ନିର୍ଭୟା କାଣ୍ଡକୁ ମନେ ପକାଇଦେଇଛି ହଠରାସ ଗଣଦୁଷ୍କର୍ମ

ହଠରାସ ଗଣଦୁଷ୍କର୍ମ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ହଠରାସ ଗଣଦୁଷ୍କର୍ମ ଏବଂ ହତ୍ୟାକାଣ୍ଡ ଘଟଣା‌ ଦିଲ୍ଲୀର ନିର୍ଭୟା ଗଣଦୁଷ୍କର୍ମ ମାମଲାକୁ ପୁଣି ମନେ ପକାଇ ଦେଇଛି। ସୂଚନାଯୋଗ୍ୟ, ସେପ୍‌ଟେମ୍ବର ୧୪ରେ ଉତ୍ତରପ୍ରଦେଶର ହଠରାସ ଗାଁରେ ଜଣେ ଦଳିତ ବର୍ଗର ଯୁବତୀଙ୍କୁ ଅତି ଅମାନୁଷିକ ଭାବେ କିଛି ଉଚ୍ଚ ବର୍ଗର ‌ପ୍ରଭାବଶାଳୀ ବ୍ୟକ୍ତି ଗଣ ଦୁଷ୍କର୍ମ କରିବା ପରେ ସମ୍ପୃକ୍ତ ଯୁବତୀଙ୍କ ଜିଭ କାଟି ଦେଇଥିଲେ ଏବଂ ତାଙ୍କ ମେରୁଦଣ୍ଡକୁ ଭାଙ୍ଗି ଦେଇଥିଲେ। ଅତି ଗୁରୁତର ଅବସ୍ଥାରେ ସମ୍ପୃକ୍ତ ଯୁବତୀଙ୍କୁ ଉତ୍ତର ପ୍ରଦେଶର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ତାଙ୍କର ଅବସ୍ଥା ଅତ୍ୟନ୍ତ ସଂକଟଜନକ ହୋଇପଡ଼ିବାରୁ ତାଙ୍କୁ ଦିଲ୍ଲୀର ସଫ୍‌ଦରଜଙ୍ଗ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସେଠାରେ ସମ୍ପୃକ୍ତ ଯୁବତୀଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ପରେ ପରିବାର ଲୋକଙ୍କ ଅଜାଣତରେ ଶବ ସଂସ୍କାର କରାଯିବ ମଧ୍ୟ ଏକ ନିନ୍ଦନୀୟ ଘଟଣା। ଏହି ଘଟଣାକୁ ନେଇ ସମଗ୍ର ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଦେଶବ୍ୟାପୀ ଏହାକୁ ନେଇ ଆନ୍ଦୋଳନ, ବିକ୍ଷୋଭ ପ୍ରଦର୍ଶନ ହୋଇଛି। ଏହି ଘଟଣା ‌ଏବେ ଦିଲ୍ଲୀର ନିର୍ଭୟା ଗଣଦୁଷ୍କର୍ମ ଘଟଣାକୁ ପୁନଃସ୍ମରଣ କରାଇ ଦେଇଛି। ଅନୁରୂପ ଭ‌ାବେ ୨୦୧୨ ମସିହାରେ ଦିଲ୍ଲୀରେ ନିର୍ଭୟା ଗଣଦୁଷ୍କର୍ମ ଘଟଣା ଘଟିଥିଲା। ୨୦୧୨ରେ ଜଣେ ପାରାମେଡିକାଲ୍‌ ଛାତ୍ରୀଙ୍କୁ ଏକ ବସ୍‌ ମଧ୍ୟରେ ଗଣ ଦୁଷ୍କର୍ମ କରାଯାଇଥିଲା।

Share Now:

Kalinga News Beuro

Next Post

ଅନ୍‌ଲକ ୫.୦ : ଖୋଲିବ ସିନେମା, ପାର୍କ, ସୁଇମିଂ ପୁଲ୍‌

Thu Oct 1 , 2020
ସ୍କୁଲ୍‌ ଖୋଲିବା ନେଇ ରାଜ୍ୟ ନେବେ ନିଷ୍ପତ୍ତି, ବ୍ୟାବସାୟିକ ସଂସ୍ଥା ପାଇଁ ପ୍ରଦର୍ଶନୀକୁ ଅନୁମତି ନୂଆଦିଲ୍ଲୀ : କରୋନା ମହାମାରୀକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହମନ୍ତ୍ରାଳୟ ଅନ୍‌ଲକ ୫.୦ ଗାଇଡ୍‌ଲାଇନ ଜାରି କରିଛନ୍ତି। ଅକ୍ଟୋବର ୧ ତାରିଖରୁ ଏହା କାର୍ଯ୍ୟକାରୀ ହେବ। କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଗାଇଡ୍‌ଲାଇନ ଅନୁସାରେ, ଦେଶର ସମସ୍ତ ସିନେମା ହଲ୍‌, ଥିଏଟର, ମଲ୍‌ଟିପ୍ଲେକ୍‌ସଗୁଡ଼ିକ ସେମାନଙ୍କର ବସିବାର ୫୦ ପ୍ରତିଶତ କ୍ଷମତା ପର୍ଯ୍ୟନ୍ତ ଖୋଲି […]
ଅନ୍‌ଲକ ୫.୦

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial