ଆଜିଠୁ ବଢ଼ିଲା ବସ ଭଡା

ଭୁବନେଶ୍ୱର : ଆଜିଠାରୁ ଘରୋଇ ବସ୍‌ ଭଡ଼ା ବଢ଼ିଛି। ସ୍ୱୟଂକ୍ରିୟ ବ୍ୟବସ୍ଥା ଜରିଆରେ ଏଭଳି ଭଡ଼ା ବୃଦ୍ଧି କରାଯାଇଛି। ରାଜ୍ୟ ସରକାର ଏହି ଭଡ଼ା ବୃଦ୍ଧିକୁ ମଞ୍ଜୁରି ଦେଇଛନ୍ତି। ଏଣିକି ଯାତ୍ରୀଙ୍କୁ ଅର୍ଡିନାରୀ ବସ୍‌ରେ କି.ମି. ପିଛା ୬୭ ପଇସାରୁ ୬୮ ପଇସା ଦେବାକୁ ହେବ। ସେହିପରି ଏକ୍ସପ୍ରେସ୍‌ ବସ୍‌ରେ କି.ମି. ପିଛା ୭୦ରୁ ୭୧ ପଇସା, ଡିଲକ୍ସ ବସ୍‌ରେ ୯୫ରୁ ୯୭ ପଇସା, ଏସି ଡିଲକ୍ସ ବସ୍‌ରେ ଟ ୧.୧୭ରୁ ଟ ୧.୧୯ ପଇସାକୁ ବଢ଼ିଛି। ଡିଜେଲ୍‌ ଲିଟର ପିଛା ପାଖାପାଖି ୭୦ ଟଙ୍କାକୁ ବୃଦ୍ଧି ପାଇଥିବାରୁ ବସ୍‌ ଭଡ଼ା ବୃଦ୍ଧି ପାଇଥିବା ବସ୍‌ ମାଲିକ ସଂଘ ପକ୍ଷରୁ କୁହାଯାଇଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଡିଜେଲ୍‌ ଉପରୁ ଶୁଳ୍କ ହ୍ରାସ କଲେ, ବସ୍‌ ଭଡ଼ା କମିବ ବୋଲି ସଂଘ ଦର୍ଶାଇଛି। ଗତ ଜାନୁଆରି ୩୦ ତାରିଖରେ ବସ୍‌ ଭଡ଼ା ବୃଦ୍ଧି ପାଇଥିଲା।

Share Now:

Kalinga News Beuro

Leave a Reply

Next Post

ରାଜ୍ୟରେ ଶିକ୍ଷା ଅଧିକାର ଆଇନ୍‌ ଫେଲ୍‌:୯ ବର୍ଷ ବିତିଲାଣି, ଭିତ୍ତିଭୂମି ସାତସପନ

Thu Apr 5 , 2018
ଏବର୍ଷ ଠାରୁ ସରକାର ବାଣ୍ଟିବେ ମାଗଣା ଜୋତା: ସଚିବ ଭୁବନେଶ୍ୱର : ଶିକ୍ଷା ଅଧିକାର ଆଇନକୁ ୯ ବର୍ଷ ପୂରିଲାଣି। ତଥାପି ଆଜି ପର୍ଯ୍ୟନ୍ତ ରାଜ୍ୟରେ ଏହା ସଠିକ୍‌ ଭାବେ କାର୍ଯ୍ୟକାରୀ ହୋଇନାହିଁ। କେଉଁଠି ବିଦ୍ୟାଳୟର ଭିତ୍ତିଭୂମି ଭୁଶୁଡ଼ି ପଡ଼ିଛି ତ ଆଉ କେଉଁଠି ଶିକ୍ଷାଦାନ ଲାଗି ପର୍ଯ୍ୟାପ୍ତ ଶିକ୍ଷକ ନାହାନ୍ତି। ଏମିତି ବି ବିଦ୍ୟାଳୟ ରହିଛି ଯେଉଁଠି ଜଣେ ଶିକ୍ଷକରେ ପାଠପଢ଼ା ଚାଲିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial