ଭୁବନେଶ୍ବର: ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରୀ ଉପଲକ୍ଷେ ଯାନବାହନ ଚଳାଚଳ ତଥା ପଥଚାରୀଙ୍କ ସୁବିଧା ପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍‌ କଟକଣା ଲାଗୁ କରାଯାଇଛି। ଏହି ସମୟରେ ଯେଭଳି ଜାମ ସ୍ଥିତି ନହୁଏ କିମ୍ବା ଜାମ୍‌କୁ ନେଇ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ, ତାହା ଉପରେ କମିସନରେଟ୍‌ ପୁଲିସ କଡ଼ା ନଜର ରଖିଛି। ରଥରୋଡ୍‌ ଏବଂ ପୁନମାଗେଟ୍‌ ପଟୁ ଲିଙ୍ଗରାଜ ମନ୍ଦିର ଆଡ଼କୁ ଆସୁଥିବା ଗାଡ଼ିଗୁଡ଼ିକ ବଢ଼େଇବାଙ୍କ ଛକ (ସୁନା […]

ଭୁବନେଶ୍ବର : ଆସନ୍ତା ମାର୍ଚ୍ଚ ୧ ତାରିଖରେ ପଡ଼ୁଥିବା ମହାଶିବରାତ୍ରୀ ପାଇଁ ନୀତିନିଘଣ୍ଟ ଚୂଡ଼ାନ୍ତ ହୋଇଛି। ରାତି ୧୦ଟାରେ ମହାଦୀପ ଉଠିବ ବୋଲି ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସୂଚନା ଦେଇଛନ୍ତି। ଆଜି ବସିଥିବା ସମନ୍ବୟ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ଭକ୍ତମାନେ ମନ୍ଦିର ଭିତରେ କୋଭିଡ୍ କଟକଣା ମଧ୍ୟରେ ଦୀପ ଜାଳିପାରିବେ। ତେବେ ଗର୍ଭଗୃହ ଭିତରକୁ ଅନୁମତି ଦିଆଯିବନାହିଁ। କୋଭିଡ୍ […]

ଖଣ୍ଡଗିରି : ବୁଧବାର ପବିତ୍ର ମାଘ ପୂର୍ଣ୍ଣିମା ଅବସରରେ ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳା ଉଦ୍‌ଯାପିତ ହୋଇଯାଇଛି। ଏହି ଅବସରରେ ଦିନ ତମାମ ଭାଗବତ ପାଠ କରାଯାଇଥିଲା। ମନ୍ତ୍ର ଧ୍ବନି ଓ ନାମ ସଂକୀର୍ତ୍ତନରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇଥିଲା। ଯଜ୍ଞକୁଣ୍ଡମାନଙ୍କରୁ ନିଃସୃତ ହୋମ ଧୂଆଁର ମହକରେ ପୂରା ଖଣ୍ଡଗିରି ମହକି ଉଠିଥିଲା। ଶହଶହ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ସାଧୁସନ୍ଥଙ୍କ ସାନ୍ନିଧ୍ୟପ୍ରାପ୍ତି ପାଇଁ ପହଞ୍ଚିଥିଲେ। ସ୍ଥାନୀୟ ସବୁ ମଠରେ ଅନ୍ନ ପ୍ରସାଦ ଓ […]

ପୁରୁଣା ଭୁବନେଶ୍ୱର : ମହାଶିବରାତ୍ରିରେ ଶ୍ରୀଲିଙ୍ଗରାଜ ମନ୍ଦିର ଗର୍ଭଗୃହ ସଫେଇ ନେଇ ବିବାଦ ଉପୁଜିଛି। ଏହାକୁ ନେଇ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଏଏସଆଇ ମୁହାଁମୁହିଁ ହୋଇଛନ୍ତି। ଆସନ୍ତା ମାର୍ଚ୍ଚ ୧ତାରିଖରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରି। ଏପଟେ ଶ୍ରୀଲିଙ୍ଗରାଜ ମନ୍ଦିରରେ ଚାଲିଛି ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ)ର କାର୍ଯ୍ୟ। ତେବେ ଆଜି ଏଏସ୍ଆଇ ଶ୍ରୀଲିଙ୍ଗରାଜ ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ବିଭିନ୍ନ ସେବାୟତଙ୍କୁ ଡାକି ଆଲୋଚନା କରିଛି। ଜାଗର ଦିନ […]

ଖଣ୍ଡଗିରି: କୋଭିଡ୍‌ କଟକଣା ଯୋଗୁଁ ଫିକା ପଡ଼ିଲା ଖଣ୍ଡଗିରିର ମାଘମେଳା। ପୂର୍ବରୁ ଯେଉଁଠି ବିଶ୍ବଶାନ୍ତି ଯଜ୍ଞ ପାଇଁ ଶହଶହ ସଂଖ୍ୟାରେ ସାଧୁଙ୍କ ଆଗମନ ହେଉଥିଲା, ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ମାତ୍ର ୪୦ ଜଣ ଆସିଛନ୍ତି। ମନୋସ୍କାମନା ପୂରଣ ଏବଂ ଆଶୀର୍ବାଦ ଭିକ୍ଷା ପାଇଁ ପୂର୍ବଭଳି ସେମାନଙ୍କ ପାଖକୁ ଭକ୍ତଙ୍କ ଆଗମନ ମଧ୍ୟ ହୋଇନାହିଁ। ହଜାର ହଜାର ସଂଖ୍ୟାରେ ଲୋକ ଅନନ୍ତକେଶରୀଙ୍କ ଆଗମନ ଯାତ୍ରାରେ ସାମିଲ ହେଉଥିଲେ। କିନ୍ତୁ ଚଳିତବର୍ଷ ବି […]

ବିଧିରେ ହେବ ମେଳା, ଯାତ୍ରା, ଦୋକାନ ବଜାର ବନ୍ଦ, ୨ ବର୍ଷରେ ୮ କୋଟି କ୍ଷତି ଖଣ୍ଡଗିରି : ମାସ ମାସ ଧରି ରିହର୍ସାଲ ପରେ ଖଣ୍ଡଗିରି ପଡ଼ିଆରେ ହୋଇଥାଏ ପରୀକ୍ଷା। କେଉଁ ଯାତ୍ରା ପାର୍ଟି କେଉଁ ନୂଆ ନାଟକ ନେଇ ଆସିଲେ, କେମିତି ପ୍ରଦର୍ଶନ କରୁଛନ୍ତି; ତାକୁ ନେଇ ସବୁଠି ଚର୍ଚ୍ଚା, ଆଲୋଚନା ଚାଲେ। ରାଜଧାନୀ ଛାତି ଉପରେ ଯାତ୍ରା ପାର୍ଟିମାନେ ସେମାନଙ୍କର ସଫଳତାର ସାର୍ଟିଫିକେଟ୍‌ ନେଇ ଅବଶିଷ୍ଟ […]

ଭୁବନେଶ୍ବର: ଚଳିତ ବର୍ଷ ମଧ୍ୟ ବନ୍ଦ ହେବ ଖଣ୍ଡଗିରି ମେଳା। କୋଭିଡ୍ କଟକଣା ପାଇଁ ଖଣ୍ଡଗିରି ମେଳା ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ବିଏମସି ଅତିରିକ୍ତ କମିସନର ସୂଚନା ଦେଇଛନ୍ତି। ଜନ ସମାଗମ ଉପରେ ରୋକ୍ ଲାଗିଥିବା କାରଣରୁ ଖଣ୍ଡଗିରି ଯାତ୍ରା ବି ବନ୍ଦ ହୋଇପାରେ ବୋଲି କୁହାଯାଉଛି। ଚଳିତ ବର୍ଷ ଖଣ୍ଡଗିରି ମେଳା ହେବ ନାହିଁ ବୋଲି ବିଏମସି ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଛି। କେବଳ ବିଧି […]

ପୁରୀ: ତିନି ଦିନ ପରେ ପୁଣି ଥରେ ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବ। ସିଂହଦ୍ବାର ଆଗରେ ପୁଣି ଲୋକାରଣ୍ୟ ଦେଖାଯିବ। ହରିବୋଲ ଓ ହୁଳହୁଳିରେ ଶ୍ରୀମନ୍ଦିର କମ୍ପିବ। ଆସନ୍ତା ଫେବୃଆରୀ ୧ ତାରିଖ ଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବ। ଏନେଇ ଆଜି ଅପରାହ୍ନରେ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି। ଛତିଶା ନିଯୋଗ ବୈଠକରେ ହୋଇଥିବା ନିଷ୍ପତ୍ତି କ୍ରମେ ପୁରୀ ଜିଲ୍ଲାପାଳ ଶ୍ରୀମନ୍ଦିର ଖୋଲିବା‌ ନେଇ ଗଣମାଧ୍ୟମର […]

ପୁରୁଣା ଭୁବନେଶ୍ୱର: ସ୍ଥାନୀୟ ଗ୍ୟାରେଜ୍‌ ଛକ ନିକଟ ନନ୍ଦକିଶୋରନଗରର ଐତିହାସିକ ନନ୍ଦକୁଣ୍ଡ ପୁଷ୍କରିଣୀ (କଣ୍ଡରା ପୋଖରୀ) ଦୀର୍ଘ ବର୍ଷ ହେଲା ସଫା କରାଯାଇନାହିଁ। ଫଳରେ ଏହି ପୋଖରୀ ପାଣିରେ କ୍ରମାଗତ ଆବର୍ଜନା ଜମିବା ଦ୍ୱାରା ନଷ୍ଟ ହୋଇଗଲାଣି। ସେହିଭଳି ଦଳ ଭର୍ତ୍ତି ହୋଇ ପୋଖରୀ ପୋତି ହେବାକୁ ବସିଲାଣି। ତେଣୁ କିଛି ବର୍ଷ ହେଲା ଅବ୍ୟବହୃତ ହୋଇ ରହିବା ଦ୍ବା‌ରା ଏହାର ଜଳ କଳା ପଡ଼ିଗଲାଣି। ତେଣୁ କଣ୍ଡରା ପୋଖରୀ […]

ଓଡ଼ଗାଁ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜେ ଶ୍ରୀରଘୁନାଥ ଜିଉଙ୍କ ନିମ୍ନମାନର ପ୍ରସାଦକୁ ନେଇ ଅସନ୍ତୋଷ ଦେଖାଦେଇଛି। ପ୍ରତିଦିନ ଭକ୍ତଙ୍କ ପାଇଁ ପ୍ରସାଦସେବନର ବ୍ୟବସ୍ଥା ଥିଲେ ମଧ୍ୟ ତାହା ସୁସ୍ବାଦୁ ନୁହେଁ ବୋଲି ଅନେକ କହିଛନ୍ତି। ଏପଟେ ମାସକୁ ଚାଳିଶ ହଜାର ଟଙ୍କା ପ୍ରସାଦରୁ ଆଦାୟ ହେଉଥିବା ବେଳେ ଦେଢ଼ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ମନ୍ଦିର ପ୍ରଶାସନ କହିଛି। ସୂଚନାଯୋଗ୍ୟ, ଓଡ଼ଗାଁର ଶ୍ରୀରଘୁନାଥ ଜିଉ ବେଶ୍‌ ବିଖ୍ୟାତ। ୧୬୨୫ ମସିହାରେ […]

Social media & sharing icons powered by UltimatelySocial