କ୍ରମାଗତ ୫ମ ଦିନ ପାଇଁ ଖସିଲା ଷ୍ଟକ ବଜାର : ସେନସେକ୍ସ ୬୧୭ ପଏଣ୍ଟ ହ୍ରାସ

ମୁମ୍ବାଇ : ଭାରତୀୟ ଷ୍ଟକ ବଜାରରେ ହ୍ରାସ ଜାରି ରହିଛି ଏବଂ ଷ୍ଟକ ବଜାର କ୍ରମାଗତ ପଞ୍ଚମ ଦିନ ପାଇଁ ବଜାର ହ୍ରାସ ସହ ବନ୍ଦ ହୋଇଛି। ଆଜିର କାରବାରରେ ବ୍ୟାଙ୍କିଙ୍ଗ୍ ଓ ମିଡିଆ ସେୟାରକୁ ଛାଡ଼ି ଦେଲେ ଅନ୍ୟ ସମସ୍ତ କ୍ଷେତ୍ରୀୟ ସୂଚକାଙ୍କ ହ୍ରାସ ସହ ବନ୍ଦ ହୋଇଯାଇଛି। ମେଟାଲ ଷ୍ଟକ ୩ ପ୍ରତିଶତରୁ ଅଧିକ ଏବଂ ଆଇଟି ଷ୍ଟକ ୨.୧୯ ପ୍ରତିଶତ ହ୍ରାସ ପାଇଛି। ନିଫ୍ଟିର ହେଲଥକେୟାର ଇଣ୍ଡେକ୍ସ ୧.୮୫ ପ୍ରତିଶତ ଓ ଫାର୍ମା ଇଣ୍ଡେକ୍ସ ୧.୮୧ ପ୍ରତିଶତ ହ୍ରାସ ପାଇଛି।
ବଜାର ବନ୍ଦ ହେବା ବେଳକୁ ବିଏସଇ ସେନସେକ୍ସ ୬୧୭.୩୦ ପଏଣ୍ଟ ବା ୦.୮୩ ପ୍ରତିଶତ ହ୍ରାସ ପାଇ ୭୩,୮୮୫ ସ୍ତରରେ ବନ୍ଦ ହୋଇଥିଲା। ଅନ୍ୟପକ୍ଷରେ ଏନଏସଇର ନିଫ୍ଟି ୨୧୬ ପଏଣ୍ଟ ବା ୦.୯୫ ପ୍ରତିଶତ ବୃଦ୍ଧି ସହ ୨୨,୪୮୮ରେ ବନ୍ଦ ହୋଇଛି। ବିଏସଇର ବଜାର ପୁଞ୍ଜି ୪୧୧.୨୧ ଲକ୍ଷ କୋଟି ଟଙ୍କାକୁ ଖସି ଆସିଛି ଏବଂ ଚଳିତ ସପ୍ତାହରେ ଏହା ୪୨୧ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଫଳରେ ସପ୍ତାହକ ମଧ୍ୟରେ ଏହା ୧୦ ଲକ୍ଷ କୋଟି ଟଙ୍କାରୁ ଅଧିକ ହ୍ରାସ ପାଇଛି। ଅର୍ଥାତ ଗୋଟିଏ ସପ୍ତାହରେ ନିବେଶକମାନେ ୧୦ ଲକ୍ଷ କୋଟିର କ୍ଷତି ସହିଛନ୍ତି।

Share Now:

Kalinga News Beuro

Next Post

କନ୍ୟାକୁମାରୀରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ : ୩୦୦୦ ସୁରକ୍ଷା କର୍ମୀ ମୁତୟନ

Thu May 30 , 2024
କନ୍ୟାକୁମାରୀ : ଦେଶରେ ଚୂଡ଼ାନ୍ତ ପର୍ଯ୍ୟାୟ ଭୋଟଗ୍ରହଣ ପାଇଁ ପ୍ରଚାର ଶେଷ ହେବା ପରେ କନ୍ୟାକୁମାରୀରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେଠାରେ ସେ ଦେବୀ କନ୍ୟାକୁମାରୀଙ୍କୁ ଦର୍ଶନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଗମନକୁ ଦୃଷ୍ଟିରେ ରଖି କନ୍ୟାକୁମାରୀରେ ସୁରକ୍ଷା ବଢ଼ାଇ ଦିଆଯାଇଛି। ବିଶେଷ କରି ବିବେକାନନ୍ଦ ଶିଳା ଆଖପାଖ ଅଞ୍ଚଳକୁ ଶିବିରରେ ପରିଣତ କରାଯାଇଛି। ସେ ଏଠାରେ ଥିବା ଭଗବତୀ ଅମନ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ସେ ଏଠାରେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial