଅଞ୍ଚଳର ହୋଇଥିବା ବେଳେ […]
ୟୁନିଅନ ବ୍ୟାଙ୍କ୍ ଡକାୟତି ଘଟଣାରେ ଲୁଟେରା ଟିମର ୬ ଜଣ ଗିରଫ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial