ହାଇଟେକ ନର୍ସିଂ ଛାତ୍ରୀ ଅସଦାଚରଣ ମାମଲା:କିଚେନ ବୟ ଦାୟୀ

ସନ୍ଦେହ ଘେରରେ କଲେଜ ଅଧ୍ୟକ୍ଷଙ୍କ ଭୂମିକା
ଭୁବନେଶ୍ୱର: ପଦାକୁ ଆସିଲା ହାଇଟେକ ନର୍ସିଂ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ପଛର ସାଂଘାତିକ ସତ। ଛାତ୍ରୀ ଜଣକ ହଷ୍ଟେଲ ଛାତ ଉପରେ ଫୋନ୍‌ରେ କଥା ହେଉଥିଲେ। ଏହି ସମୟରେ ତାଙ୍କୁ ଅସଦାଚରଣ କରାଯାଇଥିଲା। କିଚେନ ବୟ ଅସଦାଚରଣ କରିଥିବା ନେଇ ଛାତ୍ରୀ ଜଣକ କଲେଜ ଅଧ୍ୟକ୍ଷଙ୍କ ପାଖରେ ଅଭିଯୋଗ କରିଥିଲେ। ମାତ୍ର ଅଧ୍ୟକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ଛାତ୍ରୀଙ୍କୁ ଗାଳି ଦେଇଥିଲେ। ଏହି ଘଟଣା ପରେ ଛାତ୍ରୀଙ୍କ ପରିବାର ଲୋକ ତାଙ୍କୁ ଭେଟିବାକୁ ଯାଇଥିଲେ। ଏହି ସମୟରେ ସେ ୩ ମହଲାରୁ ଡେଇଁ ପଡିଥିଲେ। ସୌଭ୍ୟଗ୍ୟବଶତଃ ଜୀବନ ସିନା ବଞ୍ଚିଯାଇଛି। ହେଲେ ଆଇସିୟୁରେ ଜୀବନ ସହିତ ସଂଘର୍ଷ କରୁଛନ୍ତି। ଏହି ଘଟଣାରେ ପୋଲିସ ଅଭିଯୁକ୍ତ କିଚେନ ବୟ ଲକ୍ଷ୍ମଣ ବଳକୁ ଗିରଫ କରିବା ସହ ଘଟଣାର ଖୋଳତାଡ଼ ଜାରି ରଖିଛି।

ଏହି ଘଟଣାରେ କଲେଜ ଅଧ୍ୟକ୍ଷଙ୍କ ଭୂମିକା ସନ୍ଦେହ ଘେରକୁ ଆସିଛି। କାରଣ ଅସଦାଚରଣ ନେଇ ଛାତ୍ରୀ ଜଣଙ୍କ ଅଧ୍ୟକ୍ଷଙ୍କୁ ଜଣାଇଥିଲେ। ତେବେ ସେ ଘଟଣାକୁ ଅତି ଖାମଖିଆଲ ଭାବେ ନେବା ସହ ଓଲଟା ଛାତ୍ରୀ ଜଣଙ୍କୁ ଗାଳି ଦେଇଥିଲେ। ଛାତ୍ରୀ ଜଣଙ୍କ ନିଜ ସଂପର୍କୀୟଙ୍କୁ ଏନେଇ ଅବଗତ କରିଥିଲେ। ହ୍ୱାଟ୍ସ ଆପ୍ ମେସେଜ୍ ହେଉଛି ଏହାର ପ୍ରମାଣ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।

Share Now:

Kalinga News Beuro

Leave a Reply

Next Post

୭୦ ବର୍ଷରେ ରାଜଧାନୀ: ବଦଳୁଛି ନବକଳେବର

Wed Apr 11 , 2018
ଭୁବନେଶ୍ୱର: ଦିନକ ପରେ ଅର୍ଥାତ ଆସନ୍ତା ଏପ୍ରିଲ ୧୩ରେ ରାଜଧାନୀ ଭୁବନେଶ୍ୱରକୁ ୭୦ ବର୍ଷ ଛୁଇଁବ। ୭୦ ବର୍ଷର ଏହି ଅବଧି ମଧ୍ୟରେ ବଢ଼ିଛି ରାଜଧାନୀର କଳେବର। ହୁହୁ ହୋଇ ବୃଦ୍ଧି ପାଇଛି ଜନସଂଖ୍ୟା। ସହରକୁ ମାଡ଼ି ଆସିଛନ୍ତି ରାଜ୍ୟ ଓ ରାଜ୍ୟ ବାହାରର ଅପରାଧୀ। ଆଇନଶୃଙ୍ଖଳା ରକ୍ଷା କରିବାକୁ ପୁଲିସକୁ ନାକେଦମ ହେବାକୁ ପଡ଼ୁଛି। ଅନ୍ୟପକ୍ଷରେ ସହରର ଟ୍ରାଫିକ୍‌ ବ୍ୟବସ୍ଥା ମଧ୍ୟ ମୁଣ୍ଡବ୍ୟଥାର କାରଣ ସାଜିଛି। ଏହା ମଧ୍ୟରେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial