ଭୁବନେଶ୍ୱର: ଟଙ୍କପାଣି ରୋଡ ସାଇ ମନ୍ଦିର ସମ୍ମୁଖରେ ୨ ଫୁଟ୍ର ପାଣି ଜମି ରହିଥିବା ଜଣାଯାଇଛି। ବାସୁଆଘାଇ ଅଞ୍ଚଳରେ ଦୀର୍ଘ ଦୁଇ ମାସ ହେଲା ରାସ୍ତା ଉପରେ ପାଣି ଜମିକି ରହିଥିବା ଯୋଗୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଟଙ୍କପାଣି ରୋଡ ସାଇମନ୍ଦିର ବାସୁଆଘାଇ ଅଞ୍ଚଳରେ ଦୀର୍ଘ ଦୁଇ ମାସ ହେଲା ରାସ୍ତା ଉପରେ ପାଣି ଜମିକି ରହିଛି।
୨ ମାସ ଧରି ପାଣି ଜମିକି ରହିଛି ଏହି ରାସ୍ତାରେ। ପାଣି ନିଷ୍କାସନ ପାଇଁ ମଧ୍ୟ କୌଣସି ବାଟ ନାହିଁ। ଦୀର୍ଘ ୧୦ ବର୍ଷରୁ ଅଧିକ ସମୟ ହେବ ଗଙ୍ଗୁଆ ନାଳକୁ ସଂଯୋଗ କରୁଥିବା ଦୁଇ ପାର୍ଶ୍ଵରେ ଡ୍ରେନ ବନ୍ଦ ହୋଇଯାଇଛି। ତେଣୁ ଯେବେ ବି ବର୍ଷା ହେଉଛି ରାସ୍ତା ଉପରେ ୨/୩ ମାସ ଧରିକି ପାଣି ଜମି ରହୁଛି ବୋଲି ଅଭିଯୋଗ କରୁଛନ୍ତି ଗ୍ରାମବାସୀ। ରାସ୍ତାକଡ଼ରେ ଥିବା ପାଖାପାଖି ଶହେ ବ୍ୟବସାୟୀ ହଇରାଣ ହେଉଛନ୍ତି। ଟଙ୍କପାଣି ବ୍ରିଜ ଦେଇ ଏଇ ରାସ୍ତା ବାଲିଅନ୍ତାକୁ ସଂଯୋଗ କରୁଛି। ତେଣୁ ସ୍ଥାନୀୟ ଲୋକେ ମଧ୍ୟ ହଇରାଣ ହେଉଛନ୍ତି।
Share Now: