ବିଭିନ୍ନ ଧର୍ମାନୁଷ୍ଠାନ ସହଯୋଗରେ ରାଜଧାନୀରେ ହେବ କୋଭିଡ୍‌ କେୟାର ହସ୍ପିଟାଲ୍‌

ରାଜଧାନୀରେ ହେବ କୋଭିଡ୍‌ କେୟାର ହସ୍ପିଟାଲ୍‌

ଭୁବନେଶ୍ୱର : ରାଜଧାନୀରେ ଥିବା ବିଭିନ୍ନ ଧର୍ମାନୁଷ୍ଠାନ ସହଯୋଗରେ ବିଏମ୍‌ସି ୨୨୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ କେୟାର ହସ୍ପିଟାଲ ପ୍ରସ୍ତୁତ କରିବାକୁ ଯୋଜନା କରିଛି। ଗୁରୁଦ୍ବାରା, ଖ୍ରୀଷ୍ଟିଆନ ଆସୋସିଏସନ, ମୁସଲିମ୍‌ ଆସୋସିଏସନ୍ ଇତ୍ୟାଦି ଏ ନେଇ ବିଏମ୍‌ସିକୁ ସହଯୋଗର ହାତ ବଢ଼ାଇଥିବା ବିଏମ୍‌ସି କମିସନର କହିଛନ୍ତି। ଏହାବାଦ୍‌ ଆଦିତ୍ୟ ଅଶ୍ବିନୀ ହସ୍ପିଟାଲରେ ୧୫୦ଶଯ୍ୟା, ୩୧ ଆଇସିୟୁ ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ, ଡୁମଡୁମା ୟୁସିଏଚ୍‌ସିରେ ବିଏମ୍‌ସି ପକ୍ଷରୁ ୬୦ଶଯ୍ୟା ବିଶିଷ୍ଟ କୋଭିଡ୍‌ କେୟାର ସେଣ୍ଟର, ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ସହଯୋଗରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ କେୟାର ହୋମ୍‌, ତିନି ବିଧାୟକଙ୍କ ଅନୁଦାନରେ ୫୦ଶଯ୍ୟା ଲେଖାଏ କୋଭିଡ୍‌ କେୟାର ହୋମ୍‌, ତିନିଟି ଆବାସିକ ସଂଘ ପକ୍ଷରୁ ୭୫ଶଯ୍ୟା ବିଶିଷ୍ଟ କୋଭିଡ୍‌ କେୟାର ହୋମ୍‌ ହେବ। ଏଥିରେ ବିପୁଲ ଗାର୍ଡେନ୍‌, ବିଏମ୍‌ସି ଭବାନୀ ଏନକ୍ଲେଭ୍‌ ଏବଂ ଉତ୍କଳ ରୟାଲ ରେସିଡେନ୍ସି ୨୫ଟି ଲେଖାଏ ସିସିଏଚ୍‌ ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ଦେଇଛନ୍ତି।

Share Now:

Kalinga News Beuro

Next Post

ଆଜି କାର୍‌ଗିଲ୍ ବିଜୟ ଦିବସ

Sun Jul 26 , 2020
ପାକିସ୍ତାନୀ ବିଶ୍ବାସଘାତକତାର କଡା ଜବାବ ଦେଇଥିଲା ଭାରତ ନୂଆଦିଲ୍ଲୀ: ଦୀର୍ଘ ୬୦ରୁ ଊର୍ଦ୍ଧ୍ବ ଦିନ ଧରି ପାକିସ୍ତାନ ସହ ଯୁଦ୍ଧ କରିବା ପରେ ଜୁଲାଇ ୨୬ ଅର୍ଥାତ୍ ଆଜିର ଦିନରେ ଭାରତ ବିଜୟ ଲାଭ କରିଥିଲା। ୨୧ବର୍ଷ ତଳେ କାର୍‌ଗିଲ୍‌ରେ ହୋଇଥିବା ଏହି ଐତିହାସିକ ଯୁଦ୍ଧକୁ ‘ଅପରେସନ୍ ବିଜୟ’ର ନାଁ ଦିଆଯାଇଥିଲା। ଯୁଦ୍ଧ ଜିତିବା ପରେ ଜୁଲାଇ ୨୬କୁ କାର୍‌ଗିଲ୍ ବିଜୟ ଦିବସ ନାମରେ ନାମିତ କରାଯାଇଥିଲା। ଏହି ଯୁଦ୍ଧରେ […]
ଆଜି କାର୍‌ଗିଲ୍ ବିଜୟ ଦିବସ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial