ଆଜି ପୁଣି ୭୯ଜଣ କରୋନା ପଜିଟିଭ୍ ଚିହ୍ନଟ: ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୧୭କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଆଜି ପୁଣି ୭୯ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୧୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ୭୧ ସଙ୍ଗରୋଧ କେନ୍ଦ୍ରର ଓ ୮ଜଣ ସ୍ଥାନୀୟ ବ୍ୟକ୍ତି ଥିବା ଜଣାଯାଇଛି। ଆଜି ପ୍ରଥମ ଥର ପାଇଁ ସୁବର୍ଣ୍ଣପୁର ଜିଲ୍ଲାକୁ କରୋନା ଛୁଇଁଲା ପରେ କରୋନା ଆକ୍ରାନ୍ତ ଜିଲ୍ଲା ସଂଖ୍ୟା ୨୯କୁ ବୃଦ୍ଧି ପାଇଛି। ମୋଟ୍ ୧୫ଟି ଜିଲ୍ଲାରୁ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି କଟକ ଜିଲ୍ଲାରୁ ସର୍ବାଧିକ ୧୬, ବଲାଙ୍ଗୀର ଜିଲ୍ଲାରୁ ୧୪, ଗଞ୍ଜାମ ଜିଲ୍ଲାରୁ ୫ ଜଣ, କନ୍ଧମାଳରୁ ଜଣେ କରେନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଠିକ୍ ସେହିପରି ବାଲେଶ୍ୱର, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରୁ ୪ଜଣ ଲେଖାଏଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା, ଅନୁଗୁଳ ଓ ଝାରସୁଗୁଡ଼ା ଜିଲ୍ଲାରୁ ଜଣେ ଲେଖାଏଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ଯାଜପୁର ଜିଲ୍ଲାରୁ ୨ଜଣ, ଢେଙ୍କାନାଳରୁ ୩, କେନ୍ଦୁଝରରୁ ୮, ନୟାଗଡ଼ରୁ ୩ ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବେ ସାରା ରାଜ୍ୟରେ କାୟା ବିସ୍ତାର କରୁଥିବା ଜଣାଯାଇଛି। ଏବେ ରାଜ୍ୟରେ ମୋଟ୍ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୮୬୧ ଥିବା ବେଳେ ୬୪୯ଜଣ ସୁସ୍ଥ ହୋଇଛନ୍ତି। ଅପରପକ୍ଷରେ ଏଯାବତ୍ ରାଜ୍ୟରେ ୭ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି।

Share Now:

Kalinga News Beuro

Next Post

ଲଦାଖରେ ସ୍ଥିତି ଗୁରୁତର:ତିନି ସେନାର ଜରୁରୀ ବୈଠକ ଡକାଇଲେ ମୋଦୀ

Tue May 26 , 2020
ନୂଆଦିଲ୍ଲୀ : ସୀମାରେ ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା ଦିନକୁ ଦିନ ବଢିଚାଲିଛି। ଏହାକୁ ନେଇ ଭାରତ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ସ୍ଥିତିର ସମୀକ୍ଷା କରିବାକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜରୁରୀ ବୈଠକ ଡକାଇଛନ୍ତି। ବୈଠକରେ ସିଡିଏସ ବିପିନ ରାୱତ, ତିନିସେନା ମୁଖ୍ୟ, ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ପ୍ରମୁଖ ଉପସ୍ଥିତ ଥିଲେ। ଏହାଛଡ଼ା ମୋଦୀ ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ସିଗଲାଙ୍କୁ ଭେଟି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial