ଜାନୁଆରିରୁ ଆରମ୍ଭ ହୋଇପାରେ ଭାରତରେ ଟିକାକରଣ

କରୋନା ଟିକା ପାଇଁ ଟାସ୍କଫୋର୍ସ

ଅକ୍ଟୋବର ସୁଦ୍ଧା ପ୍ରକ୍ରିୟା ସରିବା ଆଶା

ନୂଆଦିଲ୍ଲୀ : କରୋନା ମୁକାବିଲା ପାଇଁ ଭାରତ ସବୁସ୍ତରରେ ପ୍ରୟାସ ଜାରି ରଖିଛି ଏବଂ ଦେଶରେ ତିଆରି ଚାଲିଥିବା କୋଭିଡ୍‌ ଟିକାର ଅଗ୍ରଗତିକୁ ଦୃଷ୍ଟିରେ ରଖି ଗଣ ଟିକାକରଣ ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ବିଶ୍ବର ସବୁଠାରୁ ବଡ଼ ଟିକା ନିର୍ମାତା ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର ସିଇଓ ଆଦର ପୁନାୱାଲା କହିଛନ୍ତି ଯେ ଜାନୁଆରିୁ ଭାରତରେ ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଯିବା ଆଶା କରାଯାଉଛି। ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଏବେ ଅକ୍ସଫୋର୍ଡ-ଅଷ୍ଟ୍ରାଜେନେକା ଟିକା ତିଆରି ପ୍ରକ୍ରିୟା ଜାରି ରଖିଛି ଏବଂ ଚଳିତ ମାସ ଶେଷ ସୁଦ୍ଧା ଏହି ଟିକାର ଜରୁରୀ ବ୍ୟବହାର ପାଇଁ ସରକାର ମଂଜୁରି ଦେଇପାରନ୍ତି। ଜାନୁଆରିରୁ ଦେଶରେ ଟିକାକରଣ ଯଦି ଆରମ୍ଭ ହୁଏ ତା’ହେଲେ ଅକ୍ଟୋବର ୨୦୨୧ ସୁଦ୍ଧା ଏହି ପ୍ରକ୍ରିୟା ସରିବ ଏବଂ ଦେଶରେ ସ୍ବାଭାବିକ ପରିସ୍ଥିତି ଫେରିବ ବୋଲି ପୁନାୱାଲା କହିଛନ୍ତି। ସୂଚନାଯୋଗ୍ୟ, କୋଭିଡ୍‌ ଟିକାର ଜରୁରୀ ବ୍ୟବହାର ପାଇଁ ଅନୁମତି ଦେବାକୁ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଏବଂ ଭାରତ ବାୟୋଟେକ୍‌ ସରକାରଙ୍କ ଅନୁମୋଦନ ଲୋଡ଼ିଛନ୍ତି। ପୁନାୱାଲା କହିଛନ୍ତି ଦେଶରେ ପ୍ରଥମେ ୨୦ ପ୍ରତିଶତ ଲୋକଙ୍କୁ କୋଭିଡ୍‌ ଟିକା ପ୍ରଦାନ ପ୍ରକ୍ରିୟା ସଂପୂର୍ଣ୍ଣ ହୋଇଗଲେ ଏ କ୍ଷେତ୍ରରେ ବଡ଼ ଆଶ୍ବସ୍ତି ମିଳିବ ଏବଂ ପରବର୍ତ୍ତୀ ପର୍ଯ୍ୟାୟଗୁଡ଼ିକ ତ୍ବରାନ୍ବିତ ହେବ। ସିରମ୍‌ର କୋଭିସିଲ୍‌ଡ ଟିକାର ପରିବହନ ଓ ସଂରକ୍ଷଣରେ ବିଶେଷ ଅସୁବିଧା ନଥିବା ବେଳେ ଭାରତ ବାୟୋଟେକ ଟିକା ମଧ୍ୟ ପ୍ରାୟ ସମାନ ସ୍ଥିତିରେ ରହିଛି। ଭାରତରେ ଟିକା ଦୌଡ଼ରେ ସିରମ୍‌ର କୋଭିସିଲ୍‌ଡ ଟିକା ଏବଂ ଭାରତ ବାୟୋଟେକ୍‌ର କୋଭାକ୍ସିନ୍‌ ଟିକା ଅଗ୍ରଣୀ ରହିଛି।

Share Now:

Kalinga News Beuro

Next Post

ନିଜ ରେକର୍ଡ ଭାଙ୍ଗୁଛନ୍ତି ଡି’ ବ୍ରଦର୍ସ

Mon Dec 14 , 2020
୧୦ ବର୍ଷ ତଳେ ଭୁବନେଶ୍ବରରୁ ବି ମିଳିଥିଲା ୯ମାଉଜର, ୭୫୦ ଗୁଳି ଭୁବନେଶ୍ୱର : କେବଳ ଟେଣ୍ଡର୍‌ ଫିକ୍ସିଂ, ହତ୍ୟା, ଅପହରଣ, ଦାଦାବଟି ନୁହେଁ, ବନ୍ଧୁକ କାରବାରରେ ବି ବେଶ୍ ସକ୍ରିୟ ଡି’ ବ୍ରଦର୍ସ ସୁଶାନ୍ତ ଧଳସାମନ୍ତ ଓ ସୁଶୀଲ ଧଳସାମନ୍ତ। ଜେଲ୍‌ ଭିତରେ ଥାଇ ମଧ୍ୟ ସେମାନଙ୍କ ମର୍କତନଗରସ୍ଥିତ ଘରୁ ଠାବ ହୋଇଛି ଅସ୍ତ୍ରଶସ୍ତ୍ରର ଭଣ୍ଡାର। ଏକାଥରକେ ୧୬ଟି ମାଉଜର୍‌ ଓ ୧୦୯୫ ଗୁଳି ଜବତ ହୋଇଛି। କୌଣସି […]
ନିଜ ରେକର୍ଡ ଭାଙ୍ଗୁଛନ୍ତି ଡି’ ବ୍ରଦର୍ସ-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial