କନ୍ୟାକୁମାରୀରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ : ୩୦୦୦ ସୁରକ୍ଷା କର୍ମୀ ମୁତୟନ

କନ୍ୟାକୁମାରୀ : ଦେଶରେ ଚୂଡ଼ାନ୍ତ ପର୍ଯ୍ୟାୟ ଭୋଟଗ୍ରହଣ ପାଇଁ ପ୍ରଚାର ଶେଷ ହେବା ପରେ କନ୍ୟାକୁମାରୀରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେଠାରେ ସେ ଦେବୀ କନ୍ୟାକୁମାରୀଙ୍କୁ ଦର୍ଶନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଗମନକୁ ଦୃଷ୍ଟିରେ ରଖି କନ୍ୟାକୁମାରୀରେ ସୁରକ୍ଷା ବଢ଼ାଇ ଦିଆଯାଇଛି। ବିଶେଷ କରି ବିବେକାନନ୍ଦ ଶିଳା ଆଖପାଖ ଅଞ୍ଚଳକୁ ଶିବିରରେ ପରିଣତ କରାଯାଇଛି। ସେ ଏଠାରେ ଥିବା ଭଗବତୀ ଅମନ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ସେ ଏଠାରେ ଦୁଇଦିନ ଧ୍ୟାନ କରିବେ। ପ୍ରଧାନମନ୍ତ୍ରୀ ମୋଦୀ ଶନିବାର ଏଠାରୁ ଯିବେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁରକ୍ଷା ପାଇଁ ୩୦୦୦ ଯବାନ ଙ୍କୁ ମୁତୟନ କରାଯାଇଛି। ବିବେକାନନ୍ଦ ଶିଳା ଉପରେ ୫ଟି ପର୍ଯ୍ୟାୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଭାରତୀୟ ନୌସେନା ଓ ଭାରତୀୟ ତଟରକ୍ଷୀ ବାହିନୀର ଜାହାଜ ସାମୁଦ୍ରିକ ଅଞ୍ଚଳର ସୁରକ୍ଷା କରୁଛନ୍ତି। ତାମିଲନାଡୁ ମେରିଟାଇମ୍ ସିକ୍ୟୁରିଟି ଗ୍ରୁପ୍ ଜାହାଜ ମଧ୍ୟ ସାମୁଦ୍ରିକ ସୀମାର ସୁରକ୍ଷା କରୁଛି। ଗୁରୁବାର ସକାଳୁ ମାଛ ଧରିବା ଉପରେ କଟକଣା ଜାରି କରାଯାଇଛି। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି।

Share Now:

Kalinga News Beuro

Next Post

ପୁରୀ ବାଣ ବିସ୍ଫୋରଣ ଘଟଣା : ସମ୍ ହସ୍ପିଟାଲରେ ଆହତଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

Thu May 30 , 2024
୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣାକଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର: ପୁରୀ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସିତ ହେଉଥିବା ଆହତଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭେଟିଛନ୍ତି। ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ସମ୍ ହସ୍ପିଟାଲ ଯାଇ ସେଠାରେ ଚିକିତ୍ସିତ ହେଉଥିବା ଆହତଙ୍କୁ ଭେଟିବା ସହ ସେମାନଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଛନ୍ତି। ମୁଖ୍ୟମନ୍ତ୍ରୀ ସମସ୍ତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଏହାସହ ଚିକିତ୍ସା ବ୍ୟବସ୍ଥା ସମ୍ପର୍କରେ ବରିଷ୍ଠ ଡାକ୍ତରଙ୍କ ସହ ମଧ୍ୟ […]

ଆହୁରି ପଢ଼ନ୍ତୁ