ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ : ରାଜ୍ୟର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ଜଣାଇଲେ ସଚିବ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟର ବରିଷ୍ଠ ଅଧିକାରୀମାନଙ୍କ ସହ ସମୀକ୍ଷା କରିଛନ୍ତି। ରାଜ୍ୟ ଅତିଥି ଭବନରେ ଦୁଇ ଉପମୁଖ୍ୟମନ୍ତ୍ରୀ କେ ଭି ସିଂହ‌ଦେଓ ଓ ପ୍ରଭାତୀ ପରିଡ଼ା ଉପସ୍ଥିତିରେ ହୋଇଥିବା ଏହି ସମୀକ୍ଷା ବୈଠକରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ସହ ବିଭିନ୍ନ ବିଭାଗର ସଚିବମାନେ ଉପସ୍ଥିତ ଥିଲେ। ରାଜ୍ୟର ଅର୍ଥନୈତିକ ସ୍ଥିତି, ଚାଲୁ ରହିଥିବା ବିଭିନ୍ନ ଜନକଲ୍ୟାଣ ଯୋଜନା, ବିଭିନ୍ନ ପ୍ରକଳ୍ପର ସ୍ଥିତି, ପୁଞ୍ଜିନିବେଶ ପ୍ରସ୍ତାବ ଓ ବିଭିନ୍ନ ଅର୍ଥନୈତିକ କ୍ଷେତ୍ରର ବିକାଶ ଦିଗରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସଚିବମାନେ ଅବଗତ କରାଇଥିଲେ। ବର୍ତ୍ତମାନ ସମୟରେ ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ସମସ୍ୟା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ବୈଠକ ପରେ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା କହିଥିଲେ, ରାଜ୍ୟର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ଆମେ ଉପସ୍ଥାପନା କରିଥିଲୁ। ଆସନ୍ତା ୩/୪ ଦିନ ଭିତରେ ଏମିତି ଆଉ କିଛି ବୈଠକ ହେବ।

Share Now:

Kalinga News Beuro

Next Post

ଲୋକଙ୍କୁ ଗୁଣାତ୍ମକ ସେବା ଯୋଗାଇ ଦେବା ଲାଗି ପୁଲିସକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

Sat Jun 15 , 2024
ଭୁବନେଶ୍ୱର: ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ ଲୋକଙ୍କୁ ଗୁଣାତ୍ମକ ସେବା ପ୍ରଦାନ କରିବାକୁ ପରାମର୍ଶ ଦେଇଛନ୍ତି। ଠିକ୍ ସେହିପରି ଲୋକେ ଯେପରି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେଥିପ୍ରତି ସତର୍କ ରହିବାକୁ ତାଗିଦ କରିଛନ୍ତି।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ପୁଲିସ ଲୋକଙ୍କୁ ଭଲ ପାଇଲେ, ପୁଲିସର ବିଶ୍ୱସନୀୟତା ବଢ଼ିବ। ଏଣୁ ଥାନାକୁ ଅଭିଯୋଗ କରିବାକୁ ଆସୁଥିବା ଲୋକଙ୍କୁ ଭଲ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial