ବିଶ୍ୱର ସବୁଠାରୁ ନିର୍ମମ ସିରିଏଲ କିଲର ରବର୍ଟ ପିକ୍ଟନର ହତ୍ୟା

ଓଟାୱା : ଦୁନିଆର ଅନ୍ୟତମ କୁଖ୍ୟାତ ସିରିଏଲ କିଲର ରବର୍ଟ ପିକ୍ଟନକୁ ଜେଲରେ ହତ୍ୟା କରାଯାଇଛି। ମୃତ୍ୟୁବେଳକୁ ତାକୁ ୭୪ ବର୍ଷ ହୋଇଥିଲା। ମେ ୧୯ ରେ କାନାଡାର ପୋର୍ଟ କାର୍ଟିୟର ଜେଲରେ କଏଦୀମାନେ ପିଟନକୁ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ସେ ଗୁରୁତର ଆହତ ହେବା ପରେ ତାକୁ କ୍ୟୁବେକର ଏକ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ମେ ୩୧ରେ ଚିକିତ୍ସାଧୀନ ଅବସ୍ଥାରେ ତାହାର ମୃତ୍ୟୁ ହୋଇଥିଲା। ରବର୍ଟକୁ ବିଶ୍ୱର ସବୁଠାରୁ କୁଖ୍ୟାତ ସିରିଏଲ କିଲର ବୋଲି କୁହାଯାଏ। ସେ ୪୯ ଜଣଙ୍କୁ ହତ୍ୟା କରିଥିବା ନିଜେ ସ୍ୱୀକାର କରିଥିଲା। ୧୯୯୦ ଦଶକରେ କାନାଡାର ଭାନକୁଭର ଏବଂ ଏହାର ଆଖପାଖ ଅଞ୍ଚଳ ରବର୍ଟର ଆତଙ୍କରେ ଥରହର ହେଉଥିଲା। ତା ଟାର୍ଗେଟରେ ଯୌନକର୍ମୀ ଥିଲେ। ସେ ଯୌନକର୍ମୀମାନଙ୍କୁ ନିଜ ଘୁଷୁରୀ ଫାର୍ମକୁ ଡାକି ହତ୍ୟା କରୁଥିଲା ଓ ମୃତକମାନଙ୍କ ଶରରୀକୁ କାଟି ଘୁଷୁରିମାନଙ୍କୁ ଖାଇବାକୁ ଦେଉଥିଲା। ସେ ୧୯୯୭ରେ ପ୍ରଥମ ଥର ପାଇଁ ବେଡି ଲିନ ନାମକ ଜଣେ ଯୌନକର୍ମୀଙ୍କୁ ନିଜ ଫାର୍ମକୁ ଡାକି ହାତକଡ଼ି ପିନ୍ଧାଇ ହତ୍ୟା ଉଦ୍ୟମ କରିଥିଲା। ତେବେ ସେ ଅଳ୍ପକେ ବର୍ତ୍ତିଯାଇଥିଲେ। କିନ୍ତୁ ଯୌନକର୍ମୀଙ୍କ ଉପରେ ତାହାର ଆକ୍ରମଣ ଜାରି ରହିଥିଲା। ୨୦୦୨ରେ ସେ ଗିରଫ ହେବା ପରେ ପୁଲିସ ତା ଫାର୍ମରୁ ୩୩ ମହିଳାଙ୍କ ଡିଏନଏ ପାଇଥିଲା।
ରବର୍ଟ ପିକ୍ଟନ୍ ୧୯୪୯ ମସିହା ଅକ୍ଟୋବର ୨୪ ତାରିଖରେ ଜନ୍ମଗ୍ରହଣ କରିଥିଲା। ତା ପିତା ଲିଓନାର୍ଡ ଫ୍ରାନ୍ସିସ୍ ପିକ୍ଟନ୍ ଭାନକୁଭରଠାରୁ ପ୍ରାୟ ୨୭ କିଲୋମିଟର ଦୂର ବ୍ରିଟିଶ କଲମ୍ବିଆରେ ଏକ ଘୁଷୁରି ପାଳନ ଫାର୍ମ ସ୍ଥାପନ କରିଥିଲେ। ରବର୍ଟ ଏବଂ ତାଙ୍କ ସାନ ଭାଇ ଡେଭିଡ୍ ଫ୍ରାନ୍ସିସକୁ ସେମାନଙ୍କ ପିତାମାତା ବହୁତ କମ୍ ବୟସରେ ଘୁଷୁରି ପାଳନ ଦାୟିତ୍ୱ ଦେଇଥିଲେ। ଅନେକ ସମୟରେ ଉଭୟ ଭାଇଙ୍କୁ ଫାର୍ମରେ ଘଣ୍ଟା ଘଣ୍ଟା ଖଟାଯାଉଥିଲା ଓ ସେମାନଙ୍କର ବିଶେଷ ଯତ୍ନ ନିଆଯାଉନଥିଲା। ପିଲାବେଳର ଏହି ଅତ୍ୟାଚାର ଯୋଗୁଁ ସେ ପରବର୍ତ୍ତୀ କାଳରେ ସିରିଏଲ କିଲର ପାଲଟିଥିବା ବିଶ୍ୱାସ କରାଯାଏ।

Share Now:

Kalinga News Beuro

Next Post

ରାଜଧାନୀରେ ସିରିଜ୍ ଦୁର୍ଘଟଣା: କାର୍ ଚାଳକ ଗୁରୁତର

Sun Jun 2 , 2024
ଭୁବନେଶ୍ୱର: ରାଜଧାନୀରେ ଆଜି ସକାଳେ ସିରିଜ୍ ଦୁର୍ଘଟଣା ଘଟିଛି। ସତସଙ୍ଗବିହାର ନିକଟରେ ସିରିଜ ଦୁର୍ଘଟଣାଘଟିଛି। ଫଳରେ ୩ଟି କାର୍ ଭାଙ୍ଗି ଚୁରମାର ହୋଇଯାଇଥିବା ବେଳେ, ପ୍ରଥମେ ଦୁର୍ଘଟଣାଗ୍ରସ୍ତ ହୋଇଥିବା କାରର ଚାଳକ ଗୁରୁତର ହୋଇଛନ୍ତି। ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି।ସୂଚନା ଅନୁଯାୟୀ, ସତସଙ୍ଗବିହାର ନିକଟ ରାସ୍ତାରେ ଜଣେ ବୋଲେରୋ ଚାଳକ ଓ ଜଣେ ବାଇକ୍ ଚାଳକ କଥାବାର୍ତ୍ତା ହେଉଥିଲେ। ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ […]

ଆହୁରି ପଢ଼ନ୍ତୁ

Breaking News

Most Read

Social media & sharing icons powered by UltimatelySocial