ମଦ ଦୋକାନ ଲଟେରି ପ୍ରସଙ୍ଗ : ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଝଟ୍‌କା

ମଦ ଦୋକାନ ଲଟେରି ପ୍ରସଙ୍ଗ

ରାୟ ଆସିବା ପରେ ଦାବି କରିପାରିବେନି ଲଟେରି ବିଜେତା

ଭୁବନେଶ୍ୱର : ରାଜ୍ୟରେ ମଦ ବ୍ୟବସାୟକୁ ବ୍ୟବସ୍ଥିତ କରିବା ଉଦ୍ଦେଶ୍ୟରେ ହୋଇଥିବା ଲଟେରି ବ୍ୟବସ୍ଥାକୁ ଝଟ୍‌କା ଲାଗିଛି। ସରକାର ଲଟେରି ବ୍ୟବସ୍ଥାରେ ନୂଆ ବ୍ୟବସାୟୀଙ୍କୁ ଚିହ୍ନଟ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ କରିବା ପରେ ମଦ ବ୍ୟବସାୟୀ ସଂଘ ସୁପ୍ରିମକୋର୍ଟ ଯାଇଥିଲା। ଆବେଦନର ବିଚାର କରି ସୁପ୍ରିମକୋର୍ଟ ଆଦେଶ ଦେଇଛନ୍ତି କି ଏହି ଆବେଦନର ରାୟ ଆବେଦନକାରୀଙ୍କ ସପକ୍ଷରେ ଗଲେ ଲଟେରି ପାଇଥିବା ବ୍ୟକ୍ତିର କୌଣସି ଦାବି ବୈଧ ହେବ ନାହିଁ। ଏଥିପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ବିଜ୍ଞପ୍ତି କରନ୍ତୁ। ଏହି ମାମଲାର ଶୁଣାଣି ଆସନ୍ତା ଏପ୍ରିଲ ୮ ତାରିଖରେ ହେବ। ଶୁଣାଣି ପୂର୍ବରୁ ସରକାର ଏନେଇ ବିଜ୍ଞପ୍ତି ପ୍ରକାଶ କରିବାକୁ ଆଦେଶ ହୋଇଛି। ୧୫ ବର୍ଷରୁ ଉର୍ଦ୍ଧ୍ବ କାଳ ଧରି ମଦ ଦୋକାନଗୁଡ଼ିକର ଲାଇସନେ୍ସକୁ ୧୦ ପ୍ରତିଶତ ବର୍ଦ୍ଧିତ ଦରରେ ନବୀକରଣ କରାଯାଉଥିବା ବେଳେ ସରକାର ଚଳିତ ବର୍ଷ ନୂଆ ବ୍ୟବସାୟୀଙ୍କୁ ସୁଯୋଗ ଦେବାକୁ ଚାହିଥିଲେ। ରାଜ୍ୟରେ ଥିବା ସମସ୍ତ ବିଦେଶୀ ଠିପି ବନ୍ଦ ଓ ଦେଶୀ ମଦ ଦୋକାନଗୁଡ଼ିକର ଲାଇସନେ୍ସକୁ ଲଟେରି କରି ନବୀକରଣ କରିବାକୁ ସରକାର ନିଷ୍ପତ୍ତି ନେବା ପରେ ଜିଲ୍ଲାପାଳଙ୍କ ଜରିଆରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଫଳରେ ମଦ ବ୍ୟବସାୟରେ ରହିଥିବା ବଂଶାନୁକ୍ରମିକ ପରମ୍ପରା ଭଙ୍ଗ ହେବା ନେଇ ସମ୍ଭାବନା ସୃଷ୍ଟି ହୋଇଥିଲା। ହେଲେ ମଦ ବ୍ୟବସାୟୀ ସଂଘ ସୁପ୍ରିମକୋର୍ଟ ଯିବା ପରେ ଏହି ସମ୍ଭାବନା ଏବେ ମଉଳି ଯାଇଛି। ଉଲ୍ଲେଖଯୋଗ୍ୟ, ରାଜ୍ୟରେ ୧୧୫୯ଟି ବିଦେଶୀ ଠିପି ବନ୍ଦ ମଦ ଦୋକାନ ଓ ୨୪୨ଟି ଦେଶୀ ମଦ ଦୋକାନ ରହିଛି। ଏହି ସବୁ ମଦ ଦୋକାନଗୁଡ଼ିକର ଲାଇସନେ୍ସ ନବୀକରଣ ଲଟେରି ଜରିଆରେ କରିବାକୁ ଯୋଜନା କରିଥିଲେ।

Share Now:

Kalinga News Beuro

Next Post

ପୋଲ ପାଇଁ ନଦୀକୁ ଶୁଖାଇଦେଲେ: କଲ୍ୟାଣସିଂହପୁର ଅଞ୍ଚଳର ଜୀବନ ଓ ଜୀବିକା ପ୍ରଭାବିତ

Mon Mar 29 , 2021
କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ଚିରସ୍ରୋତା ଭାବେ ପରିଚିତ କଲ୍ୟାଣୀ ନଦୀ। କିନ୍ତୁ ଉନ୍ନୟନ ପ୍ରକଳ୍ପ ପାଇଁ ଏବେ ଏହି ନଦୀ ଶୁଖିବାରେ ଲାଗିଛି। ଯାହାର ସିଧାସଳଖ ପ୍ରଭାବ ଜଳଚର ପ୍ରାଣୀଙ୍କ ସହ ନଦୀ ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ ଆଖାପାଖ ଗାଁର ଲୋକଙ୍କ ଉପରେ ପଡ଼ିଛି। ଏପରିକି ବହୁ ଲୋକଙ୍କ ଜୀବିକା ଉଜୁଡ଼ି ଯିବାର ଆଶଙ୍କା ପ୍ରକାଶ ପାଇଛି। ପ୍ରଚଣ୍ଡ ଗ୍ରୀଷ୍ମରେ ବି କଲ୍ୟାଣୀ ନଦୀ କେବେ […]
ପୋଲ ପାଇଁ କଲ୍ୟାଣୀ ନଦୀକୁ ଶୁଖାଇଦେଲେ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial