ଓଡ଼ିଶାରେ ପୂର୍ବାହ୍ନ ୧୧ଟା ସୁଦ୍ଧା ୨୧.୩୨ ପ୍ରତିଶତ ମତଦାନ

ଭୁବନେଶ୍ୱର: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଜାରି ରହିଛି। ଭୋଟରମାନେଶାନ୍ତି ଶୃଙ୍ଖଳା ସହିତ ଲମ୍ବା ଲାଇନରେ ଛିଡା ହୋଇ ମତଦାନ କରୁଛନ୍ତି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁଯାୟୀ, ପୂର୍ବାହ୍ନ ୧୧ଟା ସୁଦ୍ଧା ଓଡ଼ିଶାରେ ୨୧.୩୨ ପ୍ରତିଶତ ମତଦାନ ହୋଇଛି।
ଦେବଗଡ ଜିଲ୍ଲାରେ ସର୍ବାଧିକ ମତଦାନ ହୋଇଛି। ଦେବଗଡରେ ସର୍ବାଧିକ ୨୪ ପ୍ରତିଶତ ମତଦାନ ହୋଇଛି। ସେହିଭଳି ଢେଙ୍କାନାଳରେ ୨୦.୯୨ ପ୍ରତିଶତ, କେଉଁଝରରେ ୨୦.୮୪ ପ୍ରତିଶତ, ଖୋର୍ଦ୍ଧାରେ ୨୧.୬୧ପ୍ରତିଶତ, ମୟୂରଭଞ୍ଜରେ ୨୧.୨୪ପ୍ରତିଶତ, ନୟାଗଡରେ ୧୯.୩୦ପ୍ରତିଶତ, ପୁରୀରେ ୨୧.୬୪ପ୍ରତିଶତ, ସମ୍ବଲପୁରରେ ୨୨.୪୯ପ୍ରତିଶତ ମତଦାନ ହୋଇଛି। ସେହିଭଳି ବିଧାନସଭାସ୍ତରରେ ପାଲଲହଡାରେ ସର୍ବାଧିକ ୩୬.୩୪ପ୍ରତିଶତ ମତଦାନ ହୋଇଛି।

Share Now:

Kalinga News Beuro

Next Post

ହାତରେ ଅକ୍ସିଜେନ୍ ଥଳି ଧରି ଭୋଟ୍ ଦେବାକୁ ପହଞ୍ଚିଲେ ବୃଦ୍ଧା : ଅନ୍ୟମାନଙ୍କ ପାଇଁ ସୃଷ୍ଟି କଲେ ଉଦାହରଣ

Sat May 25 , 2024
ଭୁବନେଶ୍ୱର: ଶନିବାର ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁମତଦାନ ଜାରି ରହିଛି। ଏପରି ସ୍ଥଳେ ଜଣେ ବୃଦ୍ଧା ମହିଳା ମତଦାନ ଅଧିକାର ସାବ୍ୟସ୍ତ କରିବା ନେଇ ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ନାକରେ ଶ୍ୱାସନଳୀ। ହାତରେ ଅକ୍ସିଜେନ୍‌ ଥଳି ଧରି ସେ ଭୁବନେଶ୍ୱର ରାଜଭବନ ସ୍କୁଲ୍ ବୁଥ୍‌ରେ ‌ମତଦାନ କରିବାକୁ ପହଞ୍ଚିଥିଲେ। ଚାଲିବାକୁ କି କଥା କହିବାକୁ ବଳ ପାଉ ନ ଥିବା ସତ୍ତ୍ୱେ ନିଜ ମତଦାନ ଅଧିକାର […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial