ଜୁଲାଇ ୧୪ ତାରିଖରେ ଖୋଲିବ ରତ୍ନଭଣ୍ଡାର: ଜଷ୍ଟିସ୍ ବିଶ୍ୱନାଥ ରଥ

ଜୁଲାଇ ୧୪ ତାରିଖରେ ଖୋଲିବ ରତ୍ନଭଣ୍ଡାର

ପୁରୀ: ଜୁଲାଇ ୧୪ ତାରିଖରେ ଖୋଲିବ ରତ୍ନଭଣ୍ଡାର, ଏନେଇ ସୂଚନା ଦେଇଛନ୍ତି ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ। ସେ ଆହୁରି କହିଛନ୍ତି, ସରକାରଙ୍କୁ ନିଷ୍ପତ୍ତି ନେଇ ଜଣାଇଦିଆଯାଉଛି। ବିବରଣୀ ମ୍ୟାନେଜମେଣ୍ଟ କମିଟିକୁ ଦିଆଯିବ ଏହା ପରେ ମ୍ୟାନେଜମେଣ୍ଟ କମିଟି ସରକାରଙ୍କ ପାଖକୁ ଯିବ। ସରକାରଙ୍କ ନିର୍ଦେଶ ଆସିଲେ ରତ୍ନଭଣ୍ଡାର ଖୋଲିପାରିବ। ଆଶା କରୁଛି, ସରକାର ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବା ଲାଗି ଅନୁମତି ଦେବେ। ଚାବି କାମ କରୁ କି ନ କରୁ ତାଲା ଖୋଲାଯିବ। ଏଥିଲାଗି ସଂପୂର୍ଣ୍ଣ ଏସଓପି ପ୍ରସ୍ତୁତ ହୋଇଛି। ସରକାର ଅନୁମତି ଦେଲେ ୨୪ ତାରିଖରେ ରତ୍ନଭଣ୍ଡାର ଖୋଲିବୁ।
ସେ ଆହୁରି କହିଛନ୍ତି, ୧୪ ତାରିଖରେ ଚାବି କମିଟିକୁ ପ୍ରଶାସନ ହସ୍ତାନ୍ତର କରିବ। ରତ୍ନଭଣ୍ଡାରର ଅଳଙ୍କାର ସ୍ଥାନାନ୍ତର ଲାଗି ନିର୍ଦ୍ଧାରିତ ସ୍ଥାନ ଠିକ୍ କରାଯାଇଛି। ତାପରେ ଗଣତିମଣତି କରାଯିବ। ଏଥିପାଇଁ ଗହଣା ଗଣତି ପାଇଁ ସରକାର ମେଟ୍ରୋଲୋଜିଷ୍ଟ ଗ୍ରୁପ ଓ ବଣିଆ ଗ୍ରୁପଙ୍କୁ ନିଯୁକ୍ତି ଦେବେ ସରକାର। ଏହି ସମୟରେ ଦର୍ଶନରେ ଯେପରି କିଛି ଅସୁବିଧା ହେବ ନାହିଁ, ସେଥିପ୍ରତି ଧ୍ୟାନ ଦିଆଯିବ। ଏଣୁ ଜଷ୍ଟିସ୍ ବିଶ୍ୱନାଥ ରଥ ଭକ୍ତମାନଙ୍କ ସହଯୋଗ ଲୋଡ଼ିଛନ୍ତି।

Share Now:

Kalinga News Beuro

Next Post

ବିଏମଡବ୍ଲୁ ହିଟ୍-ରନ୍ ମାମଲା: ଧକ୍କା ପରେ ୧.୫ କିଲୋମିଟର ଘୋଷାରି ହୋଇ ଯାଇଥିଲେ ମହିଳା

Tue Jul 9 , 2024
ମୁମ୍ବାଇ : ରବିବାର ସକାଳେ ଜଣେ ମହିଳାଙ୍କର ବିଏମ୍‌ଡବ୍ଲୁ କାର୍‌ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ବେଳେ ସେ ସଂକ୍ରାନ୍ତୀୟ ଅନେକ ସିସିଟିଭି ଫୁଟେଜ ଏବେ ସାମ୍ନାକୁ ଆସିଛି। ସିସିଟିଭି ଫୁଟେଜ୍‌କୁ ନେଇ ପୁଲିସ ସମୀକ୍ଷା କରିବା ପରେ ମୁମ୍ବାଇ ବିଏମଡବ୍ଲୁ ହିଟ୍-ରନ୍ ମାମଲାରେ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ଶିବସେନା ନେତାଙ୍କ ୨୪ ବର୍ଷର ପୁଅ ଦ୍ୱାରା ପରିଚାଳିତ ବିଏମଡବ୍ଲୁ ଜଣେ ମହିଳାଙ୍କୁ ଧକ୍କା ଦେବା ପରେ ମହିଳା […]
ବିଏମଡବ୍ଲୁ ହିଟ୍-ରନ୍ ମାମଲା

ଆହୁରି ପଢ଼ନ୍ତୁ

Breaking News

Most Read

Social media & sharing icons powered by UltimatelySocial