ବରିଷ୍ଠ ନାଗରିକଙ୍କୁ ଘରୁ ବାହାରିବାକୁ ମନା : ବିଏମ୍‌ସି

ଭୁବନେଶ୍ବର : ବିଏମ୍‌ସି ପକ୍ଷରୁ ଆଜି ସମସ୍ତ ବରିଷ୍ଠ ନାଗରିକମାନଙ୍କ ଉଦ୍ଦେଶ୍ୟରେ କୁହାଯାଇଛି ଯେ, କେହି ଅଯଥାରେ ଘରୁ ନବାହାରନ୍ତୁ। ସେମାନଙ୍କର ଯାହା ସମସ୍ୟା ଅଛି ସେମାନେ ୧୯୨୯ ନମ୍ବରରେ ଜଣାନ୍ତୁ। ବିଏମ୍‌ସି ପକ୍ଷରୁ ସବୁ ପ୍ରକାରର ସହଯୋଗ ଯୋଗାଇ ଦିଆଯିବ। ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ବି ଘରେ ପହଞ୍ଚି ସୁବିଧା ଯୋଗାଇ ଦେବାକୁ କୁହାଯାଇଛି। ତେଣୁ ୬୦ବର୍ଷରୁ ଅଧିକ ବୟସ୍କ ଘରେ ରୁହନ୍ତୁ ଓ ସୁରକ୍ଷିତ ରୁହନ୍ତୁ। ଆଜି ବିଏମ୍‌ସି ପକ୍ଷରୁ ସତ୍ୟନଗର ପାର୍କରେ ସଚେତକ ଆପ୍‌ ସଚେତନତା କାର୍ଯ୍ୟକ୍ରମ ଅବସରେ ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀ ଏହା କହିଛନ୍ତି। ଦକ୍ଷିଣ-ପୂର୍ବ ଜୋନ୍‌ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଏମ୍‌ସି କମିସନର ଶ୍ରୀ ଚୌଧରୀଙ୍କ ସମେତ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଆଲୋକ କର, ସୁବ୍ରତ କୁମାର ପଣ୍ଡା ଏବଂ ବିଏମ୍‌ସି ଡେପୁଟି କମିସନର ଶ୍ରୀମନ୍ତ ମିଶ୍ର ଯୋଗଦେଇଥିଲେ। ଏଥିରେ ଯୋଗଦେଇଥିବା ବରିଷ୍ଠ ନାଗରିକ ଏବଂ ଅନ୍ୟମାନଙ୍କୁ ସଚେତକ ଆପ୍ ଡାଉନଲୋଡ୍‌ କରି ଏହାର ଫାଇଦା ଉଠାଇବାକୁ କୁହାଯାଇଥିଲା। ବିଏମ୍‌ସି କମିସନର କହିଥିଲେ ଯେ, ଏବେ ଭୁବନେଶ୍ବରରେ ଯେତିକି କରୋନା ଆକ୍ରାନ୍ତ ଅଛନ୍ତି ସେଥିରେ କେହି ଗୁରୁତର ନାହାନ୍ତି। ତେଣୁ ସମସ୍ତେ ସଚେତନ ରହିଲେ କରୋନା ମୁକାବିଲା କରିପାରିବା। ବିଏମ୍‌ସିର ଦକ୍ଷିଣ-ପୂର୍ବ ଜୋନ୍‌ ଡେପୁଟି କମିସନର ଅଂଶୁମାନ ରଥ ଏବଂ ଡେପୁଟି କମିସନର ପୁରନ୍ଦର ନନ୍ଦ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

Share Now:

Kalinga News Beuro

Next Post

୮ ଜୁଲାଇ ଯାଏ ଓଡ଼ିଶା ହାଇକୋର୍ଟ ଓ ଏହାର ସମସ୍ତ କାର୍ଯ୍ୟାଳୟ ବନ୍ଦ

Sun Jul 5 , 2020
କଟକ: ଆସନ୍ତାକାଲିଠୁ ଜୁଲାଇ ୮ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ହାଇକୋର୍ଟ ଏବଂ ଏହାର ସମସ୍ତ କାର୍ଯ୍ୟାଳୟ ବନ୍ଦ ରହିବ। ହାଇକୋର୍ଟ ରେଜିଷ୍ଟ୍ରାରଙ୍କ ପକ୍ଷରୁ ଏ ନେଇ ବିଧିବଦ୍ଧ ଭାବେ ନିର୍ଦ୍ଦେଶ ଜାରି କରାଯାଇଛି। କଟକ ସହର ସଟ୍‌ଡାଉନ୍‌କୁ ଦୃଷ୍ଟିରେ ରଖି ହାଇକୋର୍ଟ ବନ୍ଦ ନେଇ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ଯେଉଁସବୁ ଶୁଣାଣି ୬ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ହେବାକୁ ଥିଲା ତାହା ହେବନାହିଁ। ୬ ତାରିଖରେ ହେବାକୁ ଥିବା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial