ରନ୍‌ୱେରୁ ଖସିଗଲା ମିଆଁମାର ସେନା ବିମାନ : ୨ ଜଣ ଆହତ

ଅଯୋୖଲ: ମିଜୋରାମର ଲେଙ୍ଗପୁଇ ବିମାନବନ୍ଦରରେ ଟର୍ମିନାଲରେ ପହଞ୍ଚିବା ପୂର୍ବରୁ ମିଆଁମାରର ଏକ ସାମରିକ ବିମାନ ରନୱେରୁ ଖସିଯିବା ପରେ ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଏହି ଦୁର୍ଘଟଣାରେ ଅତି କମରେ ଦୁଇ ଜଣ ଆହତ ହୋଇଛନ୍ତି। ଆଜି ସକାଳ ପ୍ରାୟ ୧୦.୧୯ ସମୟରେ ଏହି ଘଟଣା ଘଟିଛି। ସୂଚନାନୁସାରେ, ମିଆଁମାର ସେନା ଏବଂ ନାଗରିକ ସେନା ମଧ୍ୟରେ ସଂଘର୍ଷ ହେତୁ ଲଙ୍ଗଟଲାଇ ଜିଲ୍ଲାରୁ ପଳାୟନ କରିଥିବା ମିଆଁମାର ସୈନିକମାନଙ୍କୁ ଏହି ବିମାନରେ ଅଣା ଯାଉଥିଲା। ମିଜୋରାମର ଲେଙ୍ଗପୁଇ ବିମାନବନ୍ଦରରେ ଅବତରଣ କରିବା ପରେ ବିମାନଟି ରନୱେରୁ ଖସିଗଲା। ଫଳରେ ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।

Share Now:

Kalinga News Beuro

Next Post

ପୂରା ପରିବାର ସହ ଅଯୋଧ୍ୟାରେ ଅମ୍ବାନୀ : ରାମ ମନ୍ଦିର ଟ୍ରଷ୍ଟ୍‌କୁ ୨.୫୧ କୋଟି ଦାନ କଲେ

Tue Jan 23 , 2024
ଅଯୋଧ୍ୟା: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଦେଶର ଅନେକ ଶିଳ୍ପପତିଙ୍କୁ ଅଯୋଧ୍ୟାରେ ଦେଖିବାକୁ ମିଳିଥିଲା। ଏହି ଅବସରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କୁ ପୂରା ପରିବାର ସହ ଅଯୋଧ୍ୟାରେ ଦେଖିବାକୁ ମିଳିଥିଲା। ପୂରା ପରିବାର କଡ଼ା ସୁରକ୍ଷାର ସହ ବିମାନବନ୍ଦରରୁ ଯାଇ ମନ୍ଦିରରେ ପହଞ୍ଚିଥିଲେ। ମୁକେଶଙ୍କ ସହ ତାଙ୍କ ପତ୍ନୀ ନୀତା ଅମ୍ବାନୀ, ଝିଅ ଇଶା ଅମ୍ବାନୀ, ଜ୍ୱାଇଁ ଆନନ୍ଦ ପରିମଲ, ପୁଅ ଆକାଶ ଓ ଅନନ୍ତ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial