ଗାନ୍ଧି ମୂର୍ତ୍ତି ତଳେ ରାତିସାରା ଧାରଣାରେ ନିଲମ୍ୱିତ ସାଂସଦ : ସକାଳୁ ଚା’ ନେଇ ପହଞ୍ଚିଲେ ରାଜ୍ୟସଭା ଉପାଧ୍ୟକ୍ଷ

ଧାରଣାରେ ନିଲମ୍ୱିତ ସାଂସଦ

ନୂଆଦିଲ୍ଲୀ: ରାଜ୍ୟସଭାରେ କୃଷି ବିଲକୁ ନେଇ ହଙ୍ଗାମା କରିଥିବାରୁ ନିଲମ୍ୱିତ ହୋଇଥିବା ୮ ସାଂସଦ ସଂସଦର ଗାନ୍ଧି ମୂର୍ତ୍ତି ନିକଟରେ ସାରା ରାତି ଧାରଣା ଦେଇଛନ୍ତି। ଆଜି ଏହି ଧାରଣା ସ୍ଥଳରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି। ସକାଳୁ ସକାଳୁ ଧାରଣା ସ୍ଥଳରେ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ପହଞ୍ଚିଥିବା ଦେଖାଯାଇଥିଲା। ହାତରେ ଥିଲା ଗରମ୍ ଗରମ୍ ଚା’। ଥର୍ମୋଫ୍ଲାକ୍ସରେ ଗରମ ଗରମ୍ ଚା ଆଣି ଧାରଣାରେ ବସିଥିବା ୮ ସାଂସଦଙ୍କୁ ଦେବା ସହିତ ସେମାନଙ୍କୁ ମନାଇବାକୁ ଉଦ୍ୟମ କରିଛନ୍ତି ହରିବଂଶ। ଗତକାଲି ସାରା ରାତି ଗାନ୍ଧି ମୂର୍ତ୍ତି ତଳେ ବସି ପ୍ରଦର୍ଶନ କରିଛନ୍ତି ଏହି ନିଲମ୍ୱିତ ସାଂସଦମାନେ। ସରକାର ଗଣତନ୍ତ୍ରର ସ୍ୱର ଚାପିବାକୁ ଉଦ୍ୟମ କରିଛନ୍ତି , କୃଷକଙ୍କ ସମସ୍ୟା ପ୍ରତି କେନ୍ଦ୍ର ସରକାର ଆଖି ବୁଜିଦେଇଥିବା ଅଭିଯୋଗ କରିଛନ୍ତି ବିରୋଧୀ ସାଂସଦ। ସଂସଦରେ ଗଣତନ୍ତ୍ରର ହତ୍ୟା କରାଯାଇଥିବା ପୋଷ୍ଟର ସହିତ ସଂସଦ ବାହାରେ ଧାରଣା ଜାରି ରଖିଛନ୍ତି ନିଲମ୍ୱିତ ସାଂସଦ। ରାଜ୍ୟସଭା ଉପାଧ୍ୟକ୍ଷଙ୍କ ଅନୁରୋଧକୁ ଏଡାଇ ଯାଇଛନ୍ତି ଧାରଣାରେ ବସିଥିବା ସାଂସଦ। କହିଛନ୍ତି ଏଥିପାଇଁ ବି ସେ ଦାୟୀ। ସେପଟେ କଂଗ୍ରେସ ସମେତ ୧୨ଟି ବିରୋଧୀ ଦଳ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବାକୁ ସମୟ ମାଗିଛନ୍ତି। ସଂସଦରେ ୨ଟି କୃଷି ବିଲ୍ ପାରିତ ହେବା ପରେ ଏଥିରେ ରାଷ୍ଟ୍ରପତି ମୋହର ନମାରିବାକୁ ନିବେଦନ କରିବାକୁ ସମୟ ମାଗିଛନ୍ତି ବିରୋଧୀ।

Share Now:

Kalinga News Beuro

Next Post

ଡ୍ରଗ୍ସ ନେଉଛନ୍ତି ଦୀପିକା ପାଦୁକୋନ: ଏନସିବି ହାତରେ ଲାଗିଲା ହ୍ବାଟସଆପ ଚାଟ୍

Tue Sep 22 , 2020
ମୁମ୍ବାଇ: ଏନସିବି ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସହ ଜଡିତ ଡ୍ରଗ୍ସ ମାମଲାର ଯାଞ୍ଚ ଆରମ୍ଭ କରିଥିବା ବେଳେ ରିୟାଙ୍କ ପରେ ଅନେକ ବଲିଉଡ କଳାକାରଙ୍କ ନାଁ ସାମ୍ନାକୁ ଆସିବାରେ ଲାଗିଛି। ଶ୍ରଦ୍ଧା କପୁର, ରାକୁଲ ପ୍ରୀତ ସିଂ ଏବଂ ସାରା ଅଲି ଖାନଙ୍କ ପରେ ଏବେ ବଲିଉଡର ଅନ୍ୟତମ ପ୍ରମୁଖ ଅଭିନେତ୍ରୀ ଦୀପିକା ପାଦୁକୋନ ମଧ୍ୟ ଡ୍ରଗ୍ସ ନେଉଥିବା କଥା ସାମ୍ନାକୁ ଆସିଛି। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ […]
ଡ୍ରଗ୍ସ ସେବନ କରୁଥିଲେ ଦୀପିକା ପାଦୁକୋନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial