ଜୀବନ ହାରିଲେ ଲୋକପ୍ରିୟ ଗାୟିକା କୋକୋ

ଜୀବନ ହାରିଲେ ଲୋକପ୍ରିୟ ଗାୟିକା କୋକୋ

ନୂଆଦିଲ୍ଲୀ: ହଲିଉଡର ପ୍ରସିଦ୍ଧ ଗାୟିକା କୋକୋ ଲି’ ଜୀବନ ହାରି ଦେଇଥିବାର ଦୁଃଖଦ ଖବର ଗୁରୁବାର ସାମ୍ନାକୁ ଆସିଛି। ଏହି ଦୁଃଖଦ ଖବରକୁ କୋକୋଙ୍କ ଭଉଣୀ କାରୋଲ ଓ ନାନସୀ ସୋସିଆଲ ମିଡିଆ ଜରିଆରେ ସମସ୍ତଙ୍କୁ ଜଣାଇଛନ୍ତି। କୋକୋଙ୍କ ଏଭଳି ଆକସ୍ମିକ ମୃତ୍ୟୁ ଖବର ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି। କୋକୋଙ୍କ ପାଖ ଲୋକଙ୍କ କହିବାନୁସାରେ, କୋକୋ ଅନେକ ଦିନ ହେବ ଚିନ୍ତାରେ ରହି ଆସୁଥିଲେ। ସେ ପୂର୍ବ ଭଳି ଲୋକଙ୍କ ସହ ମିଶାମିଶି କରିବା ବନ୍ଦ କରି ଦେଇଥିଲେ। ଯେତିକି ଆବଶ୍ୟକ ସେତିକି କଥା ହେଉଥିଲେ। ଅନେକ ଦିନ ଚିନ୍ତାରେ ରହିବା ପରେ ‌‌ଶେଷରେ ସେ ଜୀବନ ହାରିବାକୁ ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେ କୋମାକୁ ଚାଲି ଯାଇଥିଲେ। ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ ପାଇଛି।
କୋକୋ ଚୀନର ମୂଳ ବାସିନ୍ଦା। ସେ ହଂକଂର ଜଣେ ଲୋକପ୍ରିୟ ଗାୟିକା। ପରେ ‌ସେ ସାନ ଫ୍ରାନ୍ସିସ୍କୋକୁ ସ୍ଥାନାନ୍ତରିତ ହୋଇ ଆସିଥିଲେ। ତାଙ୍କର ଅନେକ ଫ୍ୟାନଫୋଲୋଇଂ ରହିଛନ୍ତି। କୋକୋ ‌ଚୀନର ପ୍ରଥମ ଗାୟିକା ଯାହାଙ୍କୁ ଓସ୍କାର କାର୍ଯ୍ୟକ୍ରମରେ ପ୍ରଦର୍ଶନ କରିବା ପାଇଁ ସୁଯୋଗ ମିଳିଥିଲା। କୋକୋ ଲି’ ୩୦ବର୍ଷ ଧରି ଲୋକଙ୍କ ମ‌ନୋରଞ୍ଜନ କରି ଆସୁଥିବା ବେଳେ ସବୁଦିନ ପାଇଁ ସେ ଦୁନିଆକୁ ଅଲବିଦା କହିଛନ୍ତି।

Share Now:

Kalinga News Beuro

Next Post

ଡିଏନ୍ ଗ୍ରୁପ ଉପରେ ଚଢ଼ଉ ଜାରି : ଆଉ ଥରେ ଗଣିବା ପାଇଁ ଜବତ ଟଙ୍କା ଗଲା ଆରବିଆଇ

Thu Jul 6 , 2023
ଭୁବନେଶ୍ୱର: ଟିକସ ଫାଙ୍କିବା ଅଭିଯୋଗରେ ବ୍ୟବସାୟିକ ପ୍ରତିଷ୍ଠାନ ଡିଏନ୍ ଗ୍ରୁପ ଉପରେ ଆୟକର ବିଭାଗର ଚଢ଼ଉ ସମୟରେ ମିଳିଥିବା ଟଙ୍କା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)କୁ ଯାଇଛି। ସେଠାକୁ ଯାଇଥିବା ଜବତ ଟଙ୍କା ଆଉ ଥରେ ଗଣାଯିବ। ଆୟକର ବିଭାଗ ଟଙ୍କା ସହ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ମଧ୍ୟ ନେଇଛି। ପାଖାପାଖି ୧୦୦ କୋଟି ଟଙ୍କାର ମନି ରିସିପ୍‌ ମଧ୍ୟ ଇନକମ୍ ଟ୍ୟାକ୍ସ ଅଧିକାରୀ ସାଙ୍ଗରେ ନେଇ ଯାଇଛନ୍ତି। […]
ଡିଏନ୍ ଗ୍ରୁପ ଉପରେ ଚଢ଼ଉ ଜାରି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial