ପିଇବା ପାଣି ପାଇବାରୁ ବଞ୍ଚିତ ୧୫୦ରୁ ଊର୍ଦ୍ଧ୍ଵ ପରିବାର

ଘୁ.ଉଦୟଗିରି: ସ୍ଥାନୀୟ ବ୍ଲକ ଅନ୍ତର୍ଗତ କଳିଙ୍ଗା ଗ୍ରାମ ପଞ୍ଚାୟତର ଡୁଗୁଡ଼ିପାରି (ବୁଡାକାମା) ନିକଟରେ ଥିବା ପମ୍ପ ହାଉସରେ ବଜ୍ରପାତ ଯୋଗୁଁ ଜଳ ଯୋଗାଣ ମଟରଟି ପୋଡ଼ି ଯାଇଛି। ଫଳରେ ଆଜକୁ ୫ ଦିନ ହେଲା କଳିଙ୍ଗା ପଞ୍ଚାୟତର ୱାର୍ଡ ନଂ୪, ୫, ୬ ଏବଂ ୭ର ବିଭିନ୍ନ ଗ୍ରାମକୁ ଜଳ ଯୋଗାଣ ବନ୍ଦ ରହିଛି। ବର୍ତ୍ତମାନ ରସେଡିସାହି, ଜାଣିକୁଟି, ମାଦିସାହି, ଗେଟ୍ ସାହି, କଳିଙ୍ଗା ଛକ, ବଙ୍ଗଳାସାହିର ୧୫୦ରୁ ଊର୍ଦ୍ଧ୍ୱ ପରିବାର ପାଣି ନପାଇ ବହୁତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ରାଜ୍ୟ ସରକାର ବସୁଧା ଯୋଜନାରେ ଲକ୍ଷାଧିକ ଟଙ୍କା ବ୍ୟୟ କରି ସାଧାରଣ ଲୋକଙ୍କ ପାନୀୟ ଜଳ ଯୋଗାଣ ନିମନ୍ତେ ସୁବନ୍ଦୋବସ୍ତ କରିଛନ୍ତି। ହେଲେ ଏହାର ମରାମତି ଏବଂ ତଦାରଖ ଭୁଲି ଯାଇଛନ୍ତି। ଦୀର୍ଘ ଦିନ ଜଳଯୋଗାଣ ବନ୍ଦ ରହିଲେ ଲୋକ ଚଳିବେ କେମିତି ସେଥି ପ୍ରତି ବିଭାଗୀୟ ଅଧିକାରୀଙ୍କ ଚିନ୍ତା ନାହିଁ। ଲୋକଙ୍କ ସମସ୍ୟାକୁ ଗୁରୁତ୍ୱ ଦିଆନଯିବା ପରିତାପର ବିଷୟ। ଯଥାଶୀଘ୍ର ଏହି ଗ୍ରାମର ଜଳ ସମସ୍ୟାର ସମାଧାନ କରିବା ନିମନ୍ତେ ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି।

Share Now:

Kalinga News Beuro

Next Post

ମୋଦୀ ପ୍ରଧାନମନ୍ତ୍ରୀ ଥିବା ପର୍ଯ୍ୟନ୍ତ ଭାରତ କାହା ଆଗରେ ମୁଣ୍ଡ ନୁଆଁଇବ ନାହିଁ: ପୱନ କଲ୍ୟାଣ

Fri Jun 7 , 2024
ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀ କରିବା ପ୍ରସ୍ତାବକୁ ଜନସେନା ଦଳର ମୁଖ୍ୟ ପୱନ କଲ୍ୟାଣ ସମର୍ଥନ କରିଛନ୍ତି ଏବଂ କହିଛନ୍ତି ଯେପର୍ଯ୍ୟନ୍ତ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ରହିବେ ସେ ପର୍ଯ୍ୟନ୍ତ ଦେଶ କାହା ଆଗରେ ମୁଣ୍ଡ ନୁଆଁଇବ ନାହିଁ। ଶୁକ୍ରବାର ସଂସଦରେ ଏନଡିଏ ମିଳିତ ମଞ୍ଚର ନବ ନିର୍ବାଚିତ ସାଂସଦଙ୍କ ବୈଠକକୁ ସମ୍ବୋଧିତ କରି ସୁପରଷ୍ଟାର ପୱନ କଲ୍ୟାଣ କହିଛନ୍ତି, ମୋଦୀ ଜୀ, ଆପଣ ପ୍ରକୃତରେ ଦେଶକୁ ପ୍ରେରଣା ଦିଅନ୍ତି। […]

ଆହୁରି ପଢ଼ନ୍ତୁ