ହିଟ୍ ଆଣ୍ଡ୍‌ ରନ୍‌ ଅଭିଯୁକ୍ତଙ୍କ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଲାଗୁ ହେବ: ଏକନାଥ ସିନ୍ଦେ

ଏକନାଥ ସିନ୍ଦେ

ମୁମ୍ବାଇ: ଶିବସେନା ନେତାଙ୍କ ପୁଅଙ୍କ ବିଏମଡବ୍ଲୁ କାର ଧକ୍କାରେ ମୁମ୍ବାଇରେ ଜଣେ ମହିଳାଙ୍କ ମୃତ୍ୟୁ ହେବାର ଗୋଟିଏ ଦିନ ପରେ ଏନେଇ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ। ଶିବସେନା ନେତା ରାଜେଶ ଶାହାଙ୍କ ପୁଅ ମିହିର ଶାହାଙ୍କ ବିରୋଧରେ ହିଟ୍‌ ଆଣ୍ଡ୍‌ ରନ୍‌ ମାମଲା ଲାଗିଥିବା ବେଳେ ଏକନାଥ ସିନ୍ଦେ କହିଛନ୍ତି, ‘‘ମୁଁ ମୁଖ୍ୟମନ୍ତ୍ରୀ ଥିବା ଭିତରେ କାହାକୁ ବି କୋହଳ ମିଳିବ ନାହିଁ’’। ଏକନାଥ ସିନ୍ଦେ ଆହୁରି ବି କହିଛନ୍ତି ଯେ ହିଟ୍ ଆଣ୍ଡ୍‌ ରନ୍‌ ଅଭିଯୁକ୍ତଙ୍କ ବିରୋଧରେ ଶୂନ୍ୟ ସହନଶୀଳତା ଲାଗୁ ହେବ। ଧନୀ କିମ୍ବା ରାଜନେତା ଯିଏ ବି ହୁଅନ୍ତୁ ବା ସୋମାନଙ୍କର ପିଲା ହୁଅନ୍ତୁ ସେମାନେ ନିଜ ଭୁଲ୍‌ର ପରିଣାମ ଭୋଗିବେ।
ସୋମବାର ସକାଳେ ଏକ ଦ୍ରୁତ ଗତିରେ ଆସୁଥିବା ବିଏମ୍‌ଡବ୍ଲୁ କାର ଏକ ସ୍କୁଟରକୁ ଧକ୍କା ଦେବା ପରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ଯାହା ଏବେ ଦେଶରେ ଅସନ୍ତୋଷର କାରଣ ବନିଛି। ଆପଣ ଜାଣନ୍ତି ଯେ ଏକନାଥ ସିନ୍ଦେଙ୍କ ନେତୃତ୍ବରେ ଥିବା ଶିବସେନାର ଜଣେ ନେତାଙ୍କ ପୁଅ ଗତକାଲି ହିଟ ଆଣ୍ଡ ରନ୍‌ ମାମଲାରେ ଛନ୍ଦି ହୋଇପଡ଼ିଥିବା ବେଳେ ଏବେ ତାହାକୁ ନେଇ ଭିନ୍ନ ଭିନ୍ନ ତଥ୍ୟ ହସ୍ତଗତ ହେବାରେ ଲାଗିଛି। ଅଭିଯୁକ୍ତ ମିହିର ଶାହ ମୁମ୍ବାଇର ବର୍ଲି ଅଞ୍ଚଳସ୍ଥ ଏଟ୍ରିୟା ମଲ ନିକଟରେ ରବିବାର ସକାଳେ ଯାଉଥିବା ବିଏମ୍‌ଡବ୍ଲୁ କାରଟି ଧକ୍କା ଦେବା ଫଳ‌ରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।

Share Now:

Kalinga News Beuro

Next Post

ବାଲି ବୋଝେଇ ଟ୍ରାକ୍ଟର ଧକାରେ କଲେଜ ଛାତ୍ରୀଙ୍କ ମୃତ୍ୟୁ

Tue Jul 9 , 2024
ବାଲିଆପାଳ: କଲେଜ ଛାତ୍ରୀଙ୍କ ଉପରେ ଚଢ଼ିଗଲା ବାଲି ବୋଝେଇ ଟ୍ରାକ୍ଟର। ଘଟଣା ସ୍ଥଳରେ ଜଣେ ଛାତ୍ରୀ ମୃତ ଓ ଜଣେ ଗୁରୁତର। ମୃତା ଲଙ୍ଗଳେଶ୍ୱର କଲେଜର ଦ୍ଵିତୀୟ ବର୍ଷର ଛାତ୍ରୀ ରଶ୍ମିତା ବୋଲି ଜଣାଯାଇଛି। ଗୁରୁତର ଛାତ୍ରୀଙ୍କୁ ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ବାଲିଆପାଳ ଥାନା ଦକ୍ଷିଣ ମହାବଳା ଛକରେ ଘଟିଛି ଦୁର୍ଘଟଣା। ସାଇକେଲ ଯୋଗେ ଦୁଇଜଣ ଛାତ୍ରୀ କଲେଜ ଯିବା ସମୟରେ ପଛପଟୁ ଚଢ଼ିଯାଇଥିଲା ଟ୍ରାକ୍ଟର। ଘଟଣାସ୍ଥଳରେ […]
ଛାତ୍ରୀଙ୍କ ଉପରେ ଚଢ଼ିଗଲା ବାଲି ବୋଝେଇ ଟ୍ରାକ୍ଟର

ଆହୁରି ପଢ଼ନ୍ତୁ

Breaking News

Most Read

Social media & sharing icons powered by UltimatelySocial