୪ମାସର ସମସ୍ୟା ୪ଘଣ୍ଟାରେ ସମାଧାନ : ମରାମତି ହେଲା ନଳକୂପ, ଲୋକଙ୍କୁ ମିଳିଲା ପାନୀୟ ଜଳ

ଘୁ.ଉଦୟଗିରି: ଚାରିମାସର ସମସ୍ୟା ମାତ୍ର ୪ ଘଣ୍ଟା ମଧ୍ୟରେ ସମାଧାନ ହୋଇଛି। ଗଣମାଧ୍ୟମରେ ଖବର ପ୍ରକାଶିତ ହେଲା ପରେ ପ୍ରଶାସନ ତତ୍ପରତା ଦେଖାଇ ଲୋକଙ୍କ ପାଇଁ ପାନୀୟ ଜଳ ସମସ୍ୟାର ସମାଧାନ କରିଛି। କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତର ୧୭ନଂ ୱାର୍ଡବାସୀଙ୍କୁ ନଳକୂପରୁ ପାନୀୟ ଜଳ ମିଳିଛି। ସୂଚନା ଅନୁସାରେ କଳିଙ୍ଗା ପଞ୍ଚାୟତର ୧୭ନଂ ୱାର୍ଡ ତଥା ପୁକୁଲିଙ୍ଗିଆ ତିଡିସାହିରେ ଦୀର୍ଘ ୪ମାସ ହେଲା ନଳକୂପ ଅଚଳ ହୋଇ ପଡ଼ିଥିଲା। ଏହି ଯୋଗୁଁ ସ୍ଥାନୀୟଲୋକ ପାନୀୟ ଜଳ ପାଇଁ ହନ୍ତସନ୍ତ ହେଉଥିଲେ। ଫଳରେ ସେମାନେ ଦେଢ଼ କିମି ଦୂର ଚୁଆକୁ ଯାଇ ପାଣି ସଂଗ୍ରହ କରୁଥିଲେ। ପାନୀୟ ଜଳ ସମସ୍ୟା ନେଇ ବିଭାଗୀୟ କର୍ମଚାରୀଙ୍କୁ ଅନେକ ଥର ଗୁହାରି କରୁଥିଲେ ମଧ୍ୟ କେହି ଶୁଣୁ ନଥିଲେ।
ତେବେ ସମସ୍ୟା ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଗ୍ରାମ୍ୟ ଜଳଯୋଗାଣ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ବିଭାଗୀୟ କର୍ମଚାରୀମାନେ ତିଡିସାହିରେ ପହଞ୍ଚି ନଳକୂପ ମରାମତି କରିଥିଲେ। ଏବେ ତିଡିସାହିରେ ଲୋକଙ୍କୁ ନଳକୂପରୁ ପାଣି ମିଳିପାରୁଛି। ଆଗକୁ ଗ୍ରୀଷ୍ମଋତୁ ମାଡ଼ି ଆସୁଥିବାରୁ ଏବଂ ଏହା ପୂର୍ବରୁ ସମସ୍ୟାର ସମାଧାନ ହୋଇଥିବାରୁ ସ୍ଥାନୀୟ ଲୋକେ ଗଣମାଧ୍ୟମ ଓ ପ୍ରଶାସନକୁ ପ୍ରଶଂସା କରିବା ସହିତ ଧନ୍ୟବାଦ ଜଣାଇଛନ୍ତି।

Share Now:

Kalinga News Beuro

Next Post

ବିଏସ୍‌ଏବିଟିରେ ଟ୍ରାଏଲ୍‌ ରନ : ୬ କୋଟି ବ୍ୟୟରେ ହେବ ଆଇଡିଆଲ୍‌ ବସ୍‌ଷ୍ଟାଣ୍ଡ

Fri Feb 23 , 2024
ଭୁବନେଶ୍ୱର : ଖୁବ୍‌ଶୀଘ୍ର ଉଦ୍‌ଘାଟନ ହେବ ବରମୁଣ୍ଡାର ବାବା ସାହେବ ଭୀମରାଓ ଆମ୍ବେଦକର ବସ୍‌ ଟର୍ମିନାଲ୍‌(ବିଏସ୍‌ଏବିଟି)। ଏହି କ୍ରମରେ ୧୬ ତାରିଖରୁ ବସ୍‌ଗୁଡ଼ିକର ଟ୍ରାଏଲ୍‌ ରନ୍‌ ଚାଲିଛି। ବସ୍‌ଷ୍ଟାଣ୍ଡ ଭିତରକୁ ଆସିବାକୁ ଥିବା ସମସ୍ତ ବସ୍‌ରେ ରେଡିଓ ଫ୍ରିକ୍ୟୁଏନ୍‌ସି ଆଇଡେଣ୍ଟିଫିକେସନ (ଆରଏଫ୍‌ଆଇଡି) କାର୍ଡ ସଂସ୍ଥାପନ ବାଧ୍ୟତାମୂଳକ କରାଯାଇଛି। ମାଗଣାରେ ବିଡିଏ ଏହି ଆରଏଫ୍‌ଆଇଡି ପ୍ରତ୍ୟେକ ବସ୍‌ରେ ଲଗାଇବ। ୧୬ ତାରିଖରୁ ୨୨ ତାରିଖ ମଧ୍ୟରେ ସମସ୍ତ ବସ୍‌ରେ ଏହି ଆରଏଫ୍‌ଆଇଡି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial