ୱାସିଂଟନ: ଆମେରିକାରେ କୃଷ୍ଣକାୟ ଜର୍ଜ୍ ଫ୍ଲାୟଡଙ୍କ ମୃତ୍ୟୁର ପ୍ରତିବାଦରେ ଦେଖାଦେଇଥିବା ବିଦ୍ରୋହର ନିଆଁ ଏବେ ସମଗ୍ର ଆମେରିକାକୁ ଗ୍ରାସି ସାରିଛିା ପ୍ରାୟ ୧୭ଟି ସହରରେ କର୍ଫ୍ୟୁ କଟକଣା ଲଗାଯାଇଛି। ତେବେ ରାଷ୍ଟ୍ରପତି ଭବନ(ହ୍ୱାଇଟ ହାଉସ୍) ଅଭିମୁଖେ ଉଦ୍ୟମରତ ଆନ୍ଦୋଳନକାରୀମାନଙ୍କ ଦ୍ୱାରା କୌଣସି ଅପ୍ରୀତିକର ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ଗୁରୁବାର ସାରା ହ୍ୱାଇଟ ହାଉସ୍ ଚାରିପାଖରେ ସୁଉଚ୍ଚ ଲୁହାବାଡ଼ ନିର୍ମାଣ କରାଯାଇଛିା ଗୁଇନ୍ଦା ସୂଚନା ମୁତାବକ, ଆନ୍ଦୋଳନକାରୀଙ୍କୁ ରାଷ୍ଟ୍ରପତି ଭବନରୁ ଯଥେଷ୍ଟ ଦୂରରେ ଅଟକାଇବା ପାଇଁ ସବୁଠୁ ସମ୍ବେଦନଶୀଳ ଅଂଚଳ ଲଫାୟେତ୍ ପାର୍କ ଠାରୁ ହ୍ୱାଇଟ ହାଉସ୍ର ଉତ୍ତର ସୀମା ଯାଏ ଏବଂ ଦକ୍ଷିଣରେ ଏଲିପ୍ସ ଠାରୁ ୧୫ ନଂ ଓ ୧୭ ନଂ ଗଳି ଯାଏ ଥିବା ରାସ୍ତାକୁ ଆଗାମୀ ୧୦ ତାରିଖ ପର୍ଯ୍ୟନ୍ତ ସିଲ୍ କରିଦିଆଯାଇଛିା ନ୍ୟୁୟର୍କ ସମେତ ବିଭିନ୍ନ ସହରରେ ଲୁଟେରା ଓ ଦଙ୍ଗାକାରୀ ମାତିଥିବାରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଅନେକ ସପିଂ ମଲ୍ ଏବଂ ବ୍ରାଣ୍ଡ୍ ଷ୍ଟୋର୍ଗୁଡ଼ିକରୁ ଲୁଟ୍ ହୋଇଥିବା ଖବର ମିଳିଛି।
ଆମେରିକାରେ ରଂଗଭେଦ ହିଂସା ଜାରି:ଲୁହା ବାଡ଼ ସୁରକ୍ଷା ଭିତରେ ହ୍ୱାଇଟ ହାଉସ୍

Share Now: