ନୂଆଦିଲ୍ଲୀ: ଅବିଭକ୍ତ ହିନ୍ଦୁ ପରିବାର ସମ୍ପତ୍ତିରେ ଝିଅମାନଙ୍କର ସମାନ ଦାୟାଦ ଅଧିକାର ରହିଛି ବୋଲି ଆଜି ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଏପରିକି ହିନ୍ଦୁ ଉତ୍ତରାଧିକାର ଆଇନ-୧୯୫୬ର ୨୦୦୫ ମସିହା ସଂଶୋଧନ ପୂର୍ବରୁ ସେମାନେ ଜନ୍ମ ହୋଇଥିଲେ ମଧ୍ୟ ପିତା ଥାଆନ୍ତୁ ବା ନ ଥାଆନ୍ତୁ, ଝିଅମାନଙ୍କର ପୈତୃକ ସମ୍ପତ୍ତିରେ ପୁଅଙ୍କ ଭଳି ସମାନ ଅଧିକାର ରହିଛି ବୋଲି ଜଷ୍ଟିସ ଅରୁଣ ମିଶ୍ର, ଜଷ୍ଟିସ ଏସ୍‌ ଅବଦୁଲ ନଜିର […]

‘ଆତ୍ମନିର୍ଭର ଭାରତ’ ଯୋଜନାରେ ହିଁ ତିଆରି ହେବ ସାମରିକ ପରିବହନ ବିମାନ, ତୋପ, ବନ୍ଧୁକ ନୂଆଦିଲ୍ଲୀ: ‘ଆତ୍ମନିର୍ଭର ଭାରତ’ ପଦକ୍ଷେପକୁ ସୁଦୃଢ଼ କରିବାପାଇଁ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ପ୍ରତିରକ୍ଷା ଉପକରଣର ସ୍ବଦେଶୀକରଣକୁ ଅଧିକ ଶକ୍ତିଶାଳୀ କରିବା ନିମନ୍ତେ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ୧୦୧ ଯୁଦ୍ଧାସ୍ତ୍ର ଏବଂ ଏ ବାବଦ ଉପକରଣର ଆମଦାନି ବନ୍ଦ ହେବ। ଏଭଳି ଏକ ନିଷ୍ପତ୍ତିକୁ ଆଜି ଟ୍ବିଟ୍‌ କରି ଘୋଷଣା […]

ଥିରୁଅନନ୍ତପୁରମ୍ : କେରଳରେ ପ୍ରବଳ ବର୍ଷା ପରେ ଇଡ଼ୁକ୍କି ଜିଲ୍ଲାରେ ବଡ଼ ଧରଣର ଭୂସ୍ଖଳନ ହୋଇଛି ଏବଂ ଏଥିରେ ୧୭ ଜଣଙ୍କର ମୃତ୍ୟୁ ଘଟିଛି। ପ୍ରାୟ ୧୬ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିବା ବେଳେ ଆହୁରି ୫୦ରୁ ଅଧିକ ଲୋକଙ୍କ ପତ୍ତା ମିଳୁନି। ସେମାନେ ମାଟି ତଳେ ପୋତି ହୋଇ ରହିଥିବା କୁହାଯାଉଛି। ଭୂସ୍ଖଳନ ଯୋଗୁଁ ୨୦ରୁ ଅଧିକ ଘର ମାଟିରେ ମିଶି ଯାଇଛି। ଆଜି […]

‌ନୂଆଦିଲ୍ଲୀ: ୧୯୧ ଜଣ ଯାତ୍ରୀଙ୍କୁ ନେଇ ଦୁବାଇରୁ ଆସିଥିବା ଏୟାର୍ ଇଣ୍ଡିଆ ଏକ୍ସପ୍ରେସ୍ ବିମାନ ଶୁକ୍ରବାର ସନ୍ଧ୍ୟାରେ କେରଳର କୋଝିକୋଡ଼ ଠାରେ କ୍ରାସ୍‌ ଲ୍ୟାଣ୍ଡିଙ୍ଗ୍ କରିବାରୁ ପାଇଲଟ୍‌ଙ୍କର ମୃତ୍ୟୁ ଘଟିବା ସହ ଯାତ୍ରୀମାନେ ଆହତ ହୋଇଛନ୍ତି। ସନ୍ଧ୍ୟା ପ୍ରାୟ ୭:୪୫ ସମୟରେ ପ୍ରବଳ ବୃଷ୍ଟିପାତ ମଧ୍ୟରେ କାରିପୁର ବିମାନ ବନ୍ଦରରେ ଦୁର୍ଘଟଣା ଘଟିଥିବା କୁହାଯାଉଛି। ବିମାନଟିର ସମୁଖ ଭାଗ ଦୁଇ ଖଣ୍ଡ ହୋଇଯାଇଛି। ବିମାନଟି ରନ୍‌ୱେରୁ ଖସି ନିକଟସ୍ଥ ୩୦ […]

ମୁମ୍ବାଇ: ମୁମ୍ବାଇରେ ଚଳିତ ଋତୁର ରେକର୍ଡ ପରିମାଣରେ ବର୍ଷା ହୋଇଛି। ଗତ ବୁଧବାର ଓ ଗୁରୁବାର ଦୁଇ ଦିନ ଧରି ଭୟଙ୍କର ଲଗାଣ ବର୍ଷା ଫଳରେ ମୁମ୍ବାଇର ଜୀବନଯାତ୍ରା ଠପ୍‌ ହୋଇଯାଇଛି। ସମଗ୍ର ମୁମ୍ବାଇ ସହର ଜଳମଗ୍ନ ହୋ‌ଇ ପଡ଼ିବା ସହିତ ଯାନବାହନ ଚଳାଚଳ ବନ୍ଦ ହୋଇଯାଇଛି। ପ୍ରବଳ ବର୍ଷା ଯୋଗୁଁ ମୁମ୍ବାଇରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ରେଳ ଧାରଣା ଉପରେ ପାଣି ଚାଲୁଥିବାରୁ ଅନେକ ରେଳ ଚଳାଚଳ […]

ନୂଆଦିଲ୍ଲୀ : ଜମ୍ମୁ-କାଶ୍ମୀର ଉପ-ରାଜ୍ୟପାଳ ଗିରୀଶ ଚନ୍ଦ୍ର ମୁର୍ମୁ ଆଜି ଇସ୍ତଫା ଦେଇଥିବା ଜଣାପଡ଼ିଛି। ସେ ତାଙ୍କର ଇସ୍ତଫାପତ୍ର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟକୁ ପଠାଇଥିବା ନିର୍ଭରଯୋଗ୍ୟ ସୂତ୍ରରୁ ପ୍ରକାଶ। ମୁର୍ମୁଙ୍କୁ ପରବର୍ତ୍ତୀ ସିଏଜି (ମହାଲେଖା ନିୟନ୍ତ୍ରକ ଓ ମହା ସମୀକ୍ଷକ) ଭାବେ ଅବସ୍ଥାପିତ କରାଯିବ ବୋଲି ଜଣାପଡ଼ିଛି। ବିଦାୟୀ ସିଏଜି ରାଜୀବ ମହର୍ଷିଙ୍କ ସ୍ଥାନରେ ଗିରିଶ ମୁର୍ମୁଙ୍କୁ ନୂଆ ସିଏଜି କରାଯାଇପାରେ। ତେବେ ରାଷ୍ଟ୍ରପତି ତାଙ୍କର ଇସ୍ତଫାକୁ ଗ୍ରହଣ […]

ଲୋକେ ବଞ୍ଚିଲେ ତ ମନ୍ଦିର ଯିବେ…? ଭୁବନେଶ୍ୱର : ବର୍ତ୍ତମାନ ସାରା ପୃଥିବୀରେ ମହାମାରୀ କରୋନା ତାର କାୟା ବିସ୍ତାର କରିଚାଲିଛି। କେତେ ଯେ ଧନ ଜୀବନ ନଷ୍ଟ ହେବା ସହ ସାଧାରଣ ଜନତାଙ୍କ ଜୀବିକା ଉଜୁଡି ଗଲାଣି ହିସାବ କରିବା କାଠିକର ପାଠ। ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ଭାରତର ଅଯୋଧ୍ୟାଠାରେ ଭଗବାନ ଶ୍ରୀରାମଙ୍କର ଭବ୍ୟ ମନ୍ଦିର ନିର୍ମାଣ କରାଇବା ପାଇଁ ଭୂମି ପୂଜନ ଉତ୍ସବରେ କୋଟି କୋଟି ଟଙ୍କା […]

ନୂଆଦିଲ୍ଲୀ: ଭାରତୀୟ ସେନାରେ ମହିଳା ଅଧିକାରିଣୀମାନଙ୍କୁ ସ୍ଥାୟୀ କମିଶନ ପ୍ରଦାନ କରିବାକୁ କେନ୍ଦ୍ର ସରକାରଙ୍କଠାରୁ ଅନୁମୋଦନ ପତ୍ର ପାଇବା ପରେ ସେନା ମୁଖ୍ୟାଳୟ ପକ୍ଷରୁ ଏଥିନିମନ୍ତେ ମହିଳା ଅଧିକାରିଣୀମାନଙ୍କୁ ବାଛିବା ପାଇଁ ୫ଟି ସ୍ୱତନ୍ତ୍ର ଶ୍ରେଣୀର ସିଲେକ୍ସନ ବୋର୍ଡ ଗଠନ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ ସବିଶେଷ ପ୍ରଶାସନିକ ନିର୍ଦ୍ଦେଶାବଳୀ ସଂପୃକ୍ତ ସମସ୍ତ ପ୍ରଭାବିତ ଅଧିକାରିଣୀଙ୍କୁ ପ୍ରଦାନ କରାଯାଇଛି। ଏହି ନିର୍ଦ୍ଦେଶାବଳୀ ଅନୁସାରେ ସେମାନେ ସେମାନଙ୍କର ଆବେଦନପତ୍ର ବୋର୍ଡ […]

Social media & sharing icons powered by UltimatelySocial