ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଆଗରେ ଧାରଣା

ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଆଗରେ ଧାରଣା

ଭୁବନେଶ୍ବର: ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଆଗରେ ଘରୋଇ ସ୍କୁଲର ଅଭିଭାବକଙ୍କ ଧାରଣା। ଘଣ୍ଟ ହୁଳହୁଳି ପକାଇ ବିକ୍ଷୋଭ ପ୍ରଦର୍ଶନ କଲେ ଘରୋଇ ସ୍କୁଲରେ ପିଲାଙ୍କୁ ପାଠ ପଢାଉଥିବା ଅଭିଭାବକ। ଘରୋଇ ସ୍କୁଲରେ ଫି’ ବିବାଦରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ହସ୍ତକ୍ଷେପ କରିବା ପାଇଁ ଅଭିଭାବକ ସଂଘ ଦାବି କରିଛନ୍ତି। ମହାମାରୀ କରୋନା ଭୟରେ ପ୍ରାୟ ୯ ମାସ ହେବ ବିଦ୍ୟାଳୟ ବନ୍ଦ ରହିଛି। ଅନଲାଇନରେ ପାଠପଢା ହେଉଛି। ଯେଉଁ ଅଭିଭାବକମାନେ ସ୍କୁଲରେ ଫି ଦେଇ ପାରିନାହାନ୍ତି, ସେମାନଙ୍କ ପିଲାଙ୍କୁ ଅନଲାଇନ୍ କ୍ଲାସରୁ ବାହାର କରି ଦିଆଯାଉଥିବାର ଅଭିଯୋଗ ହୋଇଛି।

ତେଣୁ ଘରୋଇ ସ୍କୁଲ ଫି ଉପରେ ସରକାର ଅଂକୁଶ ଲଗାଇବାକୁ ଦାବି ହୋଇଛି। ଘରୋଇ ସ୍କୁଲର ଫି ବିବାଦ ହାଇକୋର୍ଟରେ ପହଞ୍ଚିଥିବା ବେଳେ ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଛି। ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ, ଘରୋଇ ସ୍କୁଲ ଫି ନିର୍ଦ୍ଧାରଣ ଉପରେ ସରକାରଙ୍କ କୌଣସି ଆଇନ୍ ନାହିଁ। ତେଣୁ ଏଥିରେ ସରକାର ହସ୍ତକ୍ଷେପ କରି ପାରିବେ ନାହିଁ। ତେବେ ଅନ୍ୟ ରାଜ୍ୟରେ ଘରୋଇ ସ୍କୁଲ ଉପରେ ସରକାରଙ୍କ ଅଙ୍କୁଶ ଥିବା ବେଳେ ଓଡ଼ିଶାରେ କାହିଁକି ନାହିଁ ବୋଲି ଅଭିଭାବକ ସଂଘ ପ୍ରଶ୍ନ କରିଛନ୍ତି।

Share Now:

Kalinga News Beuro

Next Post

ମାଲକାନଗିରି‌ରୁ ବିପୁଳ ପରିମାଣର ଗୁଟ୍‌ଖା ଜବତ: ୮ ଗିରଫ

Sun Dec 13 , 2020
ମାଲକାନଗିରି: ଗତ ସନ୍ଧ୍ୟାରେ ପୁଲିସ ମାଲକାନଗିରି ବସ୍‌ଷ୍ଟାଣ୍ଡ୍‌ରୁ କାଲିମେଳାକୁ ବେଆଇନ ଭାବେ ଯାଉଥିବା ବିପୁଳ ପରିମାଣର ଗୁଟ୍‌ଖା ଜବତ କରିବା ସହ ଏଥିରେ ସମ୍ପୃକ୍ତ କେତେ ଜଣଙ୍କୁ ଗିରଫ କରିଛି। ବସ୍‌ଷ୍ଟାଣ୍ଡ୍‌ରୁ ଜବତ ଗୁଟ୍‌ଖା ଘଟଣାରେ ଗିରଫ ବ୍ୟକ୍ତିଦ୍ୱୟ ହେଉଛନ୍ତି ଗୁଟ୍‌ଖା ବସ୍ତାର ମାଲିକ ଟି. ସତ୍ୟନାରାୟଣ ସୁବୁଦ୍ଧି ଏବଂ ଅଟୋ ଚାଳକ ବିଷ୍ଣୁ ବେହେରା। ବେଆଇନ ଭାବେ ବିପୁଳ ପରିମାଣର ଗୁଟ୍‌ଖା ମାଲକାନଗିରି ବସ୍‌ଷ୍ଟାଣ୍ଡ୍‌ରୁ କାଲିମେଳାକୁ ପରିବହନ କରାଯାଉଛି […]
ମାଲକାନଗିରି‌ରୁ ବିପୁଳ ପରିମାଣର ଗୁଟ୍‌ଖା ଜବତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial