ଭୁବନେଶ୍ୱର: ପ୍ରଥମେ ବର୍ଷା ଓ ତାଙ୍କ ପରେ ଅନୁଭବ। ବର୍ଷାଙ୍କ ପିଟିସନ ପରେ ଆଜି ଅନୁଭବଙ୍କ ପିଟିସନ ସାମ୍ନାକୁ ଆସିଛି। ଗତକାଲି ବର୍ଷାଙ୍କ ଅଭିଯୋଗ ପରେ ଛାଡପତ୍ର ନେଇ କୋର୍ଟରେ ୪୭ ପୃଷ୍ଠାର ପିଟିସନ ଦାଖଲ କରିଛନ୍ତି ଅନୁଭବ ମହାନ୍ତି। ପତ୍ନୀଙ୍କ ଆଚରଣ ତାଙ୍କୁ ମର୍ମାହତ କରିଥିବା ପିଟିସନରେ ଉଲ୍ଲେଖ କରିଛନ୍ତି ଅନୁଭବ ମହାନ୍ତି। ପିଟିସନରେ ଅନୁଭବ କହିଛନ୍ତି ଯେ ବର୍ଷା ପ୍ରିୟଦର୍ଶିନୀ ତାଙ୍କ ସହ ସମ୍ପର୍କ ରଖୁ ନଥିଲେ। ଯାହା ତାଙ୍କୁ ଅସହଜ ଓ ଅସୁଖୀ କରିଥିଲା। ପ୍ରଥମ ରାତିରେ ବର୍ଷା ସମ୍ପର୍କ ରଖିବାକୁ ମନା କରିଥିଲେ ଆଉ ସମ୍ପର୍କ ରଖିବାକୁ ୩,୪ ମାସ ସମୟ ମାଗିଥିଲେ ବର୍ଷା। ବର୍ଷାଙ୍କ ନିଷ୍ପତ୍ତିକୁ ଅନୁଭବ ସମ୍ମାନ ଜଣାଇଥିଲେ। ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ସମ୍ପର୍କରେ ସୁଧାର ପାଇଁ ଚେଷ୍ଟା କରିଥିଲେ ଅନୁଭବ। କିନ୍ତୁ ସମ୍ପର୍କ ରଖିବାକୁ ଅସହଜ ମନେ କରୁଥିଲେ ବର୍ଷା। ପତ୍ନୀଙ୍କ ଏଭଳି ଆଚରଣ ମର୍ମାହତ କରିଥିବା ପିଟିସନରେ ଉଲ୍ଲେଖ କରିଛନ୍ତି ଅନୁଭବ। ବର୍ଷା ଭଲ ପତ୍ନୀ ଏବଂ ଭଲ ବୋହୂ ହେବାରେ ବିଫଳ ହୋଇଛନ୍ତି। ଅନ୍ୟପଟେ ବର୍ଷା ଗତକାଲି ପିଟିସନରେ ଉଲ୍ଲେଖ କରିଥିଲେ ଯେ ଭବିଷ୍ୟତ(ସନ୍ତାନ) ପାଇଁ ଯୋଜନା କରିଥିଲେ ବି ଅନୁଭବ ଏହାକୁ ଏଡାଇ ଯାଇଥିଲେ। ବିଳମ୍ବିତ ରାତି ଯାଏଁ ମଦ ପିଉଥିବାବେଳେ ବର୍ଷା ପୂରା ରାତି ଏକୁଟିଆ କାନ୍ଦୁଥିଲେ। ସ୍ୱାମୀ ଅନୁଭବଙ୍କ ପାଇଁ ରାତ୍ରି ଭୋଜନ ପାଇଁ ଅପେକ୍ଷା କରୁଥିଲେ ବି ସେ ପ୍ରଚୁୁର ମଦ୍ୟପାନ କରି ଘରକୁ ଫେରୁଥିଲେ। ବର୍ଷା ଏଥିରେ ଆହୁରି ଲେଖିଛନ୍ତି, ଅନୁଭବ ଜଣେ ମଦ୍ୟପ। ମଦ ପିଇବା ପରେ ସେ ହିତାହୀତ ଜ୍ଞାନ ଭୁଲି ଯାଆନ୍ତି ଏବଂ ସାଧାରଣ ଜୀବନ ଠାରୁ ଦୂରେଇ ଯାଆନ୍ତି। ଏପରିକି ବେଡରୁମରେ ବର୍ଷାଙ୍କ ଉପସ୍ଥିତିରେ ସାଙ୍ଗସାଥୀଙ୍କୁ ଧରି ଅନୁଭବ ମଦ୍ୟପାନ କରିଥାନ୍ତି।
ନାଟକର ନାଁ ବର୍ଷା-ଅନୁଭବ: ସନ୍ତାନ ପାଇଁ ଚାଁହୁ ନଥିଲେ ସାଂସଦ ଅନୁଭବ ?

Share Now: