ନୂଆଦିଲ୍ଲୀ: ବିଶ୍ୱର ପ୍ରଥମ କରୋନା ଟିକା ବାହାର କରିଥିବା ରୁଷିଆରୁ ଆସିଛି ପୁଣିଏକ ଭଲ ଖବର। ସାମାନ୍ୟରୁ ମଧ୍ୟମ ଧରଣର ଲକ୍ଷଣ ଦେଖାଯାଉଥିବା କରୋନା ଆକ୍ରାନ୍ତଙ୍କ ପାଇଁ ଏକ ଔଷଧକୁ ଅନୁମତି ଦେଇଛି ପୁଟିନ ପ୍ରଶାସନ। କରୋନାଭିର ନାଁରେ ଏହି ଔଷଧକୁ ବିକଶିତ କରିଛି ଆର-ଫାର୍ମା। ଶୁକ୍ରବାର କମ୍ପାନି କହିଛି ଆଗାମୀ ସପ୍ତାହରୁ ଏହା ବଜାରରେ ଉପଲବ୍ଧ ହେବ। ହସ୍ପିଟାଲରେ ଭର୍ତ୍ତି ହୋଇନଥିବା ଆକ୍ରାନ୍ତ ମଧ୍ୟ ଏଡାକ୍ତରଙ୍କ ପରାମର୍ଶରେ ହି ଔଷଧ ବଜାରରୁ ନେଇ ଖାଇପାରିବେ। ଔଷଧ ନିର୍ମାତା ଆର-ଫାର୍ମା କହିଛି ପ୍ରାୟ ୧୬୮ ଜଣ ଆକ୍ରାନ୍ତଙ୍କଠାରେ ଏହି ଔଷଧର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ପରେ ଔଷଧକୁ ଅନୁମତି ମିଳିଛି। ସେହିପରି ଆଉଏକ କରୋନା ଔଷଧ ଆଭିଫାଭିରକୁ ଗତ ମେ’ ମାସରେ ଅନୁମତି ମିଳିଥିଲା। କୁହାଯାଉଛି ଜାପାନ ଦ୍ୱାରା ବିକଶିତ ଫାବିପିରାଭିର ଭଳି ଏହି ଦୁଇଟି ଔଷଧ କୋଭିଡ ଭୂତାଣୁ ବିରୋଧରେ କାମ କରିବ। ବିଶ୍ୱର ପ୍ରଥମ କରୋନା ଟିକା ପ୍ରସ୍ତୁତ କରିବା ପରେ ପୁଣି ଦୁଇଟି ଔଷଧ ବିକାଶ କରି କରୋନା ବିରୋଧୀ ଲଢେଇରେ ସାରାବିଶ୍ୱରେ ରୁଷିଆ ଆଗରେ ରହିଥିବା ପ୍ରମାଣ ଦେଇଛି। ରୁଷିଆ ଦ୍ୱାରା ପ୍ରସ୍ତୁତ ପ୍ରଥମ କରୋନା ଟିତା ‘ସ୍ପୁଟନିକ-ଭି’କୁ ଏବେ ବିଶ୍ୱର ଅନେକ ଦେଶ ନେବାପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି।
ଫାର୍ମାସିରେ ବିକ୍ରୟ ପାଇଁ ପ୍ରଥମ କୋଭିଡ୍-୧୯ ପ୍ରେସକ୍ରିପସନ୍ ଔଷଧକୁ ଅନୁମୋଦନ କଲା ଋଷ

Share Now: