ଚୀନର ଚାଲବାଜି : ଆଲୋଚନା ଆଳରେ ବିଶ୍ୱାସଘାତ ଉଦ୍ୟମ

ଚୀନର ଚାଲବାଜି

ପାଙ୍ଗୋଙ୍ଗ୍ ହ୍ରଦରେ ଲଢୁଆ ବୋଟ୍ ମୁତୟନ କଲା

ନୂଆଦିଲ୍ଲୀ : ପୁଣି ଧରାପଡ଼ିଯାଇଛି ଚୀନର ଚାଲବାଜି। ପୂର୍ବ ଲଦାଖରୁ ସେନା ପ୍ରତ୍ୟାହାର ପାଇଁ ଭାରତ ସହ କଥାବାର୍ତ୍ତା ଚାଲିଥିବାବେଳେ ଚୀନ ପାଙ୍ଗୋଙ୍ଗ୍ ହ୍ରଦ ନିକଟରେ ଲଢୁଆ ବୋଟ୍ ମୁତୟନ କରିଛି। ଚୀନର ଏହି ପଦକ୍ଷେପ ଉତ୍ତେଜନାକୁ ପୁଣି ବଢାଇବାର ଆଶଙ୍କା ରହିଛି। ସେନା ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ପାଙ୍ଗୋଙ୍ଗ୍ ହ୍ରଦରେ ଚୀନର ପିଏଲଏ ୬ଟି ଟାଇପ୍ ୯୨୮ଡି ଆସଲ୍ଟ ବୋଟ୍ ମୁତୟନ କରିଛି। ଗୋଟିଏ ବୋଟରେ ୧୦ ଜଣ ସୈନ୍ୟ ନିଜ ନିଜ ଅସ୍ତ୍ରଶସ୍ତ୍ର ସହ ବସିପାରିବେ। ଚୀନର ଏହି ପଦକ୍ଷେପ ପରେ ଭାରତୀୟ ସେନାର ଚିନ୍ତା ବଢିଯାଇଛି। ଚୀନ ଓ ଭାରତ ମଧ୍ୟରେ ହୋଇଥିବା ବୁଝାମଣା ଅନୁସାରେ ଉଭୟ ଦେଶ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରୁ ସୈନ୍ୟ ପ୍ରତ୍ୟାହାର କରିବାକୁ ରାଜି ହୋଇଛନ୍ତି। କିନ୍ତୁ ଚୀନର ଏହି ପଦକ୍ଷେପ ପରେ ଏହି ବୁଝାମଣା ଉପରେ କେତେ ଭରସା କରାଯାଇପାରିବ, ତାହାକୁ ନେଇ ଭାରତ ସନ୍ଦିହାନ ହୋଇପଡ଼ିଛି। ଅନ୍ୟପକ୍ଷରେ ଚୀନ ନିଜ ପାଖରେ ଥିବା ସ୍ବୀଡେନ ନିର୍ମିତ ସିବି-୯୦ ଆସଲ୍ଟ ବୋଟକୁ ମଧ୍ୟ ମୁତୟନ କରିବାର ଆଶଙ୍କା ରହିଛି। ଗୋଟିଏ ବୋଟରେ ୩ ଜଣ କର୍ମଚାରୀ ଓ ୨୦ ଜଣ ସୈନ୍ୟ ବସିପାରିବେ।

Share Now:

Kalinga News Beuro

Next Post

ବାପକୁ ବଳିଗଲା ପୁଅ : ବେନାମୀ କାରବାରର ସୌଦାଗର ଜଣାପଡ଼ିବା ପରେ ତନାଘନା

Thu Dec 3 , 2020
ରତନ ଟାଟାଙ୍କ ଖାସ୍ ଲୋକ ବୋଲି କ୍ରାଇମବ୍ରାଞ୍ଚକୁ କହିଲା ଆକାଶ ଭୁବନେଶ୍ୱର : ବହୁଚର୍ଚ୍ଚିତ ଆଇଏଫ୍‌ଏସ୍ ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକ କେଳେଙ୍କାରୀ ଘଟଣା ଆଜି ନୂଆ ମୋଡ଼ ନେଇଛି। ଗୋଟିଏ ପଟେ ରାଜ୍ୟ ଭିଜିଲାନ୍ସ ବାପ-ପୁଅଙ୍କ କଳାଧନ ସଂପର୍କରେ ତନାଘନା କରିବା ଲାଗି ଉଭୟ ପ୍ରବର୍ତ୍ତନ ନିର୍ଦେଶାଳୟ ଏବଂ ଆୟକର ବିଭାଗ ଅନ୍ତର୍ଗତ ବେନାମୀ ନିଷିଦ୍ଧ ୟୁନିଟ୍‌ର ହସ୍ତକ୍ଷେପ ଲୋଡ଼ିଥିବା ବେଳେ ଅନ୍ୟପଟେ ଆକାଶ କିଭଳି […]
ବାପକୁ ବଳିଗଲା ପୁଅ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial