ବାପୁଜୀନଗରରେ ଖୋଲିବ ୫୦ ଦୋକାନ : ୧୧୨ ଦୋକାନ ଖୋଲିବାକୁ ଆବେଦନ କରିଛନ୍ତି, ଭିତରକୁ ଯିବନି ଗାଡ଼ି

ଭୁବନେଶ୍ୱର: ବାପୁଜୀନଗରରେ ବ୍ୟବସାୟୀମାନେ ଦୋକାନରେ ସାମାଜିକ ଦୂରତା ରଖୁନଥିବାରୁ, ବିଏମ୍‌ସିର ଏସ୍‌ଓପି ମାନୁନଥିବାରୁ ବିଏମ୍‌ସି ମଙ୍ଗଳବାର ବାପୁଜୀନଗରରେ ସମସ୍ତ ଦୋକାନକୁ ଅନିର୍ଦ୍ଦିଷ୍ଟ କ‌ାଳ ପାଇଁ ସିଲ୍‌ କରିଥିଲା। କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲି ପାରିବ ବୋଲି ନିୟମ କରିଥିଲା। ହେଲେ ବ୍ୟବସାୟୀମାନେ ଦୋକାନ ଖୋଲିବାକୁ ବିଏମ୍‌ସିକୁ ଅନୁରୋଧ କରିବାରୁ ଆଜି ବିଏମ୍‌ସି କର୍ତ୍ତୃପକ୍ଷ ବାପୁଜୀନଗର ଚାମ୍ବର ଅଫ୍ କମର୍ସ ସହ ଆଲୋଚନା କରିଛନ୍ତି। ଏହି ବୈଠକରେ ବାପୁଜୀନଗର ଚାମ୍ବର ଅଫ୍ କମର୍ସ ପକ୍ଷରୁ ୧୧୨ଟି ଦୋକାନ ଖୋଲିବାକୁ ଅନୁମତି ମଗା ଯାଇଥିବାବେଳେ ବିଏମ୍‌ସି କର୍ତ୍ତୃପକ୍ଷ ଏବେ ୫୦ଟି ଦୋକାନ ଖୋଲିବାକୁ ଅନୁମତି ଦେବେ ବୋଲି କହିଛନ୍ତି। ପରବର୍ତ୍ତୀ ସମୟରେ ବାକି ଦୋକାନ ଖୋଲିବାକୁ ଅନୁମତି ଦେବେ। ଗୁରୁବାର ପୂର୍ବାହ୍ନରେ ବିଏମ୍‌ସି କର୍ତ୍ତୃପକ୍ଷ ଅନୁମତି ପତ୍ର ଦେବେ। ଏହାପରେ ବ୍ୟବସାୟୀମାନେ ଗୁରୁବାର ଅପରାହ୍ନ କିମ୍ବା ଶୁକ୍ରବାର ଠାରୁ ଦୋକାନ ଖୋଲିବେ ବୋଲି ବାପୁଜୀନଗର ଚାମ୍ବର ଅଫ୍ କମର୍ସର ସାଧାରଣ ସମ୍ପାଦକ ଦୁର୍ଗାପ୍ରାସଦ ସାହୁ ସୂଚନା ଦେଇଛନ୍ତି। ବାପୁଜୀ ନଗରରେ ଦୋକାନ ଖୋଲିବା ପାଇଁ ସର୍ତ୍ତ ରହିଛି ଯେ, ବାପୁଜୀନଗର ଭିତରକୁ ଗାଡ଼ି ପଶିବନି। ବ୍ୟବସାୟୀ, ଦୋକାନ କର୍ମଚାରୀ କି ଗ୍ରାହକ କେହି ଗାଡ଼ି ନେଇ ଯିବେନି। ସମସ୍ତେ ଜନପଥରେ ଗାଡ଼ି ପାର୍କିଂ କରି ଚାଲି ଚାଲି ଯିବେ। ସମସ୍ତ ଦୋକାନରେ ସାମାଜିକ ଦୂରତା ରହିବ।

Share Now:

Kalinga News Beuro

Leave a Reply

Next Post

ମୋଦୀ ସରକାରଙ୍କ ଏହା ଏକ ଜୁମଲା ପ୍ୟାକେଜ୍ : କଂଗ୍ରେସ

Thu May 14 , 2020
ନୂଆଦିଲ୍ଲୀ : ଦେଶର ବିଭିନ୍ନ ବର୍ଗଙ୍କ ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିବା ପ୍ୟାକେଜକୁ କଂଗ୍ରେସ ସମାଲୋଚନା କରିଛି। ଏହା ମୋଦୀ ସରକାରଙ୍କ ଏକ ଜୁମଲା (ଫମ୍ପା) ପ୍ୟାକେଜ ବୋଲି କହିଛି କଂଗ୍ରେସ। ବରିଷ୍ଠ କଂଗ୍ରେସ ନେତା ଆନନ୍ଦ ଶର୍ମା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେତେବେଳେ ଦେଶର ଡିଜିପିର ୧୦ ପ୍ରତିଶତ ପ୍ୟାକେଜ ଆକାରରେ ପ୍ରଦାନ ପାଇଁ ଘୋଷଣା କଲେ ସେତେବେଳେ ଲାଗୁଥିଲା ଯେ ଏହାକୁ ନେଇ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial