ଡା. ଅଭିନ ଚନ୍ଦ୍ର ହୋମିଓପ୍ୟାଥିକ କଲେଜର ଡାକ୍ତରଙ୍କୁ କରୋନା: ଅନ୍ୟ ଡାକ୍ତର ଓ କର୍ମଚାରୀ ଭୟଭୀତ

ହୋମିଓପ୍ୟାଥିକ କଲେଜ

ଭୁବନେଶ୍ୱର : ଡା. ଅଭିନ ଚନ୍ଦ୍ର ହୋମିଓପ୍ୟାଥିକ କଲେଜ ଓ ହସ୍ପିଟାଲର ଜଣେ ଡାକ୍ତର କରୋନା ପଜିଟିଭ୍ ହୋଇଛନ୍ତି। ଡାକ୍ତରଜଣକ ନିୟମିତ ଭାବେ ଏକ ଓପିଡି (ବହିର୍ବିଭାଗ)ରେ ରୋଗୀଙ୍କୁ ଚିକିତ୍ସା କରୁଥିଲେ। ଏଭଳି ପରିସ୍ଥିତିରେ ସଂପୃକ୍ତ ଡାକ୍ତର ସଂକ୍ରମିତ ହେବାକୁ ନେଇ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି। ସୂଚନା ଅନୁସାରେ, ସଂପୃକ୍ତ ଡାକ୍ତରଜଣଙ୍କ ବ୍ୟକ୍ତିଗତ କାରଣ ପାଇଁ ୨/୩ଦିନ ପୂର୍ବରୁ ହସ୍ପିଟାଲକୁ ଆସୁ ନଥିଲେ। ଏହି ସମୟରେ ସେ ନିଜର ସ୍ବାବ୍ ପରୀକ୍ଷା କରିଥିବା ବେଳେ ପଜିଟିଭ୍ ଚିହ୍ନଟ ହୋଇଥିଲେ। ତେବେ ଡାକ୍ତର ଜଣକ ସଂକ୍ରମିତ ହେବା ପରେ ମଧ୍ୟ ହସ୍ପିଟାଲରେ ପୂର୍ବଭଳି ଓପିଡି ଜାରି ରହିବାକୁ ନେଇ ଡାକ୍ତର ଓ କର୍ମଚାରୀମାନେ ପ୍ରଶ୍ନ ପଠାଇଛନ୍ତି। ହସ୍ପିଟାଲ ଓ କଲେଜକୁ ସଂପୂର୍ଣ୍ଣ ବିଶୋଧନ କରିବା ସହ କଣ୍ଟାକ୍ଟ ଟ୍ରେସିଂ ଓ ଓପିଡିକୁ ଅତିକମ୍‌ରେ ୪୮ଘଣ୍ଟା ପାଇଁ ବନ୍ଦ ରଖିବା ଲାଗି ସେମାନେ ଦାବି କରିଛନ୍ତି। ରାଜଧାନୀର ଅନ୍ୟ ସରକାରୀ ହସ୍ପିଟାଲର କୌଣସି ୱାର୍ଡରେ ସଂକ୍ରମିତ ଚିହ୍ନଟ ହେଲେ ସେସବୁ ୱାର୍ଡକୁ ସଟ୍‌ଡାଉନ୍‌ କରାଯାଉଥିବା ବେଳେ ଡା. ଅଭିନ ଚନ୍ଦ୍ର ହୋମିଓପ୍ୟାଥିକ୍‌ରେ କାହିଁକି ଏହାକୁ କାର୍ଯ୍ୟକାରୀ କରାଯାଉନାହିଁ ବୋଲି କର୍ମଚାରୀମାନେ ପ୍ରଶ୍ନ କରିଛନ୍ତି। ଏ ସଂପର୍କରେ ଡା.ଅଭିନ ଚନ୍ଦ୍ର ‌ହୋମିଓପ୍ୟାଥିକ ମେଡିକାଲ କଲେଜ ଓ ହସ୍ପିଟାଲର ଅଧ୍ୟକ୍ଷ ଡା.ସୁଧୀର ଦାସଙ୍କ ସହିତ ଯୋଗାଯୋଗ କରାଯାଇଥି‌ଲେ ହେଁ, କୌଣସି ଉତ୍ତର ମିଳି ପାରିନାହିଁ।

Share Now:

Kalinga News Beuro

Next Post

କରୋନା ନେଲା କ୍ରିକେଟ ଖେଳାଳି ଚେତନ ଚୌହାନଙ୍କ ୱିକେଟ

Mon Aug 17 , 2020
ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ଚେତନ ଚୌହାନ ଆଉ ନାହାନ୍ତି। କରୋନା ମହାମାରୀ ବିରୋଧରେ ଲଢ଼େଇ କରି ଶେଷରେ ହାର୍‌ ମାନିଗଲେ ଚୌହାନ। ଗତମାସରୁ ଚିକିତ୍ସିତ ହେଉଥିବା ୭୩ ବର୍ଷ ବୟସ୍କ ଚୌହାନଙ୍କର ରବିବାର ପରଲୋକ ଘଟିଛି। ସେ କେବଳ ଜଣେ ପୂର୍ବତନ କ୍ରିକେଟ ଖେଳାଳି ନ ଥିଲେ, ସକ୍ରିୟ ରାଜନୀତିରେ ଯୋଗ ଦେଇ ମଧ୍ୟ ସଫଳ ହୋଇଥିଲେ। ସଂପ୍ରତି ସେ ଉତ୍ତର ପ୍ରଦେଶ […]
ଚେତନ ଚୌହାନ

ଆହୁରି ପଢ଼ନ୍ତୁ