ଟଙ୍କା ଅଛି କାମ ହେଉନି : ଛନ୍ଦୋଳ ଗାଁ ଦାଣ୍ଡରେ ଜମିଛି ବର୍ଷା ଜଳ

ଟଙ୍କା ଅଛି କାମ ହେଉନି

ଧଉଳି: ଗାଁ ଦାଣ୍ଡ ମରାମତି ପାଇଁ ୨ ବର୍ଷ ତଳୁ ପଞ୍ଚାୟତ ସମିତି ଅନୁଦାନ ଦେଇସାରିଛି। ୨ ଲକ୍ଷ ୧୩ ହଜାର ଟଙ୍କା ମଞ୍ଜୁର ହୋଇସାରିଛି। କିନ୍ତୁ କାମ ହେଉନାହିଁ। ଫଳରେ ଗାଁ ଦାଣ୍ଡରେ ଜମିରହୁଛି ବର୍ଷା ପାଣି। ଦିନ ଦିନ ଧରି ଗାଁ ଦାଣ୍ଡରୁ ବର୍ଷା ଜଳ ନିଷ୍କାସନ ହୋଇନପାରିବାରୁ ଗ୍ରାମବାସୀମାନେ ପାଣିରେ ପଶି ଯା’ଆସ କରିବାକୁ ବାଧ୍ୟ ହେଉଛନ୍ତି। ଫଳରେ ଅଙ୍ଗନବାଡ଼ି ପିଲା ଓ ବରିଷ୍ଠ ନାଗରିକମାନେ ବହୁ ସମସ୍ୟାରେ ପଡ଼ୁଛନ୍ତି। ଏହା ହେଉଛି ବାଲିଅନ୍ତା ବ୍ଲକ୍‌ ସରକଣା ପଞ୍ଚାୟତ ଛନ୍ଦୋଳ ଗାଁ ଦାଣ୍ଡର ଅବସ୍ଥା। ଗାଁ ଦାଣ୍ଡକୁ ପୁଣି ଥରେ କଂକ୍ରିଟ୍‌ କରି ଅଧିକ ଉଚ୍ଚ କରିବା ଲାଗି ୨୦୨୦/ ୨୧ ଆର୍ଥିକ ବର୍ଷରେ ଆର୍ଥିକ ଅନୁଦାନ ମିଳିଥିଲା। ତତ୍କାଳୀନ ସରପଞ୍ଚ ସୂର୍ଯ୍ୟ ନାରାୟଣ ଦାସଙ୍କ କାର୍ଯ୍ୟକାଳ ସମୟରେ ୨ଲକ୍ଷ ୧୩ ହଜାର ଟଙ୍କାର ସମିତି ଅନୁଦାନ ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ଦୁଇ ବର୍ଷ ବିତିଯାଇଥିଲେ ମଧ୍ୟ ରାସ୍ତା ନିର୍ମାଣ କାର୍ଯ୍ୟ ଏଯାଏ ଆରମ୍ଭ ହୋଇପାରିନି।
ଏନେଇ ଛନ୍ଦୋଳ ଗ୍ରାମବାସୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଛି। ସରପଞ୍ଚ ଓ ବ୍ଲକ କର୍ତ୍ତୃପକ୍ଷ ଏଦିଗରେ ଆନ୍ତରିକତା ଦେଖାଉନଥିବା ଅଭିଯୋଗ ହୋଇଛି। ଏଣେ ଗାଁ ଦାଣ୍ଡରେ ପାଣି ଜମି ରହିବା ଫଳରେ ଗ୍ରାମବାସୀମାନେ ଯାତାୟାତ କ୍ଷେତ୍ରରେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବାପାମା’ କାଖେଇ କାନ୍ଧେଇ ପିଲାଙ୍କୁ ଅଙ୍ଗନବାଡ଼ି ନେଉଛନ୍ତି। ବର୍ଷା ପାଣି ଜମି ରହିବା କାରଣରୁ ଗାଁରେ ମଶାଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇଛି। ଲୋକମାନେ ଡେଙ୍ଗୁରେ ପୀଡ଼ିତ ହେବାର ଆଶଙ୍କା ରହିଛି। ଏ ସଂପର୍କରେ ବାଲିଅନ୍ତା ବିଡିଓଙ୍କ କହିବା କଥା ସେ ତୁରନ୍ତ ସରପଞ୍ଚ ବିଷ୍ଣୁପ୍ରିୟା ସାହୁଙ୍କ ସହ ଆଲୋଚନା କରି ପଦକ୍ଷେପ ଗ୍ରହଣ କରିବେ।

Share Now:

Kalinga News Beuro

Next Post

ବାହାନଗା ଟ୍ରେନ ଟ୍ରାଜେଡି : ୩ ରେଳ କର୍ମଚାରୀଙ୍କୁ ଗିରଫ କଲା ସିବିଆଇ

Fri Jul 7 , 2023
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ‌ବାହାନଗା ଟ୍ରେନ୍‌ ଦୁର୍ଘଟଣା ମାମଲାରେ ତିନି ଜଣ ରେଳ କର୍ମଚାରୀଙ୍କୁ ଗିରଫ କଲା ସିବିଆଇ। ମିଳିଥିବା ସୂଚନା ମୁତାବକ ସିନିୟର ସେକ୍ସନ ଇଂଜିନିୟର ଅରୁଣ କୁମାର ମହନ୍ତ, ସେକ୍ସନ ଇଂଜିନିୟର ମହମ୍ମଦ ଅମୀର ଖାନ ଓ ଟେକନିସିଆନ ପପୁ କୁମାରଙ୍କୁ ଗିରଫ କରାଯାଇଛି। ଏହି ତିନିଜଣ ଅଭିଯୁକ୍ତଙ୍କ ନାମରେ ଆଇପିସିର ଧାରା ୩୦୪ ଓ ୨୦୧ ସିଆରପିସିରେ ମାମଲା ରୁଜୁ ହୋଇଛି। ମିଳିଥିବା ସୂଚନା ମୁତାବକ […]
ବାହାନଗା ଟ୍ରେନ ଟ୍ରାଜେଡି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial