ରାଜଧାନୀରୁ ଆଜି ୩୨୯ କରୋନା ପଜିଟିଭ୍‌ ଚିହ୍ନଟ: ସୁସ୍ଥ ହେଲେ ୩୪୧ ଜଣ ଆକ୍ରାନ୍ତ

covid-19

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆଜି ମୋଟ‌ ୩୨୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ୧୧୦ ଜଣ ସଙ୍ଗରୋଧ ଓ ୨୧୯ଜଣ ସ୍ଥାନୀୟ ଅଞ୍ଚଳରୁ ଅଛନ୍ତି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ଅନ୍ୟ ପକ୍ଷରେ ଭୁବନେଶ୍ୱରରୁ ଆଜି ୩୪୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
ସୂଚନା ଅନୁସାରେ ଭୁବନେଶ୍ୱରରୁ ଆଜି ପର୍ଯ୍ୟନ୍ତ ୨୨ ହଜାର ୮୭୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରୁ ୧୯ ହଜାର ୨୫୫ ଜଣ ସୁସ୍ଥ ହୋଇସାରିଛନ୍ତି। ଏବେ ୩ ହଜାର ୫୦୨ ଜଣ ଆକ୍ରାନ୍ତ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ୧୦୦ ଜଣଙ୍କର ମୃତ୍ୟୁ ହୋଇଛି। ସଙ୍ଗରୋଧରୁ ଚିହ୍ନଟ କରୋନା ପଜିଟିଭ ବ୍ୟକ୍ତିମାନେ ପୂର୍ବରୁ ଆକ୍ରାନ୍ତ ହୋଇଥିବା ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ। ଶୈଳଶ୍ରୀ ବିହାରରୁ ୮ ଜଣ, ପଟିଆ, ଚନ୍ଦ୍ରଖେଖରପୁର, ବରମୁଣ୍ଡାରୁ ୭-୭ ଜଣ, ମଞ୍ଚେଶ୍ବରରୁ ୫-୫ ଜଣ, ନୟାପଲ୍ଲୀରୁ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସ୍ଥାନୀୟ ସଂକ୍ରମଣ ଯୋଗୁଁ ଆଜି ଚନ୍ଦ୍ରଶେଖରପୁରରୁ ୧୪ ଜଣ, ନୟାପଲ୍ଲୀ, ପଟିଆରୁ ୧୨ ଜଣ ଲେଖାଏଁ, ମଞ୍ଚେଶ୍ବରରୁ ୧୧ ଜଣ, ଡୁମଡୁମା, ପୁରୁଣା ଭୁବନେଶ୍ୱରରୁ ୯ ଜଣ ଲେଖାଏଁ, ଝାରପଡ଼ାରୁ ୮ ଜଣ, ଆଚାର୍ଯ୍ୟ ବିହାର, ୟୁନିଟ-୪ରୁ ୬ ଜଣ ଲେଖାଏଁ, ପୋଖରିପୁଟ, ବମିଖାଲ, ଭୀମପୁରରୁ ୪-୪ ଜଣ, ସାମନ୍ତରାପୁର, ଶୈଳଶ୍ରୀ ବିହାରରୁ ୩ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Share Now:

Kalinga News Beuro

Next Post

ପରମାଣୁ ଶକ୍ତିସମ୍ପନ୍ନ ‘ଶୌର୍ଯ୍ୟ’ କ୍ଷେପଣାସ୍ତ୍ରର ନୂତନ ସଂସ୍କରଣକୁ ସଫଳତାର ସହ ପରୀକ୍ଷା କଲା ଭାରତ

Sat Oct 3 , 2020
ବାଲେଶ୍ବର: ଆଜି ଅପରାହ୍ନରେ ଓଡ଼ିଶା ଉପକୂଳ ସମୁଦ୍ର ମଧ୍ୟରୁ ଭାରତ ପରମାଣୁ ଶକ୍ତିସମ୍ପନ୍ନ ‘ଶୌର୍ଯ୍ୟ’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା କରିଛି। ଏହି ‌‌କ୍ଷେପଣାସ୍ତ୍ର ପ୍ରାୟ ୮୦୦ କି. ମି. ଦୂରରେ ଥିବା ଲକ୍ଷ୍ୟ ଭେଦ କରିପାରିବ। ଶୀର୍ଷସ୍ତରୀୟ ସୂତ୍ରରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି ଯେ, ଏହି କ୍ଷେପଣାସ୍ତ୍ରର ପରୀକ୍ଷା ସଫଳ ହୋଇଛି। ସେନାବାହିନୀରେ ଥିବା ଏହି ଶ୍ରେଣୀୟ ଅନ୍ୟ ଗୋଟିଏ କ୍ଷେପଣାସ୍ତ୍ରର ପରିପୂରକ ହେବା ଲାଗି ‘ଶୌର୍ଯ୍ୟ’କୁ ସାମିଲ କରାଯିବ। […]
‘ଶୌର୍ଯ୍ୟ’ କ୍ଷେପଣାସ୍ତ୍ରର ପରୀକ୍ଷା କଲା ଭାରତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial