ଭୁବନେଶ୍ବରକୁ ଗଞ୍ଜାମ ବିପଦ: କ୍ୟାପିଟାଲ ହସ୍ପିଟାଲରେ ହୋଇପାରେ ଏମ୍‌ସ ପରିସ୍ଥିତି

ଭୁବନେଶ୍ବରକୁ ଗଞ୍ଜାମ ବିପଦ: କ୍ୟାପିଟାଲ ହସ୍ପିଟାଲରେ ହୋଇପାରେ ଏମ୍‌ସ ପରିସ୍ଥିତି

୧୦୦ ଜଣଙ୍କ ରାପିଡ୍ ଆଣ୍ଟିଜେନ୍‌ ପରୀକ୍ଷା, ସବୁ ନେଗେଟିଭ୍, ଆଉ ୨ ରୋଗୀ ପଜିଟିଭ୍

ଭୁବନେଶ୍ବର: ଗଞ୍ଜାମରେ ଲାଗିଛି କଟକଣା। ଜିଲ୍ଲା ଭିତରକୁ କେହି ଯାଇ ପାରୁ ନାହାନ୍ତି କି ବାହାରକୁ କେହି ବାହାରି ପାରୁ ନାହାନ୍ତି। ପ୍ରଶାସନର କଡ଼ା କଟକଣା ଯୋଗୁଁ ଲୋକେ ଘାଣ୍ଟି ହେଉଛନ୍ତି। କାମ ଧନ୍ଧା ପାଉନାହାନ୍ତି। ଓଳିଏ ଖାଇଲେ ଆରଓଳିକୁ ଉପାସ ରହୁଛନ୍ତି। ଏଭଳି ସ୍ଥିତିରେ କାମ ଆଶାରେ ଗଞ୍ଜାମ ଜିଲ୍ଲାର ଶତାଧିକ ଶ୍ରମିକ ଏବେ ରାଜଧାନୀମୁହାଁ। ପ୍ରତିଦିନ ଶତାଧିକ ଲୋକ ଭୁବନେଶ୍ବରକୁ ଧାଇଁ ଆସୁଛନ୍ତି। ଗଞ୍ଜାମ ଜିଲ୍ଲା ପ୍ରଶାସନ ବାଡ଼ ପକାଇ ରାସ୍ତା‌ରେ ସେମାନଙ୍କୁ ଜଗିଛି। ତେବେ ଗଳା ବାଟ ଦେଇ ସେମାନେ ରାଜଧାନୀରେ ପହଞ୍ଚୁଛନ୍ତି। ଯେଉଁଥିପାଇଁ ଭୁବନେଶ୍ବରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ’ ହୁ’ ହୋଇ ବଢ଼ି ଚାଲିଛି। ଗୋଟିଏ ପ‌ରେ ଗୋଟିଏ ବସ୍ତିକୁ ମାଡ଼ୁଛି। ସପ୍ତାହେ ହେଲା ଗଞ୍ଜାମ ଜିଲ୍ଲାର ଲୋକେ ବହୁ ପରିମାଣରେ ଲୁଚି ଛପି ଭୁବନେଶ୍ବରକୁ ଆସିଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି। କିଏ ରାତିରେ ଟ୍ରକ୍‌ ଯୋଗେ ପଳାଇ ଆସିଛନ୍ତି ତ ଆଉ କିଏ ମାଲ ବୋଝେଇ ଗାଡ଼ିରେ ଲୁଚି ପଳାଇ ଆସିଛନ୍ତି। ଯାହାକି ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ାଇଛି। ଯେତେ ଉଦ୍ୟମ କଲେ ମଧ୍ୟ ସେମାନଙ୍କୁ ରୋକିବାରେ ସକ୍ଷମ ହେଉନାହିଁ। ପ୍ରତି ବସ୍ତି, ୱାର୍ଡ ଅନୁଯାୟୀ କମିଟି ଗଠନ କରାଯାଇ ବାହାର ଜିଲ୍ଲା ଫେରନ୍ତାଙ୍କ ଉପରେ ନଜର ରଖାଯାଇଛି। ତା’ପରେ ବି ସଫଳତା ମିଳୁନି। ସେମାନେ ରାତିରେ ଆସି ଘରେ ପଶି ଯାଉଛନ୍ତି ଯେ କେହି ଟେର୍‌ ପାଉନାହାନ୍ତି। ୱାର୍ଡ ଅଫିସର ସକାଳୁ ବୁଲିଥିଲେ ମଧ୍ୟ ସେମାନଙ୍କ ସମ୍ପର୍କରେ ଜାଣି ପାରୁନାହାନ୍ତି। ସ୍ଥାନୀୟ ଲୋକେ ବି ଭୟରେ ମୁହଁ ଖୋଲୁ ନାହାନ୍ତି। ବଡ଼ କଥା ହେଲା, ଗଞ୍ଜାମ ଜିଲ୍ଲାରୁ ଆସୁଥିବା ଲୋକେ ସହର ଭିତରରେ ଥିବା କେତେକ ବସ୍ତିକୁ ନିଜର ଆଡ଼ା ଭାବେ ଚୟନ କରିଛନ୍ତି। ପୂର୍ବରୁ ବସ୍ତିରେ ରହୁଥିବା ଲୋକଙ୍କ ସହାୟତା ନେଇ ସେମାନେ ସେଠାରେ ରହୁଛନ୍ତି। ଭୁବନେଶ୍ବରରେ ବଡ଼ବଡ଼ ବିଲଡିଂ କାର୍ଯ୍ୟ କରୁଥିବା କିଛି ଠିକାଦାର ଗଞ୍ଜାମର ଶ୍ରମିକଙ୍କୁ ସହରକୁ ଆଣୁଛନ୍ତି। ବିଏମ୍‌ସି ଏସ୍‌ଓପି ଜାରି କରିଥିଲେ ମଧ୍ୟ ଠିକାଦାରମାନେ ଏହାକୁ ଖୁଲମ୍‌ଖୁଲା ଉଲ୍ଲଂଘନ କରୁଛନ୍ତି। ଗଞ୍ଜାମର ଶ୍ରମିକମାନେ କମ୍‌ ମୂଲ୍ୟରେ କାର୍ଯ୍ୟ କରୁଥିବାରୁ ଠିକାଦାରମାନେ ସେମାନଙ୍କୁ ଆଣି କାର୍ଯ୍ୟରେ ଲଗାଉଥିବା ଲୋକେ ଅଭିଯୋଗ କରିଛନ୍ତି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ସହ ଗଞ୍ଜାମରୁ ଲୋକେ ଯେମିତି ରାଜଧାନୀରେ ପ୍ରବେଶ କରି ନପାରିବେ, ଆଉ ଯେଉଁମାନେ ଅଛନ୍ତି, ସେମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ଦାବି ହେଉଛି।

Share Now:

Kalinga News Beuro

Next Post

‘ଥ୍ରୀଲର’ରେ ଅପସରା ରାଣୀଙ୍କ ନାୟକ ସାଜିବେ ଓଡ଼ିଆ ପୁଅ ରକ୍: ରାମଗୋପାଲ ବର୍ମା

Wed Jul 15 , 2020
ମୁମ୍ବାଇ: ଫିଲ୍ମ ପ୍ରଯୋଜକ ଓ ନିର୍ଦ୍ଦେଶକ ରାମଗୋପାଲ ବର୍ମା ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଥ୍ରିଲର’ରେ ଓଡ଼ିଆ ଝିଅ ଅପ୍‌ସରା ରାଣୀଙ୍କୁ ନାୟିକା ହେବାର ସୁଯୋଗ ଦେଇଛନ୍ତି। ‌‌ତେବେ ଏହାର ନାୟକ ଭାବେ ମଧ୍ୟ ଜଣେ ଓଡ଼ିଆଙ୍କୁ ସେ ସୁଯୋଗ ଦେଇଛନ୍ତି। ରାମ୍‌ଗୋପାଲ୍ ବର୍ମା ଆଜି ଟ୍ୱିଟ୍ କରି ଏ ସଂପର୍କରେ ସୂଚନା ଦେଇଛନ୍ତି। ସେ ଟ୍ବିଟ୍‌ରେ କହିଛନ୍ତି, ଏହି ଓଡ଼ିଆ ଯୁବକଙ୍କ ନାଁ ରକ୍ କାଚି। ସେ ନବରଙ୍ଗପୁର ବାସିନ୍ଦା। […]
ରାମଗୋପାଲ ବର୍ମାଙ୍କ ‘ଥ୍ରୀଲର’ରେ ଓଡ଼ିଆ ପୁଅ, ଅପସରା ରାଣୀଙ୍କ ନାୟକ ସାଜିବେ ରକ୍

ଆହୁରି ପଢ଼ନ୍ତୁ

Breaking News

Most Read

Social media & sharing icons powered by UltimatelySocial