କମିଲା ବିଦ୍ୟୁତ୍‌ ଦର : ଘରୋଇ ଉପଭୋକ୍ତାଙ୍କ ପାଇଁ ଖୁସି ଖବର

ଭୁବନେଶ୍ୱର : ଗ୍ରୀଷ୍ମଋତୁର ଆଗମନ ପୂର୍ବରୁ ଘରୋଇ ଉପଭୋକ୍ତାଙ୍କ ପାଇଁ ଖୁସି ଖବର ଆସିଛି। ଗ୍ରୀଷ୍ମଦିନରେ ଏସି ଓ କୁଲରର ବ୍ୟବହାର ଯୋଗୁଁ ବିଦ୍ୟୁତ୍‌ ବିଲ୍‌ ଅଧିକ ଆସିବା ନେଇ ଚିନ୍ତାରୁ ସାମାନ୍ୟ ଆଶ୍ବସ୍ତି ମିଳିଛି। ଓଡ଼ିଶା ଇଲେକ୍ଟ୍ରିସିଟି ରେଗୁଲେଟରି କମିସନ (ଓଇଆରସି) ଆଜି ଘରୋଇ ଉପଭୋକ୍ତାଙ୍କ ପାଇଁ ବିଜୁଳି ଦର ହ୍ରାସ କରିଛନ୍ତି।
ଘରୋଇ ଉପଭୋକ୍ତାଙ୍କ ପାଇଁ ପ୍ରତ୍ୟେକ ସ୍ଲାବରେ ୧୦ ପଇସା ହ୍ରାସ ହେବ ବୋଲି ଓଇଆରସି କହିଛନ୍ତି। ଘରୋଇ ବ୍ୟତୀତ ଅନ୍ୟ ସମସ୍ତ କାଟାଗରିରେ ଦର ଅପରିବର୍ତ୍ତିତ ରହିବ। ସେହିପରି ବିପିଏଲ୍‌ ଉପଭୋକ୍ତାଙ୍କ ପାଇଁ ମାସିକ ଦେୟ ୮୦ରୁ ୭୦ ଟଙ୍କାକୁ ହ୍ରାସ ପାଇବ। କାଗଜ ଛାଡ଼ି ଯେଉଁ ଉପଭୋକ୍ତା ଇ-ବିଲ ନେବେ, ସେମାନଙ୍କୁ ୧୦ ଟଙ୍କା ରିହାତି ମିଳିବ। ସେହିପରି ଶୀତଳଭଣ୍ଡାର ପାଇଁ ୟୁନିଟ୍ ପିଛା ୧ ଟଙ୍କା ୬୦ ପଇସା ହ୍ରାସ କରାଯାଇଛି ଏବଂ ଧାର୍ଯ୍ୟ ସମୟରେ ବିଲ୍ ପୈଠ କଲେ ୧୦ ପଇସା ରିହାତି ମିଳିବ। ପ୍ରିପେଡ୍ ମିଟର ଉପଭୋକ୍ତାଙ୍କୁ ମଧ୍ୟ ୪ ପ୍ରତିଶତ ରିହାତି ମିଳିବ ବୋଲି ସୂଚନା ଦିଆଯାଇଛି।

Share Now:

Kalinga News Beuro

Next Post

ମୟୁରଭଞ୍ଜ ଗସ୍ତରେ ଆସିବେ ରାଷ୍ଟ୍ରପତି : ମା’ କିଚକେଶ୍ଵରୀଙ୍କୁ କରିବେ ପୂଜାର୍ଚ୍ଚନା

Wed Feb 14 , 2024
ଭୁବନେଶ୍ୱର : ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୯ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ। ଏହି ଗସ୍ତକାଳରେ ସେ ମୟୁରଭଞ୍ଜର ଖିଚିଂରେ ପହଞ୍ଚିବେ। ସେଠାରେ ଥିବା ପ୍ରସିଦ୍ଧ ମନ୍ଦିରରେ ମା’ କିଚକେଶ୍ଵରୀଙ୍କୁ ଦର୍ଶନ କରିବେ। ରାଷ୍ଟ୍ରପତି ଭବନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି ହୋଇଥିବା ସୂଚନା ଅନୁସାରେ ମହାମହିମ ଶ୍ରୀମତୀ ମୁର୍ମୁ ଆସନ୍ତା ଫେବୃଆରୀ ୨୯ ତାରିଖ ପୂର୍ବାହ୍ନ ୧୦ଟା୧୦ରୁ ୧୦ଟା ୪୦ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial