ଯୁବକଙ୍କୁ ଠେଙ୍ଗାରେ ପିଟି ହତ୍ୟା : ୩ଅଟକ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଆମ୍ବପଳାସ ଗାଁ ପୁରୁଣାଡିହ ସାହିରେ ଯୁବକଙ୍କୁ ଠେଙ୍ଗାରେ ପିଟି ହତ୍ୟା କରାଯାଇଛି। ମୃତ ଯୁବକ ପୁରୁଣାଡିହ ଯୋଗୀ ସାହିର ଅଚ୍ୟୁତାନନ୍ଦ ନାଥ। ଅଚ୍ୟୁତାନନ୍ଦ ଘରକୁ ଗାଧୋଇ କରି ଫେରୁଥିବା ବେଳେ ଜମିବାଡ଼ିକୁ କେନ୍ଦ୍ର କରି ତାଙ୍କୁ ଠେଙ୍ଗାରେ ପିଟି ହତ୍ୟା କରାଯାଇଛି। ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା।
ଖବର ପାଇ ପରଜଙ୍ଗ ପୁଲିସ ମୃତଦେହକୁ ଉଦ୍ଧାର କରିବା ସହିତ ତଦନ୍ତ ଆରମ୍ଭ କରିଛି। ତେବେ ପୂର୍ବରୁ ଜମିବାଡ଼ିକୁ ନେଇ ନେଇ ଗତ କିଛି ବର୍ଷ ହେବ ଦୁଇଟି ପରିବାର ମଧ୍ୟରେ ତିକ୍ତତା ବଢ଼ିଥିଲା। ଏ ନେଇ ପରଜଙ୍ଗ ପୁଲିସ ଛାନଭିନ ଆରମ୍ଭ କରି ଦେଇଛି। ଏହି ଘଟଣାରେ ୩ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ପୁଲିସ।

Share Now:

Kalinga News Beuro

Next Post

କୁଏତ ଅଗ୍ନିକାଣ୍ଡ : କେରଳରେ ପହଞ୍ଚିଲା ୪୫ଜଣ ଭାରତୀୟଙ୍କ ମୃତଦେହ

Fri Jun 14 , 2024
କୋଚି: କୁଏତ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ୪୫ଜଣ ଭାରତୀୟଙ୍କ ମୃତଦେହ କେରଳ କୋଚି ବିମାନ ବନ୍ଦରରେ ପହଞ୍ଚିଛି। ଭାରତୀୟ ବାୟୁସେନାର ସି-୧୩୦ ଜେ ସୁପର ହୁରକ୍ୟୁଲସରେ ସେମାନଙ୍କ ମୃତଦେହକୁ ସ୍ୱଦେଶ ଅଣାଯାଇଛି। କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍ ନିଜେ ବିମାନ ବନ୍ଦର ଯାଇ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏଠାରୁ ମୃତଦେହଗୁଡିକୁ ସନ୍ଧ୍ୟା ସୁଦ୍ଧା ଦିଲ୍ଲୀରେ ପହଞ୍ଚାଇବା ପରେ ସେଠାରୁ ସେମାନଙ୍କ ନିଜ ନିଜ ପରିବାରକୁ ପଠାଯିବାର ସୂଚନା ରହିଛି।ଗୁରୁବାର […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial