୨୦୨୫ ସୁଦ୍ଧା ଏକାମ୍ର ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ୫ଟି ଅଧ୍ୟକ୍ଷଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆଜି ସକାଳୁ ଏକାମ୍ର ବିକାଶ ପ୍ରକଳ୍ପର ଟିକନିକ୍ ସମୀକ୍ଷା କରିଛନ୍ତି। ସେ ସକାଳ ୬.୩୦ରୁ ୭.୩୦ ପର୍ଯ୍ୟନ୍ତ ପ୍ରକଳ୍ପ ବୁଲିଦେଖିବା ସହ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଭକ୍ତଙ୍କ ସୁବିଧା ଓ ଏକାମ୍ରକ୍ଷେତ୍ରରେ ଆଧ୍ୟାତ୍ମିକ ପରିବେଶ କିପରି ସୃଷ୍ଟି କରାଯାଇପାରିବ, ପରିକ୍ରମା କରିଡରରେ ଉଦ୍ୟାନ ଓ ପଥର କାରୁକାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଛନ୍ତି। ନୂଆବର୍ଷ ଅର୍ଥାତ୍‌ ୨୦୨୫ ସୁଦ୍ଧା ଏହି ପ୍ରକଳ୍ପର କାର୍ଯ୍ୟ ଶେଷ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କାମରେ ଯେତେ ବାଧାବିଘ୍ନ ଆସିଲେ ସୁଦ୍ଧା ଧାର୍ଯ୍ୟ ସମୟ ପୂର୍ବରୁ ପ୍ରକଳ୍ପର କାମ ଶେଷ କରିବାକୁ ପ୍ରକଳ୍ପ ଅଧିକାରୀଙ୍କୁ ଉତ୍ସାହିତ କରିଛନ୍ତି। ୫ଟି ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ୍‌ ସାନିଟାରିୟମ ଛକ ନିକଟ ଉତ୍ତର ପାର୍କିଂଠାରୁ ଆରମ୍ଭ କରି ସମସ୍ତ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ବସ୍‌ ପାର୍କିଂ, କାର୍‌ ପାର୍କିଂ ବ୍ୟତୀତ ପର୍ଯ୍ୟଟନ ସୁବିଧା, ଭେଣ୍ଡିଂ ଜୋନ୍‌ ଏବଂ ଲିଙ୍ଗରାଜ ପୁଲିସ୍‌ ଷ୍ଟେସନ ନିର୍ମାଣ କାର୍ଯ୍ୟ ବୁଲି ଦେଖିଥିଲେ। ମନ୍ଦିର ପାର୍ଶ୍ଵରେ ଥିବା ଦୋକାନୀ ଏବଂ ବିକ୍ରେତାଙ୍କ ପୁନର୍ବାସ ଉପରେ ଧ୍ୟାନ ଦେଇ ସେ କହିଛନ୍ତି ସମସ୍ତ ଉପାୟରେ ସେମାନଙ୍କ ଜୀବିକା ନିଶ୍ଚିତ ହେବା ଆବଶ୍ୟକ ବୋଲି କହିଥିଲେ।
ଏହାପରେ ଶ୍ରୀ ପାଣ୍ଡିଆନ୍‌ ସମାନ୍ତରାଳ ଭାବେ କୋଟିତୀର୍ଥେଶ୍ୱରରୁ ବିନ୍ଦୁସାଗର ଯାଏଁ ହେବାକୁ ଥିବା ବିକଳ୍ପ ରାସ୍ତା ବୁଲି ଦେଖିଥିଲେ। ଏଥିପାଇଁ ଜମି ଅଧିଗ୍ରହଣ ଓ ଡ୍ରେନ ନିର୍ମାଣ ନେଇ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଡ୍ରେନ ନିର୍ମାଣ ପାଇଁ ଆବଶ୍ୟକ ଜମି ଯୋଗାଇ ଦେବାକୁ ବିଏମସିକୁ ସେ ନିର୍ଦ୍ଦେଶ ଦେଇଥିଲେ। ଅନନ୍ତ ବାସୁଦେବ ମନ୍ଦିର ପଛପଟେ ଥିବା ଭଜନ ମଣ୍ଡପ, ଓ ଲିଙ୍ଗରାଜ ପ୍ଲାଜା ମଧ୍ୟ ବୁଲି ଦେଖିଥିଲେ। ଶିବରାତ୍ରି ବେଳେ ଯେପରି କୌଣସି ଟ୍ରାଫିକ ସମସ୍ୟା ନ ସୃଷ୍ଟି ହୁଏ ସେଥିପାଇଁ ମୂଳଢାଞ୍ଚାରେ କୌଣସି ପରିବର୍ତ୍ତନ ନକରି ଧାଡ଼ି ପରିଚାଳନା କରିବାକୁ ସେ ଗୁରୁତ୍ୱ ଦେଇଛନ୍ତି। ଏକାମ୍ର ପରିସରରେ ଆଧୁନିକ ଉପାୟରେ ଟ୍ରାଫିକ ପରିଚାଳନାକୁ ଫୋକସ୍‌ ଦେଇଛନ୍ତି। ସ୍ୱଚ୍ଛ ପରିବେଶ ପାଇଁ ବ୍ୟାଟେରୀ ଚାଳିତ ଗାଡ଼ି ବ୍ୟବହାର କରିବାକୁ ସେ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ସେ ଦକ୍ଷିଣ ପାର୍ଶ୍ଵ ପରିକ୍ରମା ଓ ବଢେ଼ଇବାଙ୍କରେ ହେବାକୁ ଥିବା ବିକଳ୍ପ ବାଇପାସ୍‌ ରାସ୍ତାର ବୁଲି ଅନୁଧ୍ୟାନ କରିଥିଲେ।

Share Now:

Kalinga News Beuro

Next Post

୪ମାସର ସମସ୍ୟା ୪ଘଣ୍ଟାରେ ସମାଧାନ : ମରାମତି ହେଲା ନଳକୂପ, ଲୋକଙ୍କୁ ମିଳିଲା ପାନୀୟ ଜଳ

Fri Feb 23 , 2024
ଘୁ.ଉଦୟଗିରି: ଚାରିମାସର ସମସ୍ୟା ମାତ୍ର ୪ ଘଣ୍ଟା ମଧ୍ୟରେ ସମାଧାନ ହୋଇଛି। ଗଣମାଧ୍ୟମରେ ଖବର ପ୍ରକାଶିତ ହେଲା ପରେ ପ୍ରଶାସନ ତତ୍ପରତା ଦେଖାଇ ଲୋକଙ୍କ ପାଇଁ ପାନୀୟ ଜଳ ସମସ୍ୟାର ସମାଧାନ କରିଛି। କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତର ୧୭ନଂ ୱାର୍ଡବାସୀଙ୍କୁ ନଳକୂପରୁ ପାନୀୟ ଜଳ ମିଳିଛି। ସୂଚନା ଅନୁସାରେ କଳିଙ୍ଗା ପଞ୍ଚାୟତର ୧୭ନଂ ୱାର୍ଡ ତଥା ପୁକୁଲିଙ୍ଗିଆ ତିଡିସାହିରେ ଦୀର୍ଘ ୪ମାସ ହେଲା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial