ଆନନ୍ଦପୁର: ବାହାରେ ସଟର୍‌ ଭିତରେ ରଜ ଓ ସାବିତ୍ରୀପାଇଁ ଚାଲିଥିଲା ବେପାର। ଖବର ପାଇ ପୁଲିସ ଓ ପ୍ରାଶାସନିକ ଅଧିକାରୀ ପହଞ୍ଚି ଦୋକାନ ସିଲ୍‌ କରିବା ସହ ଲକ୍ଷେ ଟଙ୍କା ଜରିମାନା କରିଛନ୍ତି। ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘସିପୁରା ଅଞ୍ଚଳରେ। ପ୍ରାପ୍ତ ସୂଚନା ଅନୁସାରେ, ଘସିପୁରାରେ ଖୋଲିଥିବା ରାଜମନ୍ଦିର ଫେସନ ନାମକ ଏକ ପୋଷାକ ସୋରୁମ୍‌ର ସଟର୍‌ ବନ୍ଦ ଥିବାବେଳେ ଭିତରେ ଦୁଇଶହରୁ ଊର୍ଦ୍ଧ୍ବ ଲୋକ ପଶି […]

ଭୁବନେଶ୍ବର: ଲକ୍‌ଡାଉନ୍‌ ଲାଗୁ ହେବାଠାରୁ ରାଜଧାନୀରେ ହଜାର ହଜାର ଟ୍ରକ୍‌ କାମ ନପାଇ ଅଚଳ ହୋଇ ପଡ଼ିଛି। ନିର୍ମାଣ କାମ ଓ ପରିବହନ ବ୍ୟବସ୍ଥା ଏକପ୍ରକାର ଠପ୍‌ ହୋଇଯାଇଥିବାରୁ ଉଭୟ ମାଲିକ ଓ କର୍ମଚାରୀମାନେ ରୋଜଗାର ହରାଇଛନ୍ତି। ନିଜ ପରିବାର ଗୁଜୁରାଣ, କର୍ମଚାରୀଙ୍କୁ ଦରମା ଓ ଋଣ କିସ୍ତି ଭଳି ବୋଝ ପାଇଁ ଟ୍ରକ୍‌ ମାଲିକମାନେ ଚିନ୍ତାରେ ପଡ଼ିଛନ୍ତି। ରାଜଧାନୀରେ ଚଳାଚଳ କରୁଥିବା ୩ ହଜାର ଟ୍ରକ୍‌ ଓ ମିନିଟ୍ରକ […]

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ତେଲ କମ୍ପାନୀଗୁଡ଼ିକ ନିୟମିତ ବ୍ୟବଧାନରେ ପେଟ୍ରୋଲ୍ ଓ ଡିଜେଲ୍ ଦାମ୍ ବଢ଼ାଉଛନ୍ତି। ଏହାର ପ୍ରଭାବରେ ଗତ ଦୁଇ ସପ୍ତାହ ଭିତରେ ପେଟ୍ରୋଲ୍‌ ଦାମ୍ ୨ ଟଙ୍କା ୩୦ ପଇସା ବଢ଼ିଥିବା ବେଳେ ଡିଜେଲ୍ ୨ ଟଙ୍କା ୬୦ ପଇସା ମହଙ୍ଗା ହୋଇଛି। ଆଜି ତେଲ କମ୍ପାନୀଗୁଡ଼ିକ ପେଟ୍ରୋଲ୍‌ ଦାମ୍ ୨୭ ପଇସା ଓ ଡିଜେଲ୍ ଦର ୨୯ ପଇସା […]

ବାଲିପାଟଣା: ପୁଲିସ ଜୁଲମ ପ୍ରତିବାଦରେ ରାସ୍ତାରେ ପରିବା ଢାଳିଲେ ଚାଷୀ। ଅଠାନ୍ତର ବନମାଳୀପୁର ରାସ୍ତା ଅବରୋଧ କଲେ ଲୋକେ। ବାଲିପାଟଣା ଧାନହରା ସାପ୍ତାହିକ ହାଟରେ କିଛି ବ୍ୟବସାୟୀ ସାମାଜିକ ନିୟମ ଉଲ୍ଲଘଂନ କରିଥିଲେ। ବାଲିପାଟଣା ଥାନା ପୁଲିସ ସେମାନଙ୍କୁ ତାଗିଦ କରିବା ସହ ପନିପରିବା ଫୋପଡ଼ା ଫିଙ୍ଗା କରିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏହାକୁ ପ୍ରତିବାଦ କରି ଚାଷୀମାନେ ଅଠାନ୍ତର-ବନମାଳିପୁର ରାସ୍ତା ଧାନହରା ଛକରେ ପନିପରିବା ରଖି ରାସ୍ତାରୋକ କରିଛନ୍ତି।

ଭୁବନେଶ୍ବର: ଭାରତରେ ଜୀବନ ବୀମାକୁ ନେଇ ସଚେତନତା ନିମ୍ନ ସ୍ତରରେ ରହିଛି। ସେଥିପାଇଁ ଅନେକ ଲୋକ ନିଜର ଜୀବନବୀମା କରାଇବାକୁ ଆଗ୍ରହ ଦେଖାଉନାହାନ୍ତି। କିନ୍ତୁ ଏବେ କୋଭିଡ୍ ମହାମାରୀ ସମୟରେ ଅନେକ ଲୋକଙ୍କ ଅସମୟରେ ଦେହାନ୍ତ ହେଉଛି। କେବଳ କୋଭିଡ୍ କାହିଁକି ଦୁର୍ଘଟଣା ଏବଂ ଅନ୍ୟାନ୍ୟ କାରଣ ଯୋଗୁଁ ମଧ୍ୟ ଗୃହର ପ୍ରମୁଖ ଆୟକାରୀ ସଦସ୍ୟଙ୍କ ମୃତ୍ୟୁ ହେଉଛି। ‌ତାଙ୍କ ନାମରେ କିଛି ଜୀବନ ବୀମା ଅଛି ନା ନାହିଁ […]

ଭୁବନେଶ୍ବର: କରୋନାର ଦ୍ରୁତ ସଂକ୍ରମଣ ଯୋଗୁଁ ବୁଧବାରରୁ ଲକ୍‌ଡାଉନ୍ ‌ଘୋଷଣା କରିଛନ୍ତି ସରକାର। ଗତ ଏପ୍ରିଲ ମାସ ସାରା ମଧ୍ୟ ସଟ୍‌ଡାଉନ୍ ଓ ଅନ୍ୟାନ୍ୟ କଟକଣା ଯୋଗୁଁ ବସ୍ରେ ଯାତ୍ରୀ ହୋଇନାହାନ୍ତି। ତେଣୁ ଏପ୍ରିଲ, ମେ, ଜୁନ ତିନି ମାସର ଟିକସ ଛାଡ଼, ବସ କିସ୍ତିର ଇଏମ୍‌ଆଇ ଅବଧି ୩ ମାସ ପର୍ଯ୍ୟନ୍ତ ବୃଦ୍ଧି, ବସ ବୀମା ପ୍ରଦାନ ଅବଧି ବୃଦ୍ଧି ଏବଂ ବସ୍‌ ବ୍ୟବସାୟ ସହ ସଂପୃକ୍ତ ୨ […]

ଭୁବନେଶ୍ବର: ରାଜ୍ୟରେ ଏବେ କରୋନା ଅତ୍ୟାବଶ୍ୟକ ସାମଗ୍ରୀର ବେଆଇନ ମହଜୁଦ ଓ କଳାବଜାରୀ ବିରୋଧରେ ଅଭିଯାନ ଆରମ୍ଭ ହୋଇଛି। ଏନେଇ ଫ୍ଲାଇଙ୍ଗ୍ ସ୍କ୍କାର୍ଡ ଗଠନ କରାଯାଇଛି। ଫ୍ଲାଇଙ୍ଗ୍ ସ୍କ୍ୱାର୍ଡରେ ଡ୍ରଗ୍ ଇନ୍ସପେକ୍ଟର, କ୍ରାଇମ ବ୍ରାଞ୍ଚର ଅଧିକାରୀ, ସ୍ପେଶାଲ୍ ଟାସ୍କ ଫୋର୍ସ ଏବଂ ସ୍ଥାନୀୟ ପୁଲିସ ରହିଛନ୍ତି। ଏହି ସ୍କ୍କାର୍ଡ ଗତ ୨୪ଘଣ୍ଟା ମଧ୍ୟରେ ଚାନ୍ଦନୀ ଚୌକ୍, କଟକରେ ଥିବା ବିଭିନ୍ନ ଫାର୍ମାସ୍ୟୁଟିକାଲ୍ ସଂସ୍ଥାରେ ଯାଞ୍ଚ କରିଥିବା ଜଣାପଡ଼ିଛି। ଏହା ସହ […]

ମୁମ୍ବାଇ : ଆଜି ରିଜର୍ଭ ବ୍ୟାଙ୍କ ଦ୍ୱାରା ଘୋଷିତ ମୁଦ୍ରାନୀତି ସମୀକ୍ଷାରେ ସୁଧହାର ଅପରିବର୍ତ୍ତିତ ରଖାଯିବା ସହ ଆଉ କେତେକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରାଯାଇଛି। ତାହା ମଧ୍ୟରେ ରହିଛି ପେମେଣ୍ଟ ବ୍ୟାଙ୍କ ଖାତା ବା ଡିଜିଟାଲ ୱାଲେଟର ସର୍ବାଧିକ ବାଲାନ୍ସ ରାଶି ବୃଦ୍ଧି ଓ ଅଣବ୍ୟାଙ୍କିଙ୍ଗ୍ ପେମେଣ୍ଟ ସଂସ୍ଥାମାନଙ୍କୁ ଆରଟିଜିଏସ ଓ ଏନଇଏଫଟି ସେବା ପ୍ରଦାନ ପାଇଁ ଅନୁମତି। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଘୋଷଣା ଅନୁସାରେ ଗ୍ରାହକମାନେ […]

ରାୟ ଆସିବା ପରେ ଦାବି କରିପାରିବେନି ଲଟେରି ବିଜେତା ଭୁବନେଶ୍ୱର : ରାଜ୍ୟରେ ମଦ ବ୍ୟବସାୟକୁ ବ୍ୟବସ୍ଥିତ କରିବା ଉଦ୍ଦେଶ୍ୟରେ ହୋଇଥିବା ଲଟେରି ବ୍ୟବସ୍ଥାକୁ ଝଟ୍‌କା ଲାଗିଛି। ସରକାର ଲଟେରି ବ୍ୟବସ୍ଥାରେ ନୂଆ ବ୍ୟବସାୟୀଙ୍କୁ ଚିହ୍ନଟ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ କରିବା ପରେ ମଦ ବ୍ୟବସାୟୀ ସଂଘ ସୁପ୍ରିମକୋର୍ଟ ଯାଇଥିଲା। ଆବେଦନର ବିଚାର କରି ସୁପ୍ରିମକୋର୍ଟ ଆଦେଶ ଦେଇଛନ୍ତି କି ଏହି ଆବେଦନର ରାୟ ଆବେଦନକାରୀଙ୍କ ସପକ୍ଷରେ ଗଲେ […]

ଏସ୍‌ଏଚ୍‌ଜିଙ୍କ ବଦଳରେ କିନ୍ନର ଆଦାୟ କରିବେ ଟ୍ୟାକ୍ସ ଭୁବନେଶ୍ବର : ଏଣିକି ରାଜଧାନୀବାସୀଙ୍କଠାରୁ ପୁରୁଣା ଦରରେ ହୋଲ୍ଡିଂ ଟ୍ୟାକ୍ସ ଆଦାୟ କରାଯିବ। ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ନୂତନ ହୋଲ୍ଡିଂ ଟ୍ୟାକ୍ସ ଲାଗୁ ଉପରେ ସ୍ଥଗିତାଦେଶ ଲାଗୁ ହେବା ପରେ ବିଏମ୍‌ସି ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ତେବେ ଯେଉଁ ବଡ଼ ଖିଲାପକାରୀ (ବାଣିଜ୍ୟିକ ପ୍ରତିଷ୍ଠାନ/ଅନୁଷ୍ଠାନ) ରହିଛନ୍ତି, ସେମାନଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ଯେଉଁମାନଙ୍କର […]

Social media & sharing icons powered by UltimatelySocial