ନୂଆଦିଲ୍ଲୀ: କୋଭିଡ -୧୯ ସଙ୍କଟ ମଧ୍ୟରେ ଦେଶର କୃଷି କ୍ଷେତ୍ର ତଥା କୃଷକମାନଙ୍କୁ ସହାୟତା ଦେବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ୧ ଲକ୍ଷ କୋଟି ଟଙ୍କାର କୃଷି ଭିତ୍ତିଭୂମି ପାଣ୍ଠି ଆରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ ଆନୁମାନିକ ୮.୫ କୋଟି ଚାଷୀଙ୍କୁ ୧୭,୦୦୦ କୋଟି ଟଙ୍କା ପଠାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଗତ ଦେଢ଼ ବର୍ଷ ମଧ୍ୟରେ ଏହି ଯୋଜନା ମାଧ୍ୟମରେ ୭୫,୦୦୦ କୋଟି ଟଙ୍କା ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯାଇଛି। ଏଥିମଧ୍ୟରୁ କୋଭିଡ -୧୯ ଲକଡାଉନ ସମୟରେ ୨୨,୦୦୦ କୋଟି ଟଙ୍କା ଚାଷୀଙ୍କୁ ପ୍ରଦାନ କରାଯାଇଛି। ଚାଷୀଙ୍କୁ ଏବେ ମଣ୍ଡି ଏବଂ ମଣ୍ଡି ଟ୍ୟାକ୍ସରୁ ମୁକ୍ତ କରାଯାଇଛି। ବର୍ତ୍ତମାନ ଚାଷୀଙ୍କ ପାଖରେ ଅନେକ ବିକଳ୍ପ ଅଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ଆତ୍ମନିର୍ଭର ଭାରତ’ ଅନୁଯାୟୀ କୃଷକମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଉଦ୍ଦେଶ୍ୟରେ ଏହି ପାଣ୍ଠି ଆରମ୍ଭ କରାଯାଇଛି। ଏହି ପାଣ୍ଠି କୃଷକଙ୍କ ରୋଜଗାରକୁ ବୃଦ୍ଧି କରିବ। ଏହି ଯୋଜନା ଅଧୀନରେ ଚାରି ବର୍ଷ ପାଇଁ ୧ଲକ୍ଷ କୋଟି ଟଙ୍କାର ଋଣ ଉପଲବ୍ଧ ହେବ। ୨୦୨୦ ରୁ ୨୦୨୧ ମଧ୍ୟରେ ଚାଷୀଙ୍କ ପାଇଁ ଋଣ ଅକାରରେ ୧୦,୦୦୦କୋଟି ଟଙ୍କା ଉପଲବ୍ଧ ହେବ। ଅବଶିଷ୍ଟ ତିନିବର୍ଷ ମଧ୍ୟରେ ୩୦,୦୦୦କୋଟି ଟଙ୍କା ପ୍ରଦାନ କରାଯିବ। ସୁଧ ଉପରେ ତିନି ପ୍ରତିଶତ ସବସିଡି କୃଷକମାନଙ୍କୁ ୨ କୋଟି କିମ୍ବା ସାତ ବର୍ଷ ପର୍ଯ୍ୟନ୍ତ ଋଣ ଉପରେ ମଧ୍ୟ ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଏହି ସବୁ ଯୋଜନା ଏବଂ ସଂସ୍କାର ଦେଶର କୃଷକମାନଙ୍କ ପାଇଁ ଉଦ୍ଦିଷ୍ଟ।
୮କୋଟି କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧୭,୦୦୦ କୋଟି ଟଙ୍କା ପଠାଇଲେ ମୋଦୀ

Share Now: