ସାରା ରାଜ୍ୟରେ ପ୍ରବଳ ବର୍ଷା : ଆଭ୍ୟନ୍ତରୀଣ ଓଡ଼ିଶା ଆଡ଼କୁ ଗତି କରୁଛି ଡିପ୍ ଡିପ୍ରେସନ

ଡିପ୍ ଡିପ୍ରେସନ

ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟ ଡିପ୍ ଡିପ୍ରେସନ ବା ତୀବ୍ର ଅବପାତ ଆଜି ସ୍ଥଳଭାଗ ଅତିକ୍ରମ କରି ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି। ଏହା ଆସି ଦିନ ସାଢେ ୧୧ଟା ସୁଦ୍ଧା ଚାନ୍ଦବାଲିଠାରୁ ୭୦ କିଲୋମିଟର ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗରେ ଓ କେନ୍ଦୁଝରଠାରୁ ୯୦ କିଲୋମିଟର ପୂର୍ବ, ଦକ୍ଷିଣ-ପୂର୍ବ ଦିଗରେ ରହିଥିଲା। ଆଗାମୀ ୪୮ ଘଣ୍ଟାରେ ଏହା ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆଭ୍ୟନ୍ତରୀଣ ଓଡ଼ିଶା, ଉତ୍ତର-ଛତିଶଗଡ଼, ମଧ୍ୟପ୍ରଦେଶ ଆଡ଼କୁ ଗତି କରିବ। ତେବେ ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଦୁର୍ବଳ ହୋଇ ଡିପ୍ରେସନରେ ପରିଣତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହି ଡିପ୍ ଡିପ୍ରେସନ ପ୍ରଭାବର ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ଓ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଓଡ଼ିଶା ସମେତ ଛତିଶଗଡ଼, ମଧ୍ୟପ୍ରଦେଶ, ଦକ୍ଷିଣ ଗୁଜୁରାଟର କେତେକ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଡିପ ଡିପ୍ରେସନ ପ୍ରଭାବରେ ଓଡ଼ିଶା ଉପକୂଳରେ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ଓଡ଼ିଶା, ଉତ୍ତର ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗର ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ବାରଣ କରାଯାଇଛି।

Share Now:

Kalinga News Beuro

Next Post

ଆଫଗାନିସ୍ତାନରେ ପ୍ରଥମ ଆନ୍ତର୍ଜାତୀୟ ବାଣିଜ୍ୟିକ ବିମାନ ଉଡାଣ

Mon Sep 13 , 2021
କାବୁଲ: ଗତ ମାସରେ ତାଲିବାନ କ୍ଷମତାକୁ ଆସିବା ପରେ ଆଜି ପ୍ରଥମ ଥର ପାଇଁ କାବୁଲରୁ ଏକ ଆନ୍ତର୍ଜାତୀୟ ବାଣିଜ୍ୟିକ ବିମାନ ଉଡ଼ାଣ ଆରମ୍ଭ କରିଛି। ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ସୁରକ୍ଷା ଦୃଷ୍ଟିରୁ କାବୁଲ ଏୟାରସ୍ପେସକୁ ବନ୍ଦ କରିଦିଆଯାଇଥିଲା। ଏହା ପରେ ବିଭିନ୍ନ ଦେଶର ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ବାୟୁସେନାର ସ୍ୱତନ୍ତ୍ର ବିମାନ ପଠାଯାଇଥିଲା। ଏବେ ତାଲିବାନ ନିଜର କାମଚଳା ସରକାର ଗଠନ କରିସାରିଥିବା ବେଳେ […]
କାବୁଲରେ ଅବତରଣ କଲା ବାଣିଜ୍ୟିକ ବିମାନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial