ଫେବୃଆରୀ ୧୬ରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା

ଭୁବନେଶ୍ୱର: ଫେବୃଆରୀ ୧୬ରୁ ଯୁକ୍ତ ୨ ପରୀକ୍ଷା ଆରମ୍ଭ ହେବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ମାର୍ଚ୍ଚ ୨୦ ତାରିଖରେ ଯୁକ୍ତ ୨ ପରୀକ୍ଷା ସରିବ। ଫେବୃଆରୀ ୧୬ରୁ ଯୁକ୍ତ ୨ କଳା, ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଆରମ୍ଭ ହେବ। ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ସୂଚୀ ମଧ୍ୟ ଘୋଷିତ ହୋଇଛି।
ପ୍ରଥମେ ୧୬ତାରିଖ ଦିନ ବଜ୍ଞାନ ପରୀକ୍ଷା ରହିଛି । ପରଦିନ ଅର୍ଥାତ୍ ୧୭ ତାରିଖ ଦିନ କଳା ଓ ବାଣିଜ୍ୟ ପରୀକ୍ଷା ହେବ।ମିଳିଥିବା ସୂଚନା ଆଧାରରେ ଚଳିତ ବର୍ଷ ବିଜ୍ଞାନରେ ପ୍ରାୟ ୯୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଏହା ସହ କଳାରେ ପ୍ରାୟ ୪ ଲକ୍ଷ ଓ ବାଣିଜ୍ୟରେ ପ୍ରାୟ ୭୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବା ନେଇ ସୂଚନା ରହିଛି।

Share Now:

Kalinga News Beuro

Next Post

ଗୋସେଇଁଧାରା ଜଳପ୍ରପାତ ପ୍ରତି ପ୍ରଶାସନର ଅବହେଳା ଯୋଗୁଁ ବଦଳୁନି ଭାଗ୍ୟ?

Fri Dec 15 , 2023
ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର ରହିଛି ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଅନେକ ପର୍ଯ୍ୟଟନସ୍ଥଳୀ। ବ୍ଲକରେ ରହିଥିବା ଅନେକ ଶୈବପୀଠ ଓ ଜଳପ୍ରପାତ ପର୍ଯ୍ୟଟକଙ୍କୁ ବେଶ୍‌ ଆକୃଷ୍ଟ କରିଥାଏ। ଏଥି ମଧ୍ୟରୁ ଅନ୍ୟତମ ଜଳପ୍ରପାତ ହେଉଛି ଗୋସେଇଁଧାରା। ଏହି ପର୍ଯ୍ୟଟନସ୍ଥଳୀର ଉପର ଭାଗରେ ରହିଛି ଶିବ ମନ୍ଦିର। ଶିବ ମନ୍ଦିର ନିକଟରେ ଏକ ପଥର କରଡ଼ରେ ରହିଛି ମା’ ପାର୍ବତୀଙ୍କ ଆସ୍ଥାନ। ଏହି ଦୁଇଟି ଆସ୍ଥାନ ମଧ୍ୟରେ ବୋହି ଯାଉଛି ଝରଣା। […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial