ଭୁବନେଶ୍ୱର: ଜାଗର ଯାତ୍ରା ପାଇଁ ଫୁଲ ବଜାରରେ ଦର ଆକାଶ ଛୁଇଁଛି। ମହାଦେବଙ୍କ ପ୍ରିୟ ଫୁଲ ସବୁ ଚଢ଼ା ଦରରେ ବିକ୍ରି ହେଉଛି। କେତକୀ ଫୁଲ ଗୋଟା ୧୫ଶହ ଟଙ୍କାରେ ବିକ୍ରି ହେଉଥିବାବେଳେ କିଆ ଫୁଲ ଗୋଟା ୫ ଶହ ଟଙ୍କା ପଡ଼ୁଛି। ଏହି ଦୁଇ ଫୁଲ ବଜାରକୁ କମ୍ ପରିମାଣରେ ଆସିଥିବାରୁ ଦର ଏମିତି ଆକାଶଛୁଆଁ ହୋଇଥିବା ଫୁଲ ବେପାରୀମାନେ କହିଛନ୍ତି। ପ୍ରଭୁ ଲିଙ୍ଗରାଜଙ୍କ ପ୍ରିୟ ଫୁଲ ହେଉଛି […]

ଭୁବନେଶ୍ବର: ବରମୁଣ୍ଡା ନିକଟସ୍ଥ ହାଇୱେ ସର୍ଭିସିଂ ସେଣ୍ଟର୍‌ ପେଟ୍ରୋଲ୍ ପମ୍ପରେ ତେଲ ଅପମିଶ୍ରଣ ନେଇ ଅଭିଯୋଗ ହେବା ପରେ ଆଜି ଯୋଗାଣ ବିଭାଗ ଓ ଭରତପୁର ପୁଲିସ୍ ପେଟ୍ରୋଲ ପମ୍ପ୍‌ରୁ ଉଭୟ ପେଟ୍ରୋଲ୍ ଓ ଡିଜେଲ୍‌ର ନମୁନା ସଂଗ୍ରହ କରିଛି। ପମ୍ପରେ ଥିବା ୬ଟି ଟାଙ୍କିରୁ ପେଟ୍ରୋଲ୍ ଓ ଡିଜେଲ୍‌ର ପ୍ରାୟ ୨୦ରୁ ଅଧିକ ନମୁନା ସଂଗ୍ରହ କରାଯାଇ ଆଲୁମିନିୟମ୍ ବାକ୍ସରେ ରସୁଲଗଡ଼ସ୍ଥିତ ଲ୍ୟାବ୍‌କୁ ପରୀକ୍ଷଣ ପାଇଁ ନିଆଯାଇଛି। ସେହିଭଳି […]

ଭୁବନେଶ୍ବର : କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ଏକ ଖୁସି ଖବର। ପ୍ରତିଷ୍ଠା ହେବ ଏକ ଷ୍ଟିଲ ପ୍ଲାଣ୍ଟ। ବିଶ୍ବର ବୃହତ୍ତମ ଷ୍ଟିଲ କମ୍ପାନି ଆର୍ସେଲର ମିତ୍ତଲ-ନିପ୍ପନ ଷ୍ଟିଲ ଓଡ଼ିଶା ସରକାରଙ୍କ ସହ ଏମଓୟୁ କରିଛି। ଏହି ଷ୍ଟିଲ ପ୍ଲାଣ୍ଟର କ୍ଷମତା ବାର୍ଷିକ ୧୨ ନିୟୁତ ଟନ ବିଶିଷ୍ଟ ହେବ ଓ ଏହି ପ୍ରକଳ୍ପରେ କମ୍ପାନି ପ୍ରାୟ ୫୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ କରିବ। ଆଜି ଲୋକସଭା ଭବନର ସମ୍ମିଳନୀ […]

ଭୁବନେଶ୍ବର/କଟକ : ସର୍ବଭାରତୀୟ ବ୍ୟବସାୟୀ ମହାସଂଘ ପକ୍ଷରୁ ଆଜି ‘ଭାରତ ବନ୍ଦ’ ଡାକରା ଦିଆଯାଇଥିବା ବେଳେ ରାଜ୍ୟରେ କେବଳ ବ୍ୟାବସାୟିକ ପ୍ରତିଷ୍ଠାନ, ଦୋକାନ ବଜାର ବନ୍ଦ ରହିବ। ତେବେ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଖୋଲା ରହିବା ସହିତ ଯାନବାହାନ ଚଳାଚଳ ମଧ୍ୟ ସ୍ବାଭାବିକ ରହିବ ବୋଲି ଜଣାପଡ଼ିଛି। ଜିଏସ୍‌ଟି ସରଳୀକରଣ, ଇ-କମର୍ସ ବ୍ୟବସାୟୀଙ୍କ ବିସ୍ତାରବାଦ ନୀତି ଉପରେ ସରକାରୀ ନିୟନ୍ତ୍ରଣ ଓ ଖାଦ୍ୟ ନିରାପତ୍ତାମାନ (ଏଫ୍‌ଏସ୍‌ଏସ୍‌ଆଇ) ଆଇନରେ […]

ଟେଲିକମ୍‌ ସଂସ୍ଥାଙ୍କୁ ବିଏମ୍‌ସିର ଅନୁକମ୍ପା ଭୁବନେଶ୍ବର : ରାଜଧାନୀରେ ଯେଉଁଠି ଆଖି ପଡ଼ିବ ସେଠାରେ ମାଳମାଳ ମୋବାଇଲ୍‌ ଟାୱାର। କେଉଁଠି ଖୋଲା ଜାଗାରେ ତ କେଉଁଠି ଛାତ ଉପରେ। ଏମିତି ରାଜଧାନୀରେ ପ୍ରାୟ ୫୯୩ଟି ମୋବାଇଲ୍‌ ଟାୱାର ବସିଛି। ହେଲେ ବିଏମ୍‌ସି ଏଥିରୁ ଯେତିକି ରାଜସ୍ବ ଆଦାୟ କରିବା କଥା କରୁନି। ଫଳରେ ବର୍ଷକୁ କୋଟି କୋଟି ରାଜସ୍ବ ହରାଉଛି। ଏପରିକି ଯେଉଁ ଘରର ଛାତ ଉପରେ ମୋବାଇଲ୍‌ ଟାୱାର […]

ଭୁବନେଶ୍ବର: ଗୋଳମାଳିଆ ଜିଏସଟି ବ୍ୟବସ୍ଥା ଓ ଜିଏସଟି ଅଧିକାରୀଙ୍କ ଏକଚାଟିଆ ମନୋଭାବକୁ ବିରୋଧ କରି ସର୍ବଭାରତୀୟ ବ୍ୟବସାୟୀ ମହାସଂଘ ବା ସିଏଆଇଟି ଚଳିତ ମାସ ୨୬ ତାରିଖରେ ଭାରତବନ୍ଦ ଡାକରା ଦେଇଛି। ସିଏଆଇଟି ସୂଚନା ଦେଇଛି କି ଏହି ଭାରତବନ୍ଦକୁ ଦେଶର ୪୦ ହଜାରରୁ ଅଧିକ ବ୍ୟାବସାୟିକ ସଂସ୍ଥା ସମର୍ଥନ ଜଣାଇଛନ୍ତି। ସଂଘ ପକ୍ଷରୁ କୁହାଯାଇଛି କି ସମଗ୍ର ଦେଶରେ ଥିବା ସିଏଆଇଟିର ପ୍ରତିନିଧିମାନେ ଭାରତବନ୍ଦକୁ ସଫଳ କରିବାକୁ ସୂଚୀ […]

ଭୁବନେଶ୍ବର: ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ କାର୍ଯ୍ୟାଳୟ ପରିସରରେ ଆସନ୍ତା ୧୯ ତାରିଖରେ ଖଦି ପ୍ରଦର୍ଶନୀ ଉଦ୍‌ଘାଟନ ହେବ। ୧୯ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଏହି ପ୍ରଦର୍ଶନୀ ଚାଲିବ। ଏଥିରେ ୬୦ଟି ଷ୍ଟଲ୍‌ ପଡ଼ିବ ଓ ରାଜ୍ୟର ବିଭିନ୍ନ ସମିତି ତଥା ଗୋଷ୍ଠୀ ଜରିଆରେ ଉତ୍ପାଦନ ହେଉଥିବା ସାମଗ୍ରୀ ବିକ୍ରି ହେବ। ଗତକାଲି ବୋର୍ଡ ସଭାପତି ସଂଗ୍ରାମ କେଶରୀ ପାଇକରାୟ ଏକ ସମ୍ବାଦିକ ସମ୍ମିଳନୀରେ ଏହି ସୂଚନା […]

ନୂଆଦିଲ୍ଲୀ: ଦେଶର ଗୃହିଣୀଙ୍କୁ ମହଙ୍ଗା ମାଡ଼। ପୁଣି ଥରେ ବଢ଼ିଛି ଅଣ ସବସିଡିଯୁକ୍ତ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ। ସମସ୍ତ ମେଟ୍ରୋ ସହରରେ ଅଣ ସବସିଡିଯୁକ୍ତ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ୨୫ଟଙ୍କା ବୃଦ୍ଧି ପାଇଛି। ଏହା ସହ ସରକାର ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ୟୁନିଟ୍ ପିଛା ୧୮୪ଟଙ୍କା ବୃଦ୍ଧି କରିଛନ୍ତି। ଦର ବୃଦ୍ଧି ପରେ ଦିଲ୍ଲୀ ଏବଂ ମୁମ୍ବାଇରେ ୧୪.୨ କିଲୋଗ୍ରାମ ସିଲିଣ୍ଡର ପିଛା ଏଲପିଜି ମୂଲ୍ୟ ୭୧୯ଟଙ୍କାକୁ […]

ଭୁବନେଶ୍ବର: ଆସନ୍ତା ୨୧ତାରିଖରୁ ପଞ୍ଚଦଶ ତୋଷାଳି ମେଳା ଅନୁଷ୍ଠିତ ହେବ। ଜନତା ମଇଦାନରେ ହେବାକୁ ଥିବା‌ ଏହି ମେଳା ଫେବୃଆରୀ ୫ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ଉନ୍ନୟନ କମିସନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଆନ୍ତଃବିଭାଗୀୟ ସମନ୍ୱୟ ବୈଠକ ଆୟୋଜିତ ହୋଇଥିଲା। କୋଭିଡ୍‌ ନିୟମକୁ ଅନୁପାଳନ କରାଯିବା ସହ ସାମାଜିକ ଦୂରତା ରକ୍ଷା କରି ମେଳା ଆୟୋଜନ କରିବା ଉପରେ […]

ୱେବ୍‌ସାଇଟ୍‌ରେ ଅଛି ୧୦୪ ଅନୁମୋଦିତ ପ୍ଲାନ୍‌ ଭୁବନେଶ୍ବର : ଲୋ-ରିସ୍କ କୋଠା ପାଇଁ ଆଉ ବିଲ୍‌ଡିଂ ପ୍ଲାନ୍‌ ମଂଜୁରିର ଆବଶ୍ୟକତା ପଡ଼ିବ ନାହିଁ। ସର୍ବାଧିକ ୧୦ ମିଟର ଉଚ୍ଚତା ବିଶିଷ୍ଟ କୋଠା ନିର୍ମାଣ ପାଇଁ ପ୍ଲାନ୍‌ ମଂଜୁରି ଦରକାର ନାହିଁ। ବିଡିଏ ୱେବ୍‌ସାଇଟ୍‌ରେ ୧୦୪ଟି ଅନୁମୋଦିତ ବିଲ୍‌ଡିଂ ପ୍ଲାନ୍‌ ରହିଛି। ଏଥିରୁ ଘର ମାଲିକ ମନ ପସନ୍ଦର ପ୍ଲାନ୍‌ ଚୟନ କରିପାରି‌ବେ। ବିଡିଏ, ବିଏମ୍‌ସି ଓ ହାଉସିଂ ବୋର୍ଡର ଅନୁମୋଦନ […]

Social media & sharing icons powered by UltimatelySocial