ଦ୍ୱାଦଶୀ ପିତୃପକ୍ଷ ଶ୍ରାଦ୍ଧ ପାଇଁ ବିପୁଳ ସମାଗମ: ଅମାବାସ୍ୟାରେ ସ୍ଥିତି ଅସମ୍ଭାଳ ହେବ

dg7jdg7j98d7j98jgjgjgdjdgjdg

ରକ୍ଷା ହେଉନି କୋଭିଡ୍‌ କଟକଣା

ଭୁବନେଶ୍ବର: ପ୍ରତିପଦାରୁ ଅପର ପକ୍ଷ ଚାଲିଥିବା ବ‌େଳେ ପିତୃପକ୍ଷ ଶ୍ରାଦ୍ଧ ପାଇଁ ଆଉ ମାତ୍ର ୨ ଦିନ ବାକି। ତେଣୁ ଅମାବାସ୍ୟା ଯେତେ ପାଖଉଛି ବିନ୍ଦୁ ସାଗର କୂଳରେ ମହାଳୟା ଶ୍ରାଦ୍ଧ ପାଇଁ ଜନସମାଗମ ବଢ଼ିବଢ଼ି ଚାଲିଛି। ଆଜି ଦ୍ୱାଦଶୀ ଶ୍ରାଦ୍ଧ ଥିବା ବେଳେ ବହୁ ଲୋକଙ୍କ ସମାଗମ ହୋଇଥିଲା। ଏହା ମଧ୍ୟରେ କୋଭିଡ୍‌ କଟକଣା ପାଳନ ହୋଇପାରିନଥିଲା। ପଣ୍ଡିତ ସତ୍ୟବ୍ରତ ମିଶ୍ରଶର୍ମା କହିଛନ୍ତି, ପିତୃପକ୍ଷ ଶ୍ରାଦ୍ଧ ପ୍ରତିପଦାରୁ ଆରମ୍ଭ ହୋଇ ଅମାବାସ୍ୟା ପର୍ଯ୍ୟନ୍ତ ଚାଲେ। ମୁଖ୍ୟତଃ ୩ଟି ଋଣ ପିତୃ ଋଣ, ଦେବ ଋଣ ଓ ଋଷି ଋଣ ପରିଶୋଧ ପାଇଁ ଏହି ଶ୍ରାଦ୍ଧ ଦେବାର ପରମ୍ପରା ରହିଆସିଛି। ଏଣେ ଶ୍ରାଦ୍ଧ ପାଇଁ ଆଉ ମାତ୍ର ୨ ଦିନ ସମୟ ବାକି ଅଛି। ତେଣୁ ଏଣିକି ଶ୍ରାଦ୍ଧ ପକାଇବା ପାଇଁ ଭିଡ଼ ବଢ଼ି ଚାଲିବ। ୧୭ ତାରିଖ ଅମାବାସ୍ୟାରେ ବହୁ ସଂଖ୍ୟାରେ ଲୋକେ ଶ୍ରାଦ୍ଧ ପକାଇବାକୁ ଆସିବେ। ଆଜି ତ୍ରୟୋଦଶୀରେ ଏତେ ଭିଡ଼ ହୋଇଥିବା ବେଳେ ଅମାବାସ୍ୟାରେ ସ୍ଥିତି ଅସମ୍ଭାଳ ହେବ ବୋଲି ଆକଳନ କରାଗଲାଣି।

Share Now:

Kalinga News Beuro

Next Post

ଘନଶ୍ୟାମଙ୍କ ବାଡ଼ିରେ ଅଷ୍ଟ୍ରେଲିଆନ୍‌ ଅଙ୍ଗୁର

Tue Sep 15 , 2020
ପୁରୀ : ଥଣ୍ଡା ଅଞ୍ଚଳରେ ଆମେ ଅଙ୍ଗୁର ଫଳୁଥିବାର ଜାଣିଛୁ। କିନ୍ତୁ ପୁରୀ ଭଳି ଉପକୂଳର ଅଞ୍ଚଳରେ ଅଙ୍ଗୁର ଫଳିବା ପରି ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି ପୁରୀର ଭୂଦାନ ନଗରର ଘନଶ୍ୟାମ ବେହେରା। ନିଜ ବାଡ଼ିରେ ଅଷ୍ଟ୍ରେଲିଆନ୍‌ କିସମ ଅଙ୍ଗୁର ଫଳାଇ କେବଳ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିନାହାଁନ୍ତି, ‌ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ଉଦ୍ୟମ ଫଳରେ ଟାଙ୍ଗରା ଭୂଇଁ ବି ସବୁଜିମା ହୋଇପାରିବ, ଏହା ପ୍ରମାଣିତ କରି ଦେଖାଇଛନ୍ତି […]
ପୁରୀରେ ଫଳୁଛି ଅଷ୍ଟ୍ରେଲିଆନ୍‌ ଅଙ୍ଗୁର-2

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial