ପୁଣି ଲଜ୍ଜା :ମାଲକାନଗିରିରେ ଶିଶୁକନ୍ୟାକୁ ଝୁଣି ଖାଇଲା କୁକୁର

ମାଲକାନଗିରି: ଗତକାଲି ବିଳମ୍ବିତ ରାତ୍ରିରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରୁ ଗୋଡ଼ ନଥିବା ଏକ ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର କରାଯାଇଛି। ନବଜାତ ଶିଶୁକନ୍ୟାଟି କାହାର ଏବଂ କେଉଁଭଳି ପରିସ୍ଥିତିରେ ଏହି ଶିଶୁକନ୍ୟାଟି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ପହଞ୍ଚିଲା, ସେଠାରେ ଏହା ଚର୍ଚ୍ଚାର ବିଷୟ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ,ଗତକାଲି ବିଳମ୍ବିତ ରାତ୍ରିରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ଏକ ନବଜାତ ଶିଶୁକନ୍ୟାର ମୃତଦେହ ଲୋକେ ଦେଖିବାକୁ ପାଇଥିଲେ। ମୃତ ଶିଶୁକନ୍ୟା ଶରୀରରେ ଆଘାତ ଥିବା ସହ ଗୋଟିଏ ଗୋଡ଼ ନଥିବା ଦେଖି ଲୋକେ ବିସ୍ମିତ ହୋଇଥିଲେ। ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ଏହାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ନବଜାତ ଶିଶୁକନ୍ୟାର ମୃତଦେହକୁ ଜବତ କରି ତାର ସଂସ୍କାର କରାଇଥିଲା।
ଏବେ ବି ଶିଶୁକନ୍ୟାର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ନବଜାତ ଶିଶୁକନ୍ୟାର ଗୋଡ଼କୁ କୁକୁରଝୁଣି ଖାଇ ଦେଇଥିବାର ସନ୍ଦେହ ଉପୁଜିଛି। ଏହା କୌଣସି ଅନୈତିକ ସଂପର୍କର ପରିଣାମ ହୋଇଥାଇପାରେ ବୋଲି ବି ସନ୍ଦେହ କରାଯାଉଛି। ମାଲକାନଗିରି ପୁଲିସ ଘଟଣାର ତଦନ୍ତ ଜାରି ରଖିଥିବା ଜଣାଯାଇଛି।

Share Now:

Kalinga News Beuro

Leave a Reply

Next Post

ତଣ୍ଡ ଗଣିବା ପରେ ସଫେଇ ଦେଲେ ଓଲିଉଡର ସୁପରଷ୍ଟାର ବାବୁସାନ୍

Fri Dec 20 , 2019
ଭୁବନେଶ୍ୱର: ଓଲିଉଡର ସୁପରଷ୍ଟାର ବାବୁସାନଙ୍କ ନାଁରେ ନୂଆ ଟ୍ରାଫିକ୍ ନିୟମ ଉଲ୍ଲଂଘନର ଅଭିଯୋଗ ଆସିବା ପରେ ଏ ନେଇ ସଫେଇ ଦେଇଛନ୍ତି ନିଜେ ବାବୁସାନ୍। ବାବୁସାନ୍ କହିଛନ୍ତି ଯେ ଯେ ତାଙ୍କ ଘରର କଂପାଉଣ୍ଡ ଗେଟ ବାହାରେ ବାଇକ୍ ଚଳାଉଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ କୌଣସି ଟ୍ରାଫିକ୍ ଛକ ବା ଏନ୍ଏଚରେ ବାଇକ୍ ଚଳାଇନାହାନ୍ତି। ତେବେ ଏନେଇ ଆଗକୁ ଅଧିକ ସଚେତନ ହେବେ ବୋଲି ବାବୁସାନ୍ ନିଜ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial