ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ରତ୍ନ ଭଣ୍ଡାର ସମ୍ପର୍କିତ ରିଟ୍ ଆବେଦନର ଶୁଣାଣି ଶେଷ : ରାୟ ସଂରକ୍ଷିତ

ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ରତ୍ନ ଭଣ୍ଡାର

କଟକ: ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ପ୍ରାୟ ଦେଢ଼ ଘଣ୍ଟା ଧରି ରତ୍ନ ଭଣ୍ଡାର ସମ୍ପର୍କିତ ରିଟ୍ ଆବେଦନର ଶୁଣାଣି ହୋଇଥିଲା। ଏହି ସମୟ ମଧ୍ୟରେ ରତ୍ନ ଭଣ୍ଡାର ଖୋଲାଯିବା ଓ ମରାମତି ଆବଶ୍ୟକ ନେଇ ଆବେଦନକାରୀଙ୍କ ଓକିଲ ପୀତାମ୍ବର ଆଚାର୍ଯ୍ୟ ପର୍ଯ୍ୟାପ୍ତ ଯୁକ୍ତି ଦର୍ଶାଇଥିଲେ। ସେହିପରି ସରକାରୀ ଓକିଲ ମଧ୍ୟ ଦର୍ଶାଇଥିଲେ କି ରତ୍ନଭଣ୍ଡାର ଅଳଙ୍କାରର ସ୍ଥିତି ଓ ମରାମତିର ବର୍ତ୍ତମାନ ସ୍ଥିତି ବିଷୟରେ ମଧ୍ୟ କୋର୍ଟକୁ ଜଣାଇଥିଲେ। ଉଭୟ ପକ୍ଷଙ୍କ ଶୁଣିବା ପରେ ଏବେ ଏହି ରିଟ୍ ଆବେଦନର ଶୁଣାଣି ଶେଷ ହୋଇଛି। ଏହାପରେ ରାୟ ସଂରକ୍ଷିତ ରଖିଛନ୍ତି ହାଇକୋର୍ଟ। ଏନେଇ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ସୂଚନା ଦେଇଛନ୍ତି।

Share Now:

Kalinga News Beuro

Next Post

ଧୂଆଁବାଣ ମୋ’ ଘର ଯୋଜନା : ଜଣେ ବି ହିତାଧିକାରୀଙ୍କୁ ମିଳିନି ସହାୟତା

Tue Sep 26 , 2023
ବାଲିଅନ୍ତା: ସରକାରଙ୍କ ମୋ’ ଘର ଯୋଜନା ବାଲିଅନ୍ତା ବ୍ଲକ୍‌ ପାଇଁ ଏକ ଧୂଆଁବାଣ ବୋଲି ସବୁଆଡ଼େ ଚର୍ଚ୍ଚା। ଏହି ବ୍ଲକ୍‌ରୁ ପାଖାପାଖି ୨ ହଜାର ଆବେଦନକାରୀ ମୋ’ଘର ଯୋଜନାରେ ସହାୟତା ପାଇବାକୁ ଅପେକ୍ଷା କରିଥିବା ବେଳେ କେହି ଜଣେ ବି ଉପକୃତ ହୋଇନାହାନ୍ତି। ବ୍ଲକ୍‌ ପକ୍ଷରୁ ୨୨ ହିତାଧିକାରୀଙ୍କ ନାମ ସୁପାରିଶ କରାଯାଇଥିବା ବେଳେ ବ୍ୟାଙ୍କ ପକ୍ଷରୁ କାହାକୁ ବି ଏହି ରିହାତିଯୁକ୍ତ ଋଣ ମିଳିନଥିବା ଜଣାପଡ଼ିଛି। ଏହାକୁ ନେଇ […]
ମୋ’ ଘର ଯୋଜନା ଧୂଆଁବାଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial