ପୁରୀରୁ ଫେରି ରାଜ୍ୟ ଅତିଥି ଭବନରେ ମୁଖ୍ୟମନ୍ତ୍ରୀଙ୍କ ବୈଠକ

ଭୁବନେଶ୍ୱର: ପୁରୀରୁ ଫେରିବା ପରେ ରାଜ୍ୟ ଅତିଥି ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବୈଠକ କରିଛନ୍ତି। ସରକାରୀ ଅଧିକାରୀଙ୍କୁ ଡାକି ଆଲୋଚନା କରିଛନ୍ତି। ରାଜ୍ୟ ଅତିଥି ଭବନରେ ନଗର ଉନ୍ନୟନ ବିଭାଗ ସଚିବ ଜି ମାଥିଭାଥନନ ପହଞ୍ଚିଛନ୍ତି। ପରେ ଅନ୍ୟ ବିଭାଗର ସଚିବଙ୍କୁ ମଧ୍ୟ ଡାକି ପାରନ୍ତି ବୋଲି କୁହାଯାଉଛି। ଏହା ସହ ରାଜ୍ୟ ଅତିଥି ଭବନରେ ବିଭିନ୍ନ ଦଳର ନେତା ମାନେ ବି ମୁଖ୍ୟମନ୍ତ୍ରୀଙ୍କୁ ଭେଟୁଛନ୍ତି। ବିଧାନସଭା ସଚିବ ଦାଶରଥୀ ଶତପଥି ମଧ୍ୟ ମୁଖମନ୍ତ୍ରୀଙ୍କୁ ଭେଟିଛନ୍ତି।

Share Now:

Kalinga News Beuro

Next Post

କଶ୍ମୀରରେ ଆତଙ୍କବାଦ ପ୍ରସଙ୍ଗରେ ଡୋଭାଲ ଓ ଶାହାଙ୍କ ସହ କଥା ହେଲେ ମୋଦୀ

Thu Jun 13 , 2024
ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ପୁଣି ଥରେ ଆତଙ୍କବାଦୀ କାର୍ଯ୍ୟକଳାପ ବଢିବାରେ ଲାଗିଛି। ରାଜ୍ୟର ରିଆସୀ, କଠୁଆ ଓ ଡୋଡାରେ ଗୋଟିଏ ପରେ ଗୋଟିଏ ଆତଙ୍କବାଦୀ ଆକ୍ରମଣ ଜାରି ରହିଛି। ଏହି ଆତଙ୍କବାଦୀ ଆକ୍ରମଣରେ ଅନେକ ସାଧାରଣ ଲୋକ ପ୍ରାଣ ହରାଇଛନ୍ତି। ଏଥିରେ ୨ ଜଣ ଆତଙ୍କବାଦୀ ମଧ୍ୟ ନିହତ ହୋଇଛନ୍ତି। ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ସେନା ଓ ପୁଲିସ ସମସ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନରେ ନିୟୋଜିତ ଅଛନ୍ତି। ଏବେ ପ୍ରଧାନମନ୍ତ୍ରୀ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial